ଗଠନ ହେଲା ବିଜୁ ଜନତା ଦଳ ଅନୁସୂଚିତ ଜନଜାତି ସାମ୍ମୁଖ୍ୟ

ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ଅନୁସୂଚିତ ଜନଜାତି ସାମ୍ମୁଖ୍ୟ ଗଠନ କରିଛନ୍ତି । ସାମ୍ମୁଖ୍ୟର ରାଜ୍ୟ ଆବାହକ ଭାବେ ବାଙ୍ଗିରିପୋଷୀ ବିଧାୟକ ଶ୍ରୀ ସୁଦାମ ମାର୍ଣ୍ଡିଙ୍କୁ ମନୋନୀତ କରିଥିବା ବେଳେ ଉପ-ସଭାପତି ଭାବେ ଲାଞ୍ଜିଗଡ଼ ବିଧାୟକ ଶ୍ରୀ ବଳଭଦ୍ର ମାଝୀ ଓ କୋରାପୁଟ ସାଂସଦ ଝିନ୍ନ ହିକ୍‍କାଙ୍କୁ ମନୋନୀତ କରିଛନ୍ତି । ସେହିପରି ସାଧାରଣ ସଂପାଦକ ଭାବେ ଉମରକୋଟ ବିଧାୟକ ସୁବାଷ ଗଣ୍ଡ, ବିଷମ କଟକ ବିଧାୟକ ଜଗନ୍ନାଥ ସାରକା, ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ସିସା, ବାଲିଗୁଡ଼ା ବିଧାୟକ ରାଜୀବ ପାତ୍ର, ତେଲକୋଇର ପୂର୍ବତନ ବିଧାୟକ ପ୍ରେମାନନ୍ଦ ନାଏକ ଏବଂ ସୁନ୍ଦରଗଡ଼ର ବରିଷ୍ଠ ଜନଜାତି ନେତା ଏମ୍ମା ଏକ୍କାଙ୍କୁ ମନୋନୀତ କରିଛନ୍ତି ବୋଲି ଦଳର ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here