ଏୟୁଙ୍କ ଜୀବନ ବିନ୍ଦୁ

https://www.facebook.com/nnsodia/videos/267154983995629/?t=5

ବିଜେଡି ଉପସଭାପତି ଏୟୁ ସିଂହଦେଓ ବଲାଙ୍ଗିର ଜିଲ୍ଲାରେ ନିଜର ରାଜନୀତିକ ପତିଆରା ପ୍ରଦର୍ଶନ କରିବା ପାଇଁ ନିକଟରେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ । କିନ୍ତୁ ଏହି କାର୍ଯ୍ୟକ୍ରମ କୁଆଡ଼େ ତାଙ୍କ ପତିଆରା ବଢ଼ାଇବା ପରିବର୍ତ୍ତେ ଏହା ଅସ୍ତିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରାଇଛି ବୋଲି ଚର୍ଚ୍ଚା । ଶୁଣିବାକୁ ମିଳୁଛି ବିଜେଡିର ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମରେ ଆୟୋଜିତ ହୋଇଥିବା ଏହି ରକ୍ତଦାନ ଶିବିରକୁ ସଫଳ କରିବା ପାଇଁ ଏୟୁଙ୍କ ସମେତ ତାଙ୍କ ସାଂସଦ ପୁତ୍ର ତଥା ଜିଲ୍ଲା ବିଜେଡି ସଭାପତି ଓ ଟିକେଟ୍ ଆଶାୟୀ ଥିବା ଅନ୍ୟ ଜଣେ ପୁଅ ଫୁଲ୍ ଦମ୍ରେ ଲାଗି ପଡ଼ିଥିଲେ । ଏପରିକି ଏହି କାର୍ଯ୍ୟକ୍ରମରେ କୁଆଡ଼େ ସିଂହଦେଓ ପରିବାର ପ୍ରାୟ ୮-୧୦ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା । ଏହି କାର୍ଯ୍ୟକ୍ରମ ଯେଭଳି ସଫଳ ହେବ ବୋଲି ଆଶା କରାଯାଉଥିଲା ସେଭଳି ହେଲାନି । ବଲାଙ୍ଗିର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀଙ୍କୁ ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ଏୟୁଙ୍କ ଟିମ୍ ବିରାଟ ଆୟୋଜନ କରିଥିଲା । ପ୍ରାୟ ୪ରୁ ୫ହଜାର ରକ୍ତ ପ୍ୟାକେଟ୍ ସଂଗ୍ରହର ଲକ୍ଷ୍ୟ ରଖା ଯାଇଥିବା ବେଳେ ମାତ୍ର ୧୧୦୦ ପ୍ୟାକେଟ୍ ରକ୍ତ ସଂଗ୍ରହ ହୋଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏୟୁ ପରିବାର କୁଆଡ଼େ ବିଜେଡି ସୁପ୍ରିମୋଙ୍କ ମନ ଜିଣିବାକୁ ଉଦ୍ୟମ କରିଥିଲା । କିନ୍ତୁ ସେଭଳି ହେଲାନି । ବଲାଙ୍ଗିର ଜିଲ୍ଲାରେ ଅନ୍ୟ ଜଣେ ପ୍ରଭାବଶାଳୀ ରାଜନେତାଙ୍କୁ ଏବେ ବିଜେଡିରେ ସାମିଲ କରିବା ପାଇଁ ଯୋଜନା ହେଉଥିବାରୁ ତା’ପୂର୍ବରୁ ଏୟୁ କୁଆଡ଼େ ଏଭଳି ଉଦ୍ୟମ କରିଥିଲେ । କିନ୍ତୁ ତାହା ବିଶେଷ ସଫଳ ନହେବା ପରେ ଏୟୁ ନିଜର ସାନପୁଅକୁ କିଭଳି ବିଜେଡି ପ୍ରାର୍ଥୀ କରାଇବେ ତାକୁ ନେଇ ଚିନ୍ତିତ ହୋଇ ପଡ଼ିଲେଣି । ଚର୍ଚ୍ଚା ହେଉଛି ଏୟୁ ନିଜର ସାନପୁଅଙ୍କ ଟିକେଟ୍ ପାଇଁ ଚିନ୍ତିତ ଥିଲେ ମଧ୍ୟ ନିଜେ ପୁଣି ଥରେ ରାଜ୍ୟସଭା ଯିବା ପାଇଁ ଏବେଠୁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here