You are here
Home > ଏକ୍ସକ୍ଲୁସିଭ୍ > ବିଜେଡିରେ ଭେଟରାନ ହେବେ ସାଇଡ ଲାଇନ !

ବିଜେଡିରେ ଭେଟରାନ ହେବେ ସାଇଡ ଲାଇନ !

ଭୁବନେଶ୍ୱର : ବାପ ପରେ ପୁଅ । ରାଜ୍ୟ ରାଜନିତୀରେ ଏମିତି କିଛି ନୂଆ ନୁହେଁ । ଖାସ କରି ରାଜ୍ୟ ଶାସନରେ ଥିବା ବିଜେଡି ଲଗାତାର ୪ଟି ନିର୍ବାଚନରେ ଏମିତି ଫଣ୍ଡା ଆପଣାଇ ସବୁଠୁ ଆଗରେ ରହିଛି । ପୁଅ ମାନଙ୍କୁ ଟିକେଟ ଦେଇ ଦଳର ଭେଟରାନ ଲିଡରଙ୍କୁ ସାଇଡ ଲାଇନ କରିବା ବିଜେଡିର ପୁରୁଣା ଚାଲ । ଆଉ ୨୦୧୯ରେ ବି ସେଇ ଚାଲ ଖେଳିବା ଲାଗି ରଣନୀତି ପ୍ରସ୍ତୁତ ହୋଇଛି । ଏହି ଫଣ୍ଡାରେ ପାଖା ପାଖି ଡର୍ଜେନ ଭେଟରାନଙ୍କୁ ସାଇଡ ଲାଇନ କରିବା ମୁଡରେ ବିଜେଡି ସ୍ରୁିମୋ ।
ଲଗାତର ଚାରି ଚାରି ଥର ଜିତି ରାଜ୍ୟ ଶାସନ ଗାଦିରେ ବସିଛି ବିଜେଡି । ଏହାରି ଭିତରେ ଅନେକ ଭେଟରାନ ନେତା ଦଳରୁ ସାଇଡ ଲାଇନ ହୋଇଛନ୍ତି । ପୂର୍ବ ହେଉକି ପଶ୍ଚିମ, ଉତ୍ତର ହେଉ ବା ଦକ୍ଷିଣ, ରାଜ୍ୟର ସବୁ କଡରେ ଏମିତି କିଛି ରାଜନୈତିକ ଦୃଶ୍ୟ ଦେଖିବାକୁ ମିଳୁଛି । ବଲାଙ୍ଗିର ରାଜ ପରିବାର ନିଜ ବନ୍ଧୁ ଅନଙ୍ଗ ଉଦୟ ସିଂହଦେଓଙ୍କ ପରପିଢି ପୁତ୍ରଙ୍କୁ ରାଜନୀତିରେ ଆଗକୁ ଆଣିବା ହେଉ କି ପ୍ରଫୁଲ୍ଲ ଘଡାଇଙ୍କ ପୁଅଙ୍କୁ ବିଧାୟକ ଟିକେଟ ଦେବାରେ ହେଉ ନିଜ ସହଯୋଗୀଙ୍କ ନିୟୁ ଜେନେରେସନଙ୍କୁ ପଲିଟିକାଲ ଏଣ୍ଟ୍ରି ଦେଇଛନ୍ତି ନବୀନ । ସେମିତି ପୂର୍ବତନ ସାଂସଦ ସ୍ୱର୍ଗତ କଳ୍ପତରୁ ଦାସଙ୍କ ପୁଅ ପ୍ରଣବ ବଳବନ୍ତରାୟଙ୍କୁ ଧର୍ମଶାଳାରୁ ବିଧାନସଭାକୁ ଆଣିଛନ୍ତି ନବୀନ । ନିଜ ବାପା ସ୍ୱର୍ଗତ ବିଜୁ ବାବୁଙ୍କ ଘନିଷ୍ଠ ଅଶୋକ ଦାସଙ୍କ ପୁଅକୁ ବି କେବେଠୁ କୋଳେଇ ସାରିଛନ୍ତି ବିଜେଡି ସୁ ୍ରିମୋ । କେବଳ ଭଲପାଇଁ ନୁହେଁ ଭେଟରାନଙ୍କୁ ଦଳରୁ ସାଇଡ ଲାଇନ କରିବାକୁ ବି ନବୀନଙ୍କର ଏହା ପୁରୁଣା ଫଣ୍ଡା । ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ କାଳିନ୍ଦୀ ବେହେରାଙ୍କ ପୁଅ ଚନ୍ଦ୍ର ସାରଥିଙ୍କୁ କଟକ ସଦରରୁ ଟିକେଟ ଦେଇ ତାଙ୍କ ବାପା କାଳନ୍ଦୀଙ୍କୁ ରାଜନୀତିରୁ ସନ୍ୟାସ ଦେଇଥିଲେ ନବୀନ । ସେମିତି ଯାଜପୁର ସୁକିନ୍ଦାରୁ ପ୍ରୀତିରଞ୍ଜନ ଘଡାଇଙ୍କୁ ବିଜେଡି ଟିକେଟରୁ ବିଧାୟକ କରି ବାପା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କ ପାଟି ବନ୍ଦ କରାଇବାରେ ସଫଳ ହୋଇଛନ୍ତି ନବୀନ । ଏହି କ୍ରମରେ ଆହୁରି ଅନେକ ଭେଟରାନ ନେତାଙ୍କ ନାଁ ୨୦୧୯ ନିର୍ବାଚନରେ ଯୋଡିବାକୁ ବିଜେଡି ତାଲିକା ପ୍ରସ୍ତୁତ କରିଛି ବୋଲି କୁହାଯାଉଛି । ଯେଉଁ ତାଲିକାରେ ଉପକୂଳରୁ ଉପାନ୍ତ ଯାଏ ସବୁ ଅଞ୍ଚଳର ନେତାଙ୍କ ନାଁ ରହିଛି । ବରିଷ୍ଟ ନେତା ଡାକ୍ତର ଦାମୋଦର ରାଉତ, ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ପ୍ରଫୁଲ୍ଲ ସାମଲ, ସୂର୍ଯ୍ୟ ନାରାୟଣ ପାତ୍ର, ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା, ମଙ୍ଗଳା କିଶାନ ବି ଅଛନ୍ତି ଏହି ତାଲିକାରେ । ସେମିତି ଭଦ୍ରକ ବିଧାୟକ ଯୁଗଳ ପଟ୍ଟନାୟକ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ, ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଭଳି ନେତାଙ୍କୁ ଏହି ଫଣ୍ଡାରେ ଫସାଇବାକୁ ପ୍ଲାନ ସାରିଛି ବିଜେଡି । ବିଜେଡି ରାଜନିତୀରେ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଏକ ପ୍ରକାର କୋଣଠେଁସା ହୋଇଛନ୍ତି । ଦାମ ବାବୁଙ୍କୁ ମନ୍ତ୍ରୀ ପଦ ଓ ଦଳର ଉପସଭାପତିରୁ ହଟାଇ ଦିଆଯାଇଛି । ସରକାର ବିରୋଧରେ ବାରମ୍ବାର ମୁହଁ ଖୋଲୁଥିବା ଦାମ ବାବୁଙ୍କ ପାଟି ଚୁ ଲାଗି ନିୟୁ ଜେନରେସନର ଗେମ ପ୍ଲାନ ହୋଇଛି । ୨୦୧୯ରେ ମନ୍ତ୍ରୀ ଦାମବାବୁଙ୍କୁ ବିଜେଡି ଟିକେଟ ନଦେଇ ତାଙ୍କ ପୁଅ ସମ୍ବିତ ରାଉତଙ୍କୁ ପାରାଦୀପରୁ ବିଜେଡି ବିଧାୟକ ଭାବେ ଲଢାଇବାକୁ ଗ୍ରିନ ସିଗନାଲ ମିଳିଥିବା ନେଇ ଚର୍ଚ୍ଚା ହେଉଛି । ହେଲେ ଏହା ପଛରେ କୁଆଡେ ଅସଲି ଉଦେଶ୍ୟ ହେଉଛି ଦାମ ବାବୁଙ୍କ ପାଟି ଚୁ କରାଇବା । ଏହା ଯଦି ହେଲା ତେବେ ଦାମ ବାବୁ ୨୦୧୯ରେ ଭୋଟ ରାଜନୀତିକୁ ଓହ୍ଲାଇବା ବାଟ ଏକ ପ୍ରକାର ବନ୍ଦ । ଅବଶ୍ୟ ଇଛା ଥାଉ ବା ନଥାଉ ଏମିତି ସଙ୍କେତ ପାଇବା ପରେ କୁଆଡେ ବୁଲେଇ ବଙ୍କେଇ ଦାମ ବାବୁ ରାଜନୀତିରୁ ସନ୍ୟାସ ନେବା କଥା ଇଶାରା ଦେଇସାରିଛନ୍ତି । ସେମିତି ବିଜେଡିର ଆଉ ଜଣେ ଭେଟରାନ ନେତା ହେଲେ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁଅ ତଥା ବିଜୁବାବୁଙ୍କ ସହଯୋଗୀ ମନ୍ତ୍ରୀ ବିଜୟଶ୍ରୀ ବାବୁ ଏବେ କୁଆଡେ ସମାନ ଚାଲରେ ଫସିବାକୁ ଯାଉଛନ୍ତି । ଅବଶ୍ୟ ରାଜନୀତିରେ ବେଶ ଧୁରନ୍ଧର ମନ୍ତ୍ରୀ ରାଉତରାୟ ଏହି ସୂଚନା ଢେର ଆଗରୁ ପାଇ ସାରିଛନ୍ତି । ଯେଉଁଥି ଲାଗି ଆଉ ନିର୍ବାଚନ ଲଢିବେନି ବୋଲି ଘୋଷଣା ବି କରିଛନ୍ତି । ଅସଲ କଥା ହେଲା ବିଜୟଶ୍ରୀଙ୍କ ଜାଗାରେ ତାଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ କୁଆଡେ ବାସୁଦେବପୁର ବିଧାନସଭା ଆସନରୁ ରାଜନିତୀରେ ଏଣ୍ଟ୍ରି ମାରିବେ । ତେବେ ଏବେଠୁ ବିଷ୍ଣୁବ୍ରତ କୁଆଡେ ବାପାଙ୍କ ସୋସିଆଲ ମିଡିଆ ଦାୟିତ୍ୱ ନେଇଛନ୍ତି । ଆଉ କ୍ଷମତା କେନ୍ଦ୍ର କୁଆଡେ ପୁଅ ବିଷ୍ଣୁବ୍ରତଙ୍କ କାମରେ ବେଶ ଖୁସି ବୋଲି କହିବୁଲୁଛନ୍ତି ବାପା ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ସେମିତି ବିଦାହେବା ଭେଟରାନ ନେତାଙ୍କ ତାଲିକାରେ ଅଛନ୍ତି ଭଦ୍ରକର ଆଉଜଣେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ସେ ବି ଆଗୁଆ ଇଶାରା ପାଇ ୨୦୧୯ରେ ଇଲେକ୍ସନ ଲଢିବେନି ବୋଲି କୁଆଡେ କହିଛନ୍ତି । ତେବେ ଅସଲ କଥା ହେଉଛି ଭଣ୍ଡାରିପୋଖରୀରୁ ପ୍ରଫୁଲ୍ଲଙ୍କ ଜାଗାରେ ତାଙ୍କ ପୁଅ ପ୍ରୟାସକାନ୍ତି ସାମଲ କୁଆଡେ ନିର୍ବାଚନ ଲଢିବେ । ସେହିର ଭଦ୍ରକ ବିଧାୟକ ଯୁଗଳ ପଟ୍ଟନାୟକଙ୍କୁ ବିଦା କରିବାକୁ ବିଜେଡି ପ୍ଲାନ କରିଛି ବୋଲି କୁହାଯାଉଛି । ସେଥିଲାଗି ତାଙ୍କ ପୁଅ ଅସିତ ପଟ୍ଟନାୟକଙ୍କୁ ଟିକେଟ ଦେବାର ଲଢୁ ଧରାଇ ଦିଆଯାଇଛି ଯୁଗଳଙ୍କୁ । ସେପଟେ ପଶ୍ଚିମ ଓଡିଶାର ବି ଅନେକ ଭେଟରାନ ଏହି ତାଲିକାରେ ଅଛନ୍ତି । ପୂର୍ବତନ ମନ୍ତ୍ରୀ ଲୋହିସିଂହା ବିଧାୟକ ଯୋଗେନ୍ଦ୍ର ବେହେରା । ଯୋଗେନ୍ଦ୍ରଙ୍କୁ କୁଆଡେ ରାଜନୀତିରୁ ରିଟାର୍ଡମେଣ୍ଟ ଦେବାକୁ ପ୍ଲଟ ତିଆରି ସରିଛି । ୨୦୧୯ରେ ତାଙ୍କ ଜାଗାରେ ତାଙ୍କ ପୁଅ ରାମଚନ୍ଦ୍ର ନିର୍ବାଚନ ମଇଦାନକୁ ଓହ୍ଲାଇବେ । ପଶ୍ଚିମ ଓଡିଶାର ଭେଟରାନ ଲିଡର ମଙ୍ଗଳା କିଶାନଙ୍କୁ ଆଉ ବିଜେଡି କୁଆଡେ ଟିକେଟ ଦେବା ମୁଡରେ ନାହିଁ ବୋଲି କୁହାଯାଉଛି । ସେଥିଲାଗି ମଙ୍ଗଳା କିଶାନଙ୍କ ସିଟ ରାଜଗାଙ୍ଗପୁରରେ ତାଙ୍କ ବୋହୂକୁ ରାଜନୀତି ମଇଦାନକୁ ଓହ୍ଲାଇବାକୁ କୁଆଡେ ବିଜେଡି ମଙ୍ଗଳାଙ୍କୁ କଥା ଦେଇଛନ୍ତି । ଏହି ସର୍ତ୍ତରେ କୁଆଡେ ମଙ୍ଗଳାଙ୍କୁ ମନ୍ତ୍ରୀ ପଦ ନଦେଇ ବୁଝାଇବାରେ ସଫଳ ହୋଇପାରିଛି ବିଜେଡି । ସେହିରି କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନଙ୍କ ପରଫରମାନ୍ସ ଭଲ ନାହିଁ । ଏମିତିବି ବୟସ ବି ବଢିଲାଣି ତେଣୁ ତାଙ୍କ ଜାଗାରେ ପୁଅ ଫିରୋଜଙ୍କୁ ରାଜନୀତିକୁ ଆଣି ଆୟୁବଙ୍କ ଟିକେଟ କାଟିବ ବିଜେଡି । ସେହି ରି ଦକ୍ଷିଣରେ ମନ୍ତ୍ରୀ ସୂଯ୍ୟପାତ୍ର କୁଆଡେ ବିଦାହେବା ତାଲିକାରେ ଅଛନ୍ତି । ତାଙ୍କ ସ୍ଥାନରେ ଦିଗପହଣ୍ଡିରୁ ପୁଅ ବି୍ଲବକୁ ଲଢାଇବା ଲାଗି ସୂର୍ଯ୍ୟବାବୁଙ୍କୁ କୁଆଡେ ମନେଇ ସାରିଛି ଦଳ । ସେମିତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ଥିବା ବିଷ୍ଣୁଦାସଙ୍କ ପୁଅ ବିଜୟ ଶଙ୍କର ଦାସ ବି ଜଗତସିଂହପୁରରୁ ନିର୍ବାଚନ ମଇଦାନକୁ ଡେଇଁବାକୁ ଗୋଡ କାଢିଛନ୍ତି । ଏପଟେ ନୂଆ କରି ସାଂସଦ ହୋଇଥିବା ପ୍ରଶାନ୍ତ ନନ୍ଦଙ୍କ ପୁଅ ରେଶବ ନନ୍ଦ କୁଆଡେ ବେଗୁନିଆରୁ ଲଢିବେ ଅବଶ୍ୟ ଏଥି ।ଇଁ ସେମାନଙ୍କ ବାପା ମାନଙ୍କୁ ସେମାନଙ୍କ ପଦବି ଛାଡିବାକୁ ବିଜେଡି କୁଆଡେ ସର୍ତ୍ତ ରଖିବ ବୋଲି ଚର୍ଚ୍ଚା ବି ହେଉଛି । ଏମିତିବି ଏହି ତାଲିକାରେ ଥିବା ନେତାଙ୍କ ଭିତରୁ ଅନେକ ଏବେ ବଦନାମ ହୋଇ ସାରିଛନ୍ତି । ସେମାନଙ୍କୁ ଭୋଟର ଆଉ ଗ୍ରହଣ କରିବା ମୁଡରେ ନାହାନ୍ତି । ସେଥିଲାଗି ବିଜେଡି ଏମିତି ଫଣ୍ଡା ଆପଣାଉ ଥିବା ବି କୁହାଯାଉଛି । ସେପଟେ ନିଜ ଉତ୍ତରାଧୀକାରୀ ମାନଙ୍କୁ ରାଜନୀତିକୁ ଆଣଇବାକୁ ୨୦୧୯ ହିଁ ସବୁଠୁ ଭଲ ସମୟ ବୋଲି କେତକ ଆକଳନ କରୁଛନ୍ତି । ତେବେ ଏସବୁ ହିସାବ ନିକାଶ କେତେ ବାସ୍ତବ ହେବ ତାହା କିନ୍ତୁ ଭୋଟରଙ୍କ ଉପରେ ନିର୍ଭର କରିବ ।

Loading...
ONA

Leave a Reply

Top