୧୬ରୁ ବିଜେଡିର ମହାନଦୀ ସୁରକ୍ଷା ଅଭିଯାନ

1

ଭୁବନେଶ୍ବର : ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ବିଜେଡିର ମହାନଦୀ ସୁରକ୍ଷା ଅଭିଯାନ । ଉଭୟ ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରୁ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯାତ୍ରାରେ କୃଷକ, ମତ୍ସ୍ୟଜୀବୀ, ଛାତ୍ର, ଯୁବକ, ମହିଳା ଓ ସମାଜର ଅନ୍ୟ ସବୁ ବର୍ଗର ଲୋକେ ଅଂଶ ଗ୍ରହଣ କରିବେ । ୧୫ଟି ଜିଲ୍ଲାର ୪୫ଟି ନିର୍ବାଚନ ମଣ୍ଡଳୀରେ ଏହି ଜନଜାଗରଣ ଅଭିଯାନ ହେବ । ପାରାଦୀପରେ ମହାନଦୀ ସୁରକ୍ଷା ଅଭିଯାନ ସମାରୋହ ଶେଷ ହେବ । ମହାନଦୀ ପ୍ରବେଶ କରିଥିବା ସ୍ଥଳରୁ ମହାନଦୀର ଉଭୟ ପାର୍ଶ୍ବ ବରଗଡ ଓ ଝାରସୁଗୁଡା ଜିଲ୍ଲାରୁ ବିଶାଳ ଜନଜାଗରଣ ଅଭିଯାନ ସମୟରେ ରାସ୍ତାରେ ପଡୁଥିବା ଗ୍ରାମ ଓ ସହର ସବୁ ସ୍ଥାନରେ ସଭା, ପଥପ୍ରାନ୍ତ ସଭଆ,ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ମହାନଦୀ ସଙ୍କଟ ପ୍ରକୃତ କାରଣ ଲୋକଙ୍କୁ ବୁଝାଇବ ବିଜେଡି । ଏହା ସହ ମହାନଦୀ ସଂପର୍କୀତ ପୁସ୍ତକ, ପ୍ରଚାରପତ୍ର ଜରିଆରେ ବିଜେପି ସରକାରଙ୍କ ଷଡଯନ୍ତ୍ର ସଂପର୍କେ ଲୋକଙ୍କୁ କହିବେ ବିଜେଡି ନେତାଏ । ମୁଖଅୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬ ତାରିଖ ୧୦ଟାରେ ଉଭୟ ଝାରସୁଗୁଡା ଓ ବରଗଡ ଜିଲ୍ଲାରୁ ଏହି ମହାନଦୀ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିବେ ବୋଲି ପ୍ରେସମିଟରେ କହିଛି ବିଜେଡି । ଦଳର ସମସ୍ତ ଛାମୁଆ ସଙ୍ଗଠନ ସମେତ ବିଭିନ୍ନ ସମାଜିକ କର୍ମୀ ତଥା ଅନେକ କୃଷକ, ମତ୍ସ୍ୟଜୀବୀ ମଧ୍ୟ ଏହି ଅଭିଯାନରେ ସାମିଲ ହେବେ ବୋଲି କହିଛନ୍ତି ଦଳର ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ ।
ଏହି ଅଭିଯାନରେ ରାଜ୍ୟରେ ୧୫୮୫ କିମି ପରିକ୍ରମା କରିବ ଦଳ । ଏହି ପ୍ରେସମିଟରେ ବିଜେଡି ଉପ- ସଭାପତି ପ୍ରସନ୍ନ ଆଚାର୍ଯ୍ୟ,ଦେବୀ ପ୍ରସାଦ ମିଶ୍ର,ସାଧାରଣ ସଂପାଦକ ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀ ନାୟକ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here