ବିଜେଡିର ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ସୁଧାକର ଭୋଳ ଏବଂ ଭୁବନପୁର ଗ୍ରାମ ପଂଚାୟତର ସମିତି ସଭ୍ୟା ସୁଜାତା ଭୋଳ ବିଜେପିରେ ସାମିଲ

ଭୁବନେଶ୍ୱର : ବିଜେଡିରେ ଅରାଜକତା ବଢିଚାଲିଛି । ତୃତୀୟ ମହଲାରୁ କିଛି ଅଣଓଡିଆ ଅଫିସର ଦଳକୁ ନିୟନ୍ତ୍ରଣ କରୁଛନ୍ତି । ଜନସାଧାରଣମାନଙ୍କୁ ସୁରକ୍ଷା ଦେବାରେ ଶାସକ ବିଜେଡି ଅସଫଳ ହୋଇଛି । ତୃଣମୂଳସ୍ତରରେ ବିଜେଡି କର୍ମୀମାନେ ଅଣନିଶ୍ୱାସୀ ହୋଇ ପଡିଛନ୍ତି । ଏହାର ପ୍ରତିଫଳନ ସ୍ୱରୂପ ଦିନକୁ ଦିନ ବିଜେଡି ଦଳର ନେତା ଓ କର୍ମୀମାନେ ଦଳ ଛାଡି ବିଜେପିରେ ସାମିଲ ହେଉଛନ୍ତି ।
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପୁରୀ ଜିଲ୍ଲା ବ୍ରହ୍ମଗିରି ଜୋନ୍ର ବିଜେଡିର ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ସୁଧାକର ଭୋଳ ଏବଂ ବ୍ରହ୍ମଗିରି ବ୍ଲକ ଭୁବନପୁର ଗ୍ରାମ ପଂଚାୟତର ସମିତି ସଭ୍ୟା ସୁଜାତା ଭୋଳଙ୍କ ସହ ସେମାନଙ୍କର ଶତାଧିକ ସମର୍ଥକ ଆଜି ବିଜେପିରେ ବିଦ୍ଧିବଦ୍ଧଭାବେ ସାମିଲ ହୋଇଛନ୍ତି ।
ରାଜ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ନୂତନ ଭାବେ ଯୋଗ ଦେଇଥିବା ଶ୍ରୀ ଭୋଳ ଏବଂ ଶ୍ରୀମତି ଭୋଳଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଜେପି ବିଧାୟକ ଦଳ ନେତା ଶ୍ରୀ କେ.ଭି ସିଂହଦେଓ ବିଜେପି ଉତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ଦଳରେ ସାମିଲ କରିଛନ୍ତି ।
ଶ୍ରୀ ଭୋଳ ଏବଂ ଶ୍ରୀମତି ଭୋଳଙ୍କ ସମେତ ସେମାନଙ୍କର ଶତାଧିକ ସମର୍ଥକ ବିଜେପିରେ ଯୋଗଦାନ କରିଥିବାରୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ୱାଗତ ଜଣାଇବା ସହ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି । ଏହି ମିଶ୍ରଣ ଦ୍ୱାରା ଦଳ ମଜବୁତ୍ ହେବ ଏବଂ ଆଗାମୀ ଦିନରେ ବହ୍ମଗିରି ନିର୍ବାଚନ ମଣ୍ଡଳୀରେ ବିଜେପି ଶକ୍ତିଶାଳୀ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହି ମିଶ୍ରଣ ପର୍ବ ଅବସରରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ପୁରୀ ଜିଲ୍ଲାର ବରିଷ୍ଠ ବିଜେପି ନେତା କୃଷ୍ଣ ଜଗଦେବ, ଲଲିତେନ୍ଦୁ ମହାପାତ୍ର ଏବଂ ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here