ବିଜେଡି ନେତାଙ୍କର କଂଗ୍ରେସରେ ଯୋଗଦାନ

ଭୁବନେଶ୍ୱର : କେନ୍ଦୁଝର ଜିଲ୍ଲା ବିଜେଡି ଉପସଭାପତି ଶ୍ରୀ ପ୍ରଭାକର ନାୟକ ତାଙ୍କର ସମର୍ଥକମାନଙ୍କ ସହ ବିଜେଡି ଦଳ ତ୍ୟାଗ କରି କଂଗ୍ରେସ ବିଚାରଧାରା, ଜାତୀୟ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ଦୃଢ଼ ନେତୃତ୍ୱ ଏବଂ ପ୍ରଦେଶ କଂଗ୍ରେସ ସଭାପତିଙ୍କ ଦୃଢ଼ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ଆଜି କଂଗ୍ରେସ ଭବନରେ ଏକ ମିଶ୍ରଣ ପର୍ବରେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀ ନାୟକ ଓ ତାଙ୍କ ସମର୍ଥକଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି କଂଗ୍ରେସ ଦଳରେ ଗ୍ରହଣ କରିନେଇଥିଲେ । ଏହି ଅବସରରେ ଶ୍ରୀ ପଟ୍ଟନାୟକ ଶ୍ରୀ ନାୟକଙ୍କ ଯୋଗଦାନ ଦ୍ୱାରା କଂଗ୍ରେସ କେନ୍ଦୁଝର ଜିଲ୍ଲାରେ ଅଧିକ ଶକ୍ତିଶାଳୀ ହେବ ବୋଲି କହିଥିଲେ । ଆଗାମୀ ନିର୍ବାଚନରେ କଂଗ୍ରେସ ଦଳକୁ ସଫଳ କରିବାରେ ସେ ସବୁ ପ୍ରକାର ଉଦ୍ୟମ କରିବେ ବୋଲି ଶ୍ରୀ ନାୟକ ନିଜ ପ୍ରତିକ୍ରୀୟାରେ କହିଥିଲେ । ଏହି ମିଶ୍ରଣ ପର୍ବରେ କେନ୍ଦୁଝର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରତିକାନ୍ତ ବରାଳ, ପ୍ରଦେଶ କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ ଓ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ।

ବିଜୟ ଓ ଦିଲ୍ଲୀପଙ୍କୁ ଚାହୁଁଛି କଂଗ୍ରେସ