ବିଜେଡିକୁ ଶାଗୁଣା କହିଲେ ନିରଂଜନ

ଭୁନନେଶ୍ୱର: ତିତ୍ଲି ମୁକାବିଲା କରିବାରେ ରାଜ୍ୟ ସରକାର ଫେଲ୍ ମାରିଥିବା ନେଇ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଅଭିଯୋଗ କରି କଡ଼ା ସମାଲୋଚନା କରିଛନ୍ତି । ବିଜେଡିକୁ ଶାଗୁଣା ଭାବରେ ଚିତ୍ରଣ କରିଛନ୍ତି । ଶାଗୁଣା ଯେପରି ମଲା ଲୋକଙ୍କୁ ଶିକାର କରେ ବିଜେଡି ଠିକ୍ ସେହିପରି ବିପଦରେ ପଡ଼ିଥିବା କ୍ଷତିଗ୍ରସ୍ତ ଲୋକଙ୍କୁ ଶିକାର କରୁଛି । ବିପନ୍ନଙ୍କ ପାଇଁ ଆସିଥିବା ଖାଦ୍ୟସାମଗ୍ରୀ ବଣ୍ଟନରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଜଗତସିଂହପୁରର ଲୋକେ ଅଭିଯୋଗ କରୁଛନ୍ତି । ଏପରି କି ସେମାନେ ଅଭିଯୋଗ କରିଛନ୍ତି ଅଫିସରମାନେ ଟଙ୍କା ଖାଇବା ପାଇଁ ସ୍ଥାନାନ୍ତର ଲୋକଙ୍କ ସଂଖ୍ୟା ବଢ଼ାଇଛନ୍ତି । ଟ୍ୱିଟ କରି ନିରଂଜନ ଏଭଳି କଡ଼ା ମନ୍ତବ୍ୟ ରଖିଛନ୍ତି ।
ସେ ଆହୁରି କହିଛନ୍ତି ଲୋକଙ୍କର ଏ ଦୁର୍ଦ୍ଦଶା ପାଇଁ ବିଜେଡି ସରକାର ଦାୟୀ । ସରକାରଙ୍କ ପ୍ରସ୍ତୁତି ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ଏଥିସହ ବିପନ୍ନ ଓ କ୍ଷତିଗ୍ରସ୍ତ ଲୋକମାନଙ୍କୁ ସହାୟତା କରିବା ପାଇଁ ସେ କଂଗ୍ରେସ ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି । ନିରଂଜନ ଟ୍ୱିଟ କରି କହିଛନ୍ତି ତିତ୍ଲି ବାତ୍ୟା ପ୍ରଭାବରେ ଓଡ଼ିଶାର ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ମୁଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି । ସବୁ ପ୍ରକାର ସତର୍କ ସୂଚନା ଜାରି ସତ୍ତେ୍ୱ ବିଜେଡି ସରକାର ପ୍ରସ୍ତୁତ ନ ଥିବା ଦେଖାଗଲା । ଏତେ ଲୋକଙ୍କୁ ବିପଦ ମୁହଢ଼ଁକୁ ଠେଲିଦେଇଥିବାରୁ ବିଜେଡି ନିଜକୁ ଲଜ୍ଜିତ ମନେ କରିବା ଉଚିତ । ସେ ବାତ୍ୟା ଓ ବନ୍ୟା ସମୟର ଭିଡ଼ିଓ ତାଙ୍କ ଟ୍ୱିଟ୍ରେ ଛାଡ଼ି ଏହା ହେଉଛି ନବୀନ ଓଡ଼ିଶାର ପ୍ରସ୍ତୁତି ବୋଲି ତାତ୍ସଲ୍ୟ କରିଛନ୍ତି । ଏହି ବିପର୍ଯ୍ୟୟକୁ ଦେଖିଲେ ନବୀନ ଓଡ଼ିଶା ପ୍ରସ୍ତୁତ ନ ଥିବା ଜଣାପଡିଯାଉଛି ବୋଲି ସେ କହିଛନ୍ତି । ତିତଲି ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ଓ ବନ୍ୟା ବିପର୍ଯ୍ୟୟ ନେଇ ବହୁ ଉଦବେଗଜନକ ଖବର ମାନ ଆସୁଛି । ଏଣୁ ସମସ୍ତ ବିପନ୍ନଙ୍କ ପାଖରେ ପହଂଚି ସହାୟତା ଯୋଗାଇ ଦେବା ପାଇଁ ସେ ଦଳୀୟ ଲୋକମାନଙ୍କୁ ନିବେଦନ କରିଛନ୍ତି । ସରକାର ଆଦୌ ପ୍ରସ୍ତୁତି ନଥିବା ଏବେ ଜଣାପଡ଼ିଯାଇଛି ବୋଲି ନିରଂଜନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here