ସୋଶାଲ ମିଡିଆରେ ଭିଡିଓ ଭାଇରାଲ: ବୈଜୟନ୍ତ ଓ ତାଙ୍କ ବନ୍ଧୁଙ୍କୁ ଗିରଫ ଦାବିରେ ବିଜେଡି ବିଧାୟକଙ୍କ ଧାରଣା

https://www.facebook.com/nnsodia/videos/267154983995629/?t=5

ଭୁନନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବେ ଅଡୁଆରେ ପଡ଼ିଛନ୍ତି । ଚିଲିକା ଉପରେ ତାଙ୍କ ହେଲିକେପ୍ଟର ଉଡ଼ିବା ଘଟଣାରେ ପୁରୀ ପୁଲିସ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଏତଲାକୁ ଭିତ୍ତି କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଭୁବନେଶ୍ୱର ବିମାନ ବନ୍ଦର ହ୍ୟାଙ୍ଗରରେ ଥିବା ବୈଜୟନ୍ତଙ୍କ ହେଲିକେପ୍ଟରକୁ ଜବତ କରାଯାଇଛି । ଏହି ବିବାଦ ନତୁଟୁଣି ସେ ଆଉ ଏକ ବିବାଦରେ ଛନ୍ଦି ହୋଇଛନ୍ତି । ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିର ଉପରେ ତାଙ୍କ ହେଲିକେପ୍ଟର ଉଡ଼ିବା ଘଟଣାର ଭିଡିଓ ଭାଇରାଲ ହୋଇଛି । ଏଥିସହ ତାଙ୍କ ସହିତ ଥିବା ଦୁଇ ବନ୍ଧୁ ରଖିଥିବା ମନ୍ତବ୍ୟ ମଧ୍ୟ ପଦାକୁ ଆସିଛି । ଯାହାକୁ ନେଇ ଏବେ ବିଧାନସଭା ଅଚଳ ହୋଇଛି । ଶାସକ ବିଜେଡି ବିଧାୟକମାନେ ବୈଜୟନ୍ତ ଓ ତାଙ୍କ ଦୁଇ ବନ୍ଧୁଙ୍କୁ ଗିରଫ କରିବା ଦାବିରେ ବିଧାନସଭାରେ ହୋହାଲ୍ଲା କରିବା ପରେ ମହାତ୍ମା ଗାନ୍ଧି ମୂର୍ତ୍ତି ନିକଟରେ ଧାରଣା ଦେଇଛନ୍ତି । ବେଳକୁ ବେଳ ସମସ୍ୟା ବୈଜୟନ୍ତଙ୍କ ପାଇଁ ବଢ଼ିବାରେ ଲାଗିଛି । ଚିଲିକାରେ ଉଡୁଥିବା ହେଲିକେପ୍ଟର ବୈଜୟନ୍ତଙ୍କର ବୋଲି ସ୍ପଷ୍ଟ ହୋଇଥିବା କଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବି

ଜୟଶ୍ରୀ ରାଉତରାୟ କହିଛନ୍ତି । ଏଣୁ ତାଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦର୍ଶାଇଛନ୍ତି । ଶ୍ରୀମନ୍ଦିର ଓ କୋଣାର୍କ ଉପରେ ହେଲିକେପ୍ଟର ଉଡ଼ିବା ଘଟଣାକୁ ନେଇ ଭିଡିଓ ଭାଇରାଲକୁ ପୁରୀ ପୁଲିସ ଅନୁଧ୍ୟାନ କରୁଛି । ଏଥିନେଇ ତାଙ୍କ ବିରୋଧରେ ସାନି ଏତଲା ହେବାର ସମ୍ଭାବନା ଦେଖାଦେଇଛି ।
ମିଳିଥିବା ସୂଚନା ଅନୁସାରେ, ଗତ ୧୫ ତାରିଖରେ ଚିଲିକା ଉପରେ ଏକ ହେଲିକେପ୍ଟର ଉଡୁଥିବା ଖବର ଗଣମାଧ୍ୟମରେ ପ୍ରକାଶ କରାଯାଇଥିଲା । ଏହାକୁ ସେତେବେଳେ ସି-ପ୍ଲେନ ଭାବରେ ଅବିହିତ କରାଯାଉଥିଲା । ଏହାକୁ ଭିତ୍ତିକରି ସିଡିଏ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଏତଲାକୁ ଭିତ୍ତି କରି ସୋମବାର ରାତିରେ ବୈଜୟନ୍ତ ହେଲିକେପ୍ଟରକୁ ଜବତ କରାଯାଇଛି । କିନ୍ତୁ ସେଦିନ ସେ କେବଳ ଚିଲିକା ନୁହେଁ ବୈଜୟନ୍ତ ତାଙ୍କ ଦୁଇ ବନ୍ଧୁଙ୍କ ସହ କୋଣାର୍କ ଓ ଶ୍ରୀମନ୍ଦିରକୁ ହେଲିକେପ୍ଟର ଯୋଗେ ଉପରୁ ଦେଖିଥିବାର ଭିଡିଓ ଆସିଛି । ଏହି ହେଲିକେପ୍ଟରରେ ଥିବା ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ ଆୟାର ଟ୍ୱିଟ୍ କରି ଶ୍ରୀମନ୍ଦିର ଓ କୋଣାର୍କ ଉପରେ ବୁଲୁଥିବା ଭିଡିଓ ଛାଡ଼ିଛନ୍ତି । ଏଥିସହ ଅଭିଜିତ ଆୟାର ଲେଖିଛନ୍ତି, ‘ଶ୍ରୀମନ୍ଦିର ଉପରୁ ମୋର ସ୍ୱତନ୍ତ୍ର ମେସେଜ ମନ୍ଦିର ସତରେ କେତେ ବଡ଼ ଓ ଏହା ମନ୍ଦିର ଚାରିପଟେ କିଭଳି ସହର ରହିଛି’ ସେ ସଂପର୍କରେ ମତ ରଖିଛନ୍ତି ।
ଏଥିସହ କୋଣାର୍କ ମନ୍ଦିରକୁ ନେଇ କିଛି ତାତ୍ସଲ୍ୟପୂର୍ଣ୍ଣ ମତ ଅଭିଜିତ ରଖିଛନ୍ତି । ଯାହାକୁ ନେଇ ବିବାଦ ଉଠିଛି । ଏଥିରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । କାରଣ ତାଙ୍କ ମତ ଲକ୍ଷ ଲକ୍ଷ ଓଡ଼ିଆଙ୍କ ଭାବବେଗକୁ ବାଧା ଦେଇଥିବା ସେ କହିଛନ୍ତି । କୋଣାର୍କ ମନ୍ଦିରର ଇତିହାସକୁ ଅତି କଦର୍ଯ୍ୟକରି ମତ ରଖିବା ଘଟଣାକୁ ସବୁ ସ୍ତରରେ ନିନ୍ଦା କରାଯାଇଛି । ବିଧାନସଭାର ବିଜେଡି ବିଧାୟକମାନେ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣାରେ ବସି ରହିଛନ୍ତି ।
ବୈଜୟନ୍ତ ଟ୍ୱିଟ୍ କରି କହିଛନ୍ତି, ତୃତୀୟ ମହଲା ଇଙ୍ଗିତରେ ଏସବୁ କାର୍ଯ୍ୟ କରାଯାଉଛି । ଓଡ଼ିଶାରେ ତାଙ୍କ ବୁଲିବାକୁ ବନ୍ଦ କରିବା ପାଇଁ ଏହି ଉଦ୍ୟମ ହୋଇଛି । ହେଲେ ଏହା ତାଙ୍କ ବୁଲିବାକୁ ରୋକିପାରିବ ନାହିଁ ବୋଲି ସେ କହିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here