ବେଦପ୍ରକାଶଙ୍କ ଅଧ୍ୟକ୍ଷତାରେ ଗଠନ ହେଲା ବିଜେଡିର ୩୭ ଜଣିଆ ନିର୍ବାଚନ ଇସ୍ତାହାର କମିଟି

ଭୁବନେଶ୍ବର : ଆସନ୍ତା ନିର୍ବାଚନ ପାଇଁ ଦଳୀୟ ଇସ୍ତାହାର ପ୍ରସ୍ତୁତ ନିମନ୍ତେ ଏକ ୩୭ ଜଣିଆ କମିଟି ଗଠନ କରିଛି। ଦଳର ବରିଷ୍ଠ ନେତା ବେଦପ୍ରକାଶ ଅଗ୍ରଓ୍ବାଲ ଅଧ୍ୟକ୍ଷ ଥିଲାବେଳେ ଏଥିରେ ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ପ୍ରଶନ୍ନ ଆଚାର୍ଯ୍ୟ ଉପଦକ୍ଷ ଅଛନ୍ତି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି । ଉକ୍ତ କମିଟିରେ ସଦସ୍ୟ ଭାବେ ବିଧାୟକ ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ମନ୍ତ୍ରୀ ରମେଶ ମାଝୀ, ପଦ୍ମନାଭ ବେହେରା, କସ୍ତୁରୀ ମହାପାତ୍ର, ସୁବାସ ସିଂ, ରବି ନନ୍ଦ ଓ ନଳିନୀକାନ୍ତ ପ୍ରଧାନ ପ୍ରମୁଖ ସାମିଲ ଅଛନ୍ତି ।
ଚଳିତ ନିର୍ବାଚନ ପାଇଁ ଦଳୀୟ ଇସ୍ତହାର ଏଥର ବିଜେଡି ଭିନ୍ନ ଢାଞ୍ଚାରେ ପ୍ରସ୍ତୁତ କରିବାକୁ ଯାଉଛି | ଏଥିରେ ଲୋକମତକୁ ଆଧାର କରି ଦଳ ଇସ୍ତହାର ପ୍ରସ୍ତୁତ କରିବା |

ଟିକେଟ ନ ମିଳିଲେ ୨ ପ୍ରଭାତ ହେବେ ସ୍ୱାଧୀନ ପ୍ରାର୍ଥୀ