୧୦୦ କୋଟିର ଡିଲ୍

https://www.facebook.com/nnsodia/videos/267154983995629/?t=5

ରାଜ୍ୟର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ବିଜେଡି ନିକଟରେ ରାଜ୍ୟସଭାକୁ ପଠାଇଛି । ସମ୍ପୃକ୍ତ ବ୍ୟକ୍ତି ନିକଟରେ ଏକ ତାରକା ହୋଟେଲ୍ରେ ସମାଜର ବିଭିନ୍ନ ବର୍ଗର ହାଇପ୍ରୋଫାଇଲ୍ ବ୍ୟକ୍ତିଙ୍କୁ ଡିନର୍ରେ ଆପ୍ୟାୟିତ କରିଛନ୍ତି । ଆଉ ଏହି ‘ଡିନର୍’ରେ ସାମିଲ ହୋଇଥିବା କିଛି ବ୍ୟକ୍ତି କୁଆଡ଼େ ସମ୍ପୃକ୍ତ ରାଜ୍ୟସଭା ସାଂସଦଙ୍କ ଗୁମର ଖୋଲିଛନ୍ତି । ଶୁଣିବାକୁ ମିଳୁଛି ଏହି ‘ଡିନର୍’ରେ ଅଧିକ ଡ୍ରିଙ୍କ୍ କରିଥିବା ଜଣେ ବ୍ୟକ୍ତି(ସମ୍ପୃକ୍ତ ସାଂସଦଙ୍କ ଖାସ୍) କୁଆଡ଼େ ବିଜେଡି କିଭଳି ଏହି ବ୍ୟକ୍ତିଙ୍କୁ ଟିକେଟ୍ ଦେଲା ତା’ର ଗୁମର ଖୋଲିଛନ୍ତି । ସମ୍ପୃକ୍ତ ବ୍ୟକ୍ତିଙ୍କୁ ବିଜେଡି ହାଇକମାଣ୍ଡ କୁଆଡ଼େ ପ୍ରଥମେ ରାଜ୍ୟସଭା ପଠାଇବାକୁ ଅରାଜି ଥିଲେ । ଏପରିକି ଯେଉଁଦିନ ତାଙ୍କ ନାଁ ରାଜ୍ୟସଭା ପ୍ରାର୍ଥୀ ନିମନ୍ତେ ବିଜେଡି ଆନୁଷ୍ଠାନିକ ଘୋଷଣା କଲା ତା’ର ପୂର୍ବ ସନ୍ଧ୍ୟାରେ ମଧ୍ୟ ତାଙ୍କୁ ନାସ୍ତିବାଣୀ ଶୁଣାଇ ଦିଆଯାଇଥିଲା । କିନ୍ତୁ ରାତିରେ ଏକ ବଡ଼ଧରଣର ଡିଲ୍ ହୋଇଥିଲା । ସେହି ଡିଲ୍ ଅନୁସାରେ ସମ୍ପୃକ୍ତ ବ୍ୟକ୍ତି କୁଆଡ଼େ ବିଜେଡିକୁ ୧୦୦କୋଟି ଟଙ୍କାର ଚାନ୍ଦା ଦେବାକୁ ରାଜି ହୋଇଥିଲେ । ତା’ପୁଣି ଦିଲ୍ଲୀରେ ଥିବା ତାଙ୍କର ଗୋଟିଏ ଏଜେନ୍ସି ମାଧ୍ୟମରେ ଏହି ଟଙ୍କା ବିଜେଡି ପାଖକୁ ଆସିଥିଲା । ଏତେ ପରିମାଣର ଟଙ୍କା ନଗଦ ଆକାରରେ ଦିଲ୍ଲୀରେ ଦେଣନେଣ ହେବା ପରେ ହିଁ ସକାଳେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଟିକେଟ୍ ଦିଆଯିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା । ଚର୍ଚ୍ଚା ହେଉଛି ବିଜେଡି କୁଆଡ଼େ ଏବେ ତାମିଲନାଡୁ, ୟୁପି ଓ ବିହାର ଆଦି ରାଜ୍ୟରେ ଆଞ୍ଚଳିକ ଦଳଗୁଡ଼ିକ ରାଜ୍ୟସଭାକୁ ପଠାଇବା ନିମନ୍ତେ ଯେଭଳି ମୋଟା ଅଙ୍କର ପାଣ୍ଠି(ଦଳ ପାଇଁ) ସଂଗ୍ରହ କରିଥାନ୍ତି, ଏବେ ଓଡ଼ିଶାରେ ଅନୁରୂପ ଫର୍ମୂଲାକୁ ବିଜେଡି ଆପଣାଇଛି ।

ମତାମତ ଦିଅନ୍ତୁ

Please enter your comment!
Please enter your name here