ସାଇକେଲ ପରେ ବାଇକ, ପୁରୀ ଯିବା ଲାଗି ଭଡାରେ ମିଳିବ ବାଇକ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଆଜି ଠାରୁ ରାଜଧାନୀରେ ଭଡ଼ା ବାଇକ୍ ସେବା ଆରମ୍ଭ ହୋଇଯାଇଛି । ଘଣ୍ଟାକୁ ମାତ୍ର ୩୬ ଟଙ୍କାରେ ଆପଣ ଏହି ବାଇକ୍‌ ନେଇ ଭୁବନେଶ୍ୱର ଓ ପୁରୀ ଭଳି ବିଭିନ୍ନ ସ୍ଥାନ ବୁଲି ପାରିବେ । କଲିକତାର ଏକ କମ୍ପାନୀ ‘ଡ୍ରପ ୟୁ’ ସହିତ ଏନେଇ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିବା ଜଣାପଡିଛି । ଯେଉଁମାନଙ୍କ ପାଖରେ ବାଇକ୍ ନାହିଁ ବା ବାଇକ୍‌ରେ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳ ବୁଲିବାକୁ ଇଛା ପ୍ରକାଶ କରନ୍ତି ସେମାନେ ଏହି ବ୍ୟବସ୍ଥାର ଫାଇଦା ନେଇପାରିବେ । ବାଇକ୍ ବୁକ୍ କରିବା ପାଇଁ ଆପଣଙ୍କୁ ‘ଡ୍ରପ ୟୁ’ ସହ ଯୋଗାଯୋଗ କରିବାକୁ ପଡ଼ିବ । ଏହି ସୁବିଧା ଘଣ୍ଟା କିମ୍ବା ଦିନିକିଆ ଆକାରରେ ପାଇପାରିବେ । ଏହି ବ୍ୟବସ୍ଥାକୁ ଭୁବନେଶ୍ୱରର ଡ୍ରାଇଭିଂ ପରୀକ୍ଷା ପଡ଼ିଆରେ ବିଧିବଦ୍ଧ ଭାବେ ଉଦ୍‌ଘାଟନ କରିଛନ୍ତି ପରିବହନ କମିଶନର ସଞ୍ଜୀବ ପଣ୍ଡା । ଏହା ପୂର୍ବରୁ ରାଜ୍ୟ ସରକାର ରାଜଧାନୀ ଭୁବନେଶ୍ୱରରେ ସାଇକେଲ୍‌ ସେବା ଆରମ୍ଭ କରିଥିଲେ । ରାଜଧାନୀର ପ୍ରମୁଖ ସ୍ଥାନଗୁଡ଼ିକରେ ଏବେ ଏହି ସାଇକେଲ୍‌ ରହୁଛି । ସ୍ୱତନ୍ତ୍ର ଆପ୍‌ ଯୋଗେ ଲୋକେ ଏହି ସାଇକେଲ୍ ଗୁଡ଼ିକୁ ବ୍ୟବହାର କରୁଛନ୍ତି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here