ମୁହଁ ଖୋଲିଲେ ବିଜୟ

ଭୁବନେଶ୍ୱର: ନିର୍ବାଚନ ତାରିଖ ପାଖେଇ ଆସିଥିବା ବେଳେ ଦଳର ବହୁ ନେତା ଦଳବଦଳ କରୁଥିବାର ଦେଖିବାକୁ ମିଳୁଛନ୍ତି | ତେବେ କିଛି ମାସ ତଳେ ଭାରତୀୟ ଜନତାର ପାର୍ଟି ଛାଡିଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ଆଜି ପୁଣି ମୁହଁ ଖୋଲିଛନ୍ତି । ଗତକାଲି ତାଙ୍କ ସହ ଭାଜପା ଛାଡିଥିବା ଦିଲ୍ଲୀପ ରାୟ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ ଆଲୋଚନା କରିବାକୁ ନେଇ ନିଜର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ବିଜୟ ମହାପାତ୍ର । ସେ କହିଛନ୍ତି ଯେ,ପ୍ରତ୍ୟେକ ବ୍ୟକ୍ତିର ବ୍ୟକ୍ତିଗତ ନିଷ୍ପତ୍ତି ନେବାର ଅଧିକାର ଅଛି । ଦିଲ୍ଲୀପ ରାୟ ବିଜେଡ଼ିରେ ଯୋଗ ଦେଉଥିବାର ଚର୍ଚ୍ଚା ହେଉଥିବାବେଳେ ବିଜୟ ମହାପାତ୍ରଙ୍କ ସହ ବିଜେଡ଼ି ପକ୍ଷରୁ ଯୋଗାଯୋଗ କରାଯାଇଛି କି ବୋଲି ପ୍ରଶ୍ନର ଉତ୍ତରରେ ତାଙ୍କ ସହ ବିଜେଡ଼ି ପକ୍ଷରୁ କୌଣସି ଯୋଗାଯୋଗ କରାଯାଇନାହିଁ ସେ କହିଛନ୍ତି । ଅପରପକ୍ଷରେ ବିଜେପିର କେତେକ ଶୁଭେଚ୍ଛୁ ନେତୃବୃନ୍ଦ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି କହିଛନ୍ତି ବିଜୟ ମହାପାତ୍ର । ତାଙ୍କର ଏହି ପ୍ରତିକ୍ରିୟାରୁ ଜଣାପଡୁଛି ଯେ,ସେ ପୁଣିଥରେ ଘରବାହୁଡା କରି ବିଜେପିକୁ ଫେରିବେ । ତେବେ ସେ ନିଜର ଶୁଭେଚ୍ଛୁଙ୍କ ସହ ଆଲୋଚନା କରିବାପରେ ଏନେଇ ନିଷ୍ପତ୍ତି ନେବେ ବୋଲି କହିିଛନ୍ତି ।

ଅଲଗା ହେବେ: ବିଜେପିିରେ ରହିବେ ବିଜୟ, ରବିବାର ବିଜେଡି ଯିବେ ଦିଲୀପ