ବିହାରରେ ବସ୍ତ୍ରହରଣ: ମଝି ରାସ୍ତାରେ ନାବାଳିକାଙ୍କ ଇଜ୍ଜତ ଲୁଟିଲେ ଦୁର୍ବତ୍ତ,ଭିଡିଓ ଭାଇରାଲ

1

ବିହାର : ବିହାରରେ ବସ୍ତ୍ରହରଣ । ମଝି ରାସ୍ତାରେ ଜଣେ ନାବାଳିକାଙ୍କୁ ବେଢି ଯାଇଛନ୍ତି କିଛି ରାକ୍ଷସ । ପୁଣି ଭିଡିଓକୁ ବି ଭାଇରାଲ କରିଛନ୍ତି । ଜହାନାବାଦର ଏହି ଦୃଶ୍ୟ ଏତେ ଭୟାନକ ଯେ ଦେଖି ହେବନି । ନାବାଳିକାର ଆକୁଳ ଚିତ୍କାର ଶୁଣିଲେ ମାନବିକତା ଲାଜରେ ମରିଯିବ । ସାମାନ୍ୟ ମଣିଷପଣିଆ ଥିବା ଯେକେହି ଲୋକର ମନରେ ଆସିବ କ୍ରୋଧ ।
ରାସ୍ତାରେ ଏକୁଟିଆ ପାଇ ୭ରୁ ୮ଜଣ ଘେରି ଯାଇ ଇଜ୍ଜତ ଲୁଟୁଛନ୍ତି । ଅଶ୍ଲୀଳ ହରକତରେ ମାତିଛନ୍ତି । କାହାର ମନରେ ସାମାନ୍ୟ ଦ୍ବିଧା ବି ନାହିଁ । ଏସବୁ କାମ କରିବା ବେଳେ କାମୁକଙ୍କ ଅଟ୍ଟହାସ୍ୟ ବି ଶୁଭୁଛି । କିଏ ହାତ ଟାଣି ପକାଉଛି ତ କିଏ ଗୋଡ, କିଏ ପୁଣି ପୋଷାକ ଖୋଲିବାକୁ ଚେଷ୍ଟା ବି କରୁଛି । ଶ୍ବାନ ଶୃଗାଳ ଭଳି ବେଢି ଯାଇଛନ୍ତି । ପୁଣି ଆଉ କିଛି ମୋବାଇଲରେ ରେକଡିଂ ବି କରି ଚାଲିଛନ୍ତି ।
ଭାଇ ଛାଡି ଦିଅ ବୋଲି ନାବାଳିକା କରୁଣ ନିବେଦନ କରୁଛନ୍ତି । ହେଲେ ଏହି ପଶୁଙ୍କ ଭିଡ ଭିତରେ ନାବାଳିକାକୁ କେହି ତିଳେ ମାତ୍ର ଦୟା ଦେଖାଉ ନାହାନ୍ତି । ଏହି ଦୃଶ୍ୟ ଜହାନାବାଦ ଭରତୁଆ ଗାଁର ବୋଲି ଜଣା ପଡିଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ ସାମ୍ନାକୁ ଆସିଛି ଘଟଣା । ପୀଡିତା ଅଭିଯୋଗ କରିନାହାନ୍ତି । କିନ୍ତୁ ନିଜ ଆଡୁ ପୋଲିସ ଆରମ୍ଭ କରିଛି ତଦନ୍ତ । ୨୮ତାରିଖ ରାତିରେ ପୋଲିସକୁ ଭିଡିଓ ମିଳିଥିଲା । ଏହାପରେ ୨୪ଘଣ୍ଟା ଭିତରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏମାନଙ୍କୁ ଜେରା ଆଧାରରେ ଅନ୍ୟ ୩ରୁ ୪ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଚଢାଉ ଆରମ୍ଭ କରିଛି । ଗାଁରେ ଘରେ ଘରେ ଛାନଭିନ୍ କରୁଛି । ସବୁଠୁ ବଡ କଥା ଅଭିଯୁକ୍ତଙ୍କ ଭିତରେ ରହିଛନ୍ତି କିଛି ନାବାଳକ ।
ଭିଡିଓରେ ଦେଖିବାକୁ ମିଳିଛି ପାଖରେ ପଡିଛି ଗୋଟିଏ ବାଇକ୍ । ଅନୁମାନ କରାଯାଉଛି କାହା ସହ ନାବାଳିକା ଯାଉଥିବା ବେଳେ ତାଙ୍କୁ ଏମାନେ ଘେରି ଯାଇଥିଲେ । ବାଇକ୍ ମାଲିକଙ୍କୁ ଚିହ୍ନଟ କରାଯାଇଥିବା ପୋଲିସ କହିଛି । ତେବେ ଘଟଣାସ୍ଥଳରେ ସେ ନଥିବା ତାଙ୍କ ପରିବାର ଲୋକ କହିଛନ୍ତି । ଏପଟେ ନାବାଳିକା ପୀଡିତା କିଭଳି ମାମଲା କରିବେ ସେନେଇ କାଉନସେଲିଂ କରାଯାଉଛି । ଯେଉଁ ମୋବାଇଲ୍ରେ ଏହି ଭିଡିଓ ସୁଟ୍ କରାଯାଇଛି ତାହା ଜଣେ ଅଭିଯୁକ୍ତ ପାଖରୁ ଜବତ କରାଯାଇଛି ।
ଅମାନବୀୟ କାଣ୍ଡ ଭିଆଇବା ପରେ ଏହାକୁ ଭିଡିଓ କରି ଭାଇରାଲ୍ କରିବା । ପୁଣି ଏପରି ଜଘନ୍ୟ କାଣ୍ଡରେ ନାବାଳକଙ୍କ ସଂପୃକ୍ତି ଏହା ପଚାରିବା ପାଇଁ ବାଧ୍ୟ କରୁଛି, ସମାଜ ଯାଉଛି କୁଆଡେ । ଅସଦାଚରଣ ପାଇଁ ଆଇନକୁ କଡାକଡି କରାଯାଇଛି । ଏପରିକି ବଳାତ୍କାରୀଙ୍କୁ ଫାଶୀ ପାଇଁ ଆଇନ ଆସିଛି ତେବେ ଏସବୁକୁ କଣ ଖାତିର ନାହିଁ । ଜେହାନାବାଦର ଏହି ଘଟଣାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି ତେବେ ସବୁଠୁ ବଡ ପ୍ରଶ୍ନ, ଏସବୁ କେବେ ଆଉ କେମିତି ଥମିବ ।

LEAVE A REPLY

Please enter your comment!
Please enter your name here