ଘରର କେଉଁ ସ୍ଥାନରେ ରଖିବେ ଗୋଦାମ ଗୃହ, ବାସ୍ତୁଶାସ୍ତ୍ର ଅନୁସାରେ ଜାଣିନିଅନ୍ତୁ…

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର : ଘରେ ସବୁ ଥାଇ ମଧ୍ୟ ଅନେକ ସମୟରେ ଅଶାନ୍ତି ଦେଖାଦେଇଥାଏ | ତେବେ ଏପରି ପରିସ୍ଥିତିରେ ଘର ଉପରେ ଗ୍ରହମାନଙ୍କ ପ୍ରଭାବ ରହିଥାଏ ବୋଲି ସୂଚନା ମିଳେ । ଯଦି ଗ୍ରହଙ୍କ ସ୍ଥିତି ଅନୁସାରେ ଘର ହୋଇନଥାଏ ଏହା କୁପ୍ରଭାବ ପଡିଥାଏ । ଘରର ପ୍ରତିଟି ସ୍ଥାନକୁ କୌଣସି ନା କୌଣସି ଗ୍ରହ ପ୍ରତିନିଧିତ୍ୱ କରିଥାନ୍ତି । ଯେପରି, ନବଗ୍ରହଙ୍କ ମଧ୍ୟରେ ରାହୁ, ସୁଡଙ୍ଗ, ଗୁମ୍ଫା ଓ ଗୋଦାମ ଘରର ପ୍ରତିନିଧିତ୍ୱ କରିଥାନ୍ତି । ଉଚିତ ଦିଗରେ ଗୋଦାମ ଘର ବା ଷ୍ଟୋର୍‌ ରୁମ୍‌ କରିଥିଲେ ଓ ଆବଶ୍ୟକ ମୁତାବକ କବାଟ, ଝରକା କରିଥିଲେ ମଧ୍ୟ ଯଦି ସୂର୍ଯ୍ୟକିରଣ ପର୍ଯ୍ୟାପ୍ତ ପରିମାଣରେ ଆସୁନଥିବ ତେବେ ଘରେ ରାହୁଙ୍କ ନକାରାତ୍ମକ ପ୍ରଭାବ ପଡ଼ିଥାଏ ।
ଆସନ୍ତୁ ଜାଣିବା ବାସ୍ତୁରେ ରାହୁ ଗ୍ରହଙ୍କ ମହତ୍ୱ ଓ ଏଥିରୁ ଶୁଭ ପରିଣାମ ପାଇବାର ଉପାୟ |
ଗୋଦାମ ଘର କେଉଁଠି ରଖିବେ ନାହିଁ-
ଘର ଭିତରେ ଲମ୍ବା ଗ୍ୟାଲେରୀ, ସୁଡ଼ଙ୍ଗ ଓ ଅନ୍ଧାର ସ୍ଥାନକୁ ଲଗାଇ ଗୋଦାମ ଘର ରଖନ୍ତୁ ନାହିଁ । ଯଦି ଘରେ ଏପରି ସ୍ଥାନରେ ଗୋଦାମ ଘର ଥିବ, ତେବେ ଉକ୍ତ ଘରେ ରହୁଥିବା ଲୋକଙ୍କୁ ବହୁ କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ । ତେଣୁ ଘର ନିର୍ମାଣ କରିବା ବେଳେ ହେଉ କି କିଣିବା ବେଳେ ହେଉ, ନିଶ୍ଚିତ ଧ୍ୟାନ ଦେବେ ଯେପରି ଘର ଭିତରକୁ ପର୍ଯ୍ୟାପ୍ତ ପରିମାଣର ସୂର୍ଯ୍ୟକିରଣ ପ୍ରବେଶ କରୁଥିବ ।
କେମିତି ରଖିବେ ଗୋଦାମର ଆକାର-
ଗୋଦାମ ଘର ଅନ୍ୟ କୋଠରୀଠାରୁ କେବେ ବି ବଡ଼ ହେବା ଉଚିତ ନୁହେଁ । ଯଦି ଏପରି ସ୍ଥିତିରେ ଗୋଦାମ ଥିବ ଓ ଏହା ଅନ୍ଧାରିଆ ରହୁଥିବ ତେବେ ଘରର ମୁଖିଆ ଭୁଲ ବାଟରେ ଅର୍ଥ ରୋଜଗାର କରିଥାନ୍ତି । ଭୁଲ ବାଟରେ ଯିବା କାରଣରୁ ସେ ବହୁତ ଲୋକଙ୍କୁ ନିଜର ଶତ୍ରୁ ବନାଇ ଦେଇଥାନ୍ତି । ଯଦି ଏମିତି ସ୍ଥିତି ଅଛି ତେବେ ତୁରନ୍ତ ଗୋଦାମର ସ୍ଥିତିରେ ପରିବର୍ତ୍ତନ କରନ୍ତୁ ।

ସାବଧାନ ହୋଇଯାଆନ୍ତୁ, ଏହି ରାଶିର ମହିଳା ତାଙ୍କ ସ୍ୱାମୀମାନଙ୍କୁ ଦବାଇ ରଖିଥାନ୍ତି, ଜାଣିନିଅନ୍ତୁ କେଉଁ ରାଶିର…

 

ମତାମତ ଦିଅନ୍ତୁ

Please enter your comment!
Please enter your name here