ଆବଶ୍ୟକତାଠାରୁ ଅଧିକ ପରିମାଣର ବାଦାମ ଖାଉଛନ୍ତି କି, ଜାଣି ନିଅନ୍ତୁ କେଉଁ ରୋଗରେ ପଡିବେ….

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଶରୀରକକୁ ସୁସ୍ଥ ଓ ଫିଟ ରଖିବାକୁ ଅନେକ ଲୋକ ଅନେକ କାମ କରିଥାନ୍ତି । କିଏ ଜିମ ଯାଏ ତ କିଏ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତି । ତେବେ ଆମକୁ ସୁସ୍ଥ ରହିବାକୁ ଯେତିକି ବ୍ୟୟାମ ଦରକାର ସେତିକି ପ୍ରୋଟିନ ଯୁକ୍ତ ଖାଦ୍ୟ ମଧ୍ୟ ଦରକାର । ତେବେ ଅନେକ କହୁନ୍ତି ବାଦାମ ଖାଇବା ଶରୀର ପାଇଁ ନିହାତି ଆବଶ୍ୟକ । କାରଣ ବାଦାମରେ ପ୍ରଚୁର ପରିମାଣର ଭିଟାମିନ ଭରପୁର ଥାଏ । ତେବେ କେବେ ଶୁଣିଛନ୍ତି କି ଭିଜା ବାଦାମ ଖାଇଲେ ଆମ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ ମିଳିଥାଏ । ପ୍ରତ୍ୟେକ ଦିନ ସକାଳୁ ୨-୩ଟି ଭିଜା ବାଦାମ ଖାଇଲେ ଆମ ଶରୀରର ଅନେକ ରୋଗ କମିଯାଏ ବୋଲି ସୂଚନା ରହିଛି । ତେବେ ଚାଲନ୍ତୁ ଜାଣିବା ଏହି ଭିଜା ବାଦାମ ଖାଇଲେ କେଉଁ ରୋଗରୁ ମୁକ୍ତି ମିଳିଥାଏ ଏବଂ ଏହା କେତେ ପରିମାଣର ଉପକାରୀ ଅଟେ ।
୧. ଅଳସପଣରୁ ରକ୍ଷା ପାଇବେ- ବାଦାମରେ ଆଣ୍ଟିଅକ୍ସାଇଡ ଭରପୁର ଥିବାରୁ ଏହା ଅଳସପଣକୁ ଦୂରାଇ ରଖିଥାଏ । ଯଦି ଆପଣ ପ୍ରତ୍ୟେକ ଦିନ ଭାଜା ବାଦାମ ଖାଇବେ ଆପଣଙ୍କ ଶରୀରକୁ ଏହା ଫୁର୍ତ୍ତି ରଖବା ସହ ସୁସ୍ଥ ମଧ୍ୟ ରଖିବା ବୋଲି କୁହାଯାଇଛି । ଏଥିସହ ଡିପ୍ରେସନ ଭଳି ମାରାତ୍ମକ ରୋଗରୁ ମଧ୍ୟ ଆପଣଙ୍କୁ ଏହା ଦୂରରେ ରଖିବ । ତେବେ ଆବଶ୍ୟକତା ଠାରୁ ଅଧିକ ବାଦାମ ଖାଇବା ମଧ୍ୟ ଶରୀର ପାଇଁ କ୍ଷତିକାରକ ।
୨.ସୁଗାର ପରିମାଣକୁ କମାଇଥାଏ- ଡାଇବେଟିସ ରୋଗୀଙ୍କ ପାଇଁ ଭିଜା ବାଦାମ ଖାଇବା ଏକ ପ୍ରକାରର ରାମବାଣ ସଦୃଶ । ବାଦାମରେ ଥିବା ପ୍ରୋଟିନ, ଫାଇବର ଓ
ମାଗ୍ନେସିୟମ ଆଦି ମଧୁମେହ ରୋଗକୁ ଫାଇଦା ଦେଇଥାଏ ।
ୃ୩.ହୃଦୟ ରୋଗୀଙ୍କ ପାଇଁ ମଧ୍ୟ ଭଲ- ଯେଉଁମାନଙ୍କ ହାର୍ଟରେ କିଛି ଅସୁବିଧା ରହିଛି ତେବେ ଆପଣ ପ୍ରତ୍ୟେହ ବାଦାମ ସେବନ କରନ୍ତୁ । ଏହା ଆପଣଙ୍କ ପାଇଁ ଖୁବ ଲାଭ ଦାୟୀ । ପ୍ରତ୍ୟେହ ୫ଟି ବାଦାମ ଖାଇଲେ ଏହି ରୋଗରୁ ର କ୍ଷା ପାି ପାରିବେ । ୪. ହାଡକୁ ମଧ୍ୟ ମଜଭୁତ କରେ- ବାଦାମକୁ କଞ୍ଚା ଖାଆନ୍ତୁ କି ଭିଜେଇକି ଏଥିରେ ଆପଣଙ୍କ ହାଡକୁ ମଜଭୁତ କରିପାରେ ସାହାର୍ଯ୍ୟ କରିଥାଏ । ବାଦାମରେ ଫସଫରସ, ମାଗ୍ନେସିୟମ ଓ କ୍ୟାଲସିୟମ ଭରୁପୁର ମାତ୍ରାରେ ରହିଥାଏ । ଏହି ୩ ଭିଟାମିନ ସେବନ କରିବା ଦ୍ୱାରା ଶରୀରର ହାଡ ମଜଭୁତ ହୋଇଥାଏ ।

ଲଭଲାଇଫକୁ ସୁଦୃଢ କରିବାକୁ ଚାହୁଁଛନ୍ତି କି, ବ୍ୟବହାର କରନ୍ତୁ ମାତ୍ର ଗୋଟିଏ ଶବ୍ଦ, ଜାଣିନିଅନ୍ତୁ କଣ….

1 COMMENT

ମତାମତ ଦିଅନ୍ତୁ

Please enter your comment!
Please enter your name here