ଭୁଲରେ ବି ପିନ୍ଧନ୍ତୁ ନାହିଁ ବାମ ହାତରେ ବ୍ରତ, ବାସ୍ତୁଶାସ୍ତ୍ରରୁ ଜାଣି ନିଅନ୍ତୁ କଣ ହୋଇପାରେ…

ଭୁବନେଶ୍ୱର: ହିନ୍ଦୁ ଧର୍ମ ସବୁ ଧର୍ମମାନଙ୍କ ମଧ୍ୟରେ ପୂରା ଭିନ୍ନ | ଏହି ଧର୍ମର ଲୋକେ ଖୁବ ଈଶ୍ୱର ବିଶ୍ୱାସୀ ହୋଇଥାନ୍ତି | ତେବେ ହିନ୍ଦୁ ଧର୍ମରେ ବାରମାସରେ ତେର ପରବ ପାଳନ କରାଯାଇଥାଏ | ତେବେ ଉକ୍ତ ପର୍ବ ମଧ୍ୟରେ ଦଶହରା, ଦୀପାବଳି, ଲକ୍ଷ୍ମୀ ପୂଜା, ଗଣେଷ ପୂଜା ହେଉ କିମ୍ୱା ସରସ୍ୱତୀଙ୍କ ପୂଜା ଅଲଗା | କାରଣ ଏହି ସମସ୍ତ ପୂଜାରେ ଆମେ ଭଗବାନଙ୍କ ପାଖରେ ବ୍ରତ ଅର୍ପଣ କରି ପିନ୍ଧିଥାଉ । ଉଭୟ ମହାଳା ଓ ପୁରୁଷଙ୍କ ଠାରୁ ଆରମ୍ଭ କରି ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ | ଏହି ବ୍ରତ ପୂଜା ହେବା ପରେ ଆମେ ହାତରେ ଧାରଣ କରିଥାଉ । ଏହାକୁ ଧାରଣ କରିବା ଦ୍ୱାରା ଭଗବାନଙ୍କ ଆଶୀର୍ବାଦ ମିଳିଥାଏ ବୋଲି ଶାସ୍ତ୍ରରେ କୁହାଯିବା ସହ ବିଶ୍ୱାସ ମଧ୍ୟ କରିଥାଉ | କେବଳ ଏତିକି ନୁହେଁ, ବିବାହ ବ୍ରତ ଭଳି କୌଣସି ମାଙ୍ଗଳିକ କାର୍ଯ୍ୟ କଲେ ମଧ୍ୟ ଆମେ ପ୍ରଥମେ ହାତରେ ରକ୍ଷା ସୂତ୍ର ବାନ୍ଧିଥାଉ । ବିପଦ ସମୟରେ ଏହା ଆମକୁ ରକ୍ଷା କରିଥାଏ ବୋଲି ହିନ୍ଦୁ ଧର୍ମରେ ଆସ୍ଥା ରହିଛି । ଏହା ହାତରେ ବାନ୍ଧିଲେ ଶରୀର ପାଇଁ ହିତକର ହୋଇଥାଏ ବୋଲି ବିଜ୍ଞାନ ମଧ୍ୟ ଗ୍ରହଣ କରିସାରିଲାଣି । ଆମ ପରମ୍ପରାରେ ହାତରେ ଧାର୍ମିକ ସୂତ୍ରକୁ ବହୁତ ମହତ୍ୱ ଦିଆଯାଏ, କାରଣ ଜୀବନରେ ସକାରତ୍ମକ ଭାବନା ଆଣିବା ପାଇଁ ସବୁ ପୂଜା ସମୟରେ ଆମେ ହାତରେ ନାଲିସୂତ୍ର ପିନ୍ଧିଥାଉ । ବାସ୍ତୁଶାସ୍ତ୍ର ଅନୁସାରେ ନାଲି ରଙ୍ଗର ସୂତ୍ର ପିନ୍ଧିବା ଦ୍ୱାରା ଭଗବାନ ହନୁମାନଙ୍କ କୃପା ଦୃଷ୍ଟି ମିଳିଥାଏ । ମନ୍ଦିର ଏବଂ ବିଭିନ୍ନ ଧାର୍ମିକ ସ୍ଥାନରେ ହାତରେ ବନ୍ଧା ଯାଇଥିବା ସୂତ୍ର ମୁଖ୍ୟତଃ ପାଞ୍ଚଟି ରଙ୍ଗର ରହିଥାଏ । ଏଥିରେ ଥିବା ସମସ୍ତ ରଙ୍ଗର ମହତ୍ତ୍ୱ ଭିନ୍ନ ଭିନ୍ନ ରହିଛି । ଏହି ସୂତ୍ରକୁ ରକ୍ଷା ସୂତ୍ର ମଧ୍ୟ କୁହାଯାଇଥାଏ। ଏହାକୁ ହାତରେ ବାନ୍ଧିଥିବା ବ୍ୟକ୍ତିଙ୍କ ଉପରେ ତ୍ରିଦେବ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କର ପ୍ରଭାବ ପଡ଼ିଥାଏ । ଏଥିସହ ସମସ୍ତ କାମରେ ସଫଳତା ମଧ୍ୟ ମିଳିଥାଏ । ଶାସ୍ତ୍ର ଅନୁସାରେ ମେଷ, ବୃଷ, ମିଥୁନ, କର୍କଟ ଏବଂ ସିଂହ ରାଶିର ବ୍ୟକ୍ତି ନାଲି ବ୍ରତ ପିନ୍ଧିବା ଦ୍ୱାରା ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି । ଏହା ସହିତ ରାଶିର ବ୍ୟକ୍ତିଙ୍କ ଉପରେ କୌଣସି ପ୍ରକାର ଦୁର୍ଦ୍ଦଶା ତଥା ଅସୁବିଧା ଆସି ନ ଥାଏ । ଏହିସବୁ ରାଶିର ବ୍ୟକ୍ତି ନିୟମିତ ନାଲି ରଙ୍ଗର ବ୍ରତ ପିନ୍ଧିବା ଦ୍ୱାରା ଶୀଘ୍ର ଚାକିରି ହେବା ସହ ଭବିଷ୍ୟତ ଉଜ୍ଜ୍ୱଳ ହୋଇଥାଏ । ଜାଣିରଖନ୍ତୁ,ଏହି ସୂତ୍ରକୁ ଅବିବାହିତା ମହିଳା ଏବଂ ପୁରୁଷ ଡ଼ାହାଣ ହାତରେ ବାନ୍ଧିଥିବା ବେଳେ ବିବାହିତ ବ୍ୟକ୍ତି ବାମ ହାତରେ ବାନ୍ଧିବା ନିୟମ ଅଟେ । ଏହି ସୂତ୍ରକୁ ବାନ୍ଧିବା ସମୟରେ ସର୍ବଦା ହାତକୁ ମୁଠି କରି ବନ୍ଦ ରଖନ୍ତୁ ।