You are here
Home > ଲାଟେଷ୍ଟ > ସ୍ମୃତି ମାନ୍ଧନା ଓ ଶିଖର ଧାୱନ ପାଇବେ ଅର୍ଜୁନ ପୁରସ୍କାର

ସ୍ମୃତି ମାନ୍ଧନା ଓ ଶିଖର ଧାୱନ ପାଇବେ ଅର୍ଜୁନ ପୁରସ୍କାର

ଦିଲ୍ଲୀ: ଭାରତୀୟ ମହିଳା ଓ ପୁରୁଷ ଜାତୀୟ କ୍ରିକେଟ ଦଳର ଦୁଇ ଓପନର ସ୍ମୃତି ମାନ୍ଧନା ଓ ଶିଖର ଧାୱନ କ୍ରୀଡ଼ା ଲାଗି ସମ୍ମାନ ଜନକ ଅର୍ଜୁନ ପୁରସ୍କାର ପାଇବେ ବୋଲି ବିସିସିଆଇ ଆକ୍ଟିଂ ସେକ୍ରେଟାରି ଅମିତାଭ ଚୌଧୁରୀ ଜଣାଇଛନ୍ତି । ତେବେ ଏହି ଦୁଇ ଓପନରଙ୍କ ନିକଟ କିଛିଦିନର ଭଲ ପ୍ରଦର୍ଶନ ଯୋଗୁ ଅର୍ଜୁନ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି ବୋଲି ବିସିସିଆଇ ସୂତ୍ରରୁ ଜଣାଯାଇଛି ।

ସ୍ମୃତି ମାନ୍ଧନା ଭାରତୀୟ ମହିଳା କ୍ରିକେଟ ଦଳର ଧୁଆଁଧାର ଓପନର । ଟେଷ୍ଟ ହେଉ କି ଓାନଡ଼େ କି ଟି-୨୦ ମ୍ୟାଚ୍ ସବୁବେଳେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ସ୍ମୃତି ଭାରତୀୟ ଦଳକୁ ଅନେକ ଥର ଜିତାଇଛନ୍ତି । ସେହିପରି ଶିଖର ଧାୱନ ଭାରତୀୟ ଦଳର ଜଣେ ଆକ୍ରମଣାତ୍ମକ ବ୍ୟାଟସମ୍ୟାନ । ଧାୱନଙ୍କ ଦଳରେ ଯୋଗଦାନ ଦେବା ଦିନରୁ ହିଁ ଭାରତୀୟ ଦଳର ପ୍ରଦର୍ଶନ ଉନ୍ନତ ହେବାରେ ଲାଗିଛି ।

Loading...
ONA

Leave a Reply

Top