ଭୁବନେଶ୍ୱରରେ ପାହାନ୍ତାରୁ ମାତୁଛନ୍ତି ଅପରାଧୀ: ଗାର୍ଡଙ୍କୁ ଗୁଳି ଏବଂ ୨ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଏବେ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି । ପୂରା ସହର ଅପରାଧୀଙ୍କ କବଜାକୁ ଚାଲିଯାଇଛି । କିଛିଦିନର ଅପରାଧୀକ କାର୍ଯ୍ୟକଳାପରୁ ଏହା ସ୍ପଷ୍ଠ ଜଣାପଡୁଛି । ଗତ ଶୁକ୍ରବାର ସହରରେ ସିରିଜ ଲୁଟ ଘଟଣା ଘଟିଥିବାବେଳେ ଶନିବାର ପାହାନ୍ତାରୁ ପୁଣି ମାତିଛନ୍ତି ଅପରାଧୀ । ଟଙ୍କପାଣି ରୋଡରେ ଥିବା ଏକ କଲ୍ୟାଣମଣ୍ଡପରେ ସିକ୍ୟୁରିଟି ଗାର୍ଡଙ୍କୁ ଗୁଳିମାଡ ହୋଇଥିବାବେଳେ ମାଷ୍ଟରକ୍ୟାଣ୍ଟିନ ଛକରେ ଫୁଟପାଥରେ ଶୋଇଥିବା ୨ଜଣ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ କରାଯାଇଛି । ଏମିତି ଲୁଟ, ଗୁଳିମାଡ, ଆକ୍ରମଣ ଭଳି ଘଟଣା ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସୂଚନାନୁଯାୟୀ, ଶନିବାର ଭୋର ସମୟରେ ଟଙ୍କପାଣି ରୋଡରେ ଥିବା ଏକ କଲ୍ୟାଣମଣ୍ଡପରେ ୨ଜଣ ଦୁବୃର୍ତ୍ତ ପହଞ୍ଚିଥିଲେ । ସିକ୍ୟୁଣିଟି ଗାର୍ଡଙ୍କୁ ସେମାନେ ମାଲିକଙ୍କ ବିଷୟରେ ପଚରାଉଚରା କରିଥିଲେ । ହେଲେ ବମାଲିକ ଏଠାରେ ନଥିବା କଥା ସିକ୍ୟୁରିଟି ଗାର୍ଡ କହିଥିଲେ । ଏହା ପରେ ସେମାନେ ପୁରୀରୁ ଆସିଥିବା କହିବା ସହ ପିଇବାକୁ ପାଣି ମାଗିଥିଲେ । ପାଣି ପିଇବା ପରେ ତଳେ ଟଙ୍କା ପଡିଛି ବୋଲି ସିକ୍ୟୁରିଟି ଗାର୍ଡଙ୍କୁ କହିଥିଲେ । ଯେତେବେଳେ ସିକ୍ୟୁରିଟି ଗାର୍ଡ ତଳୁ ଟଙ୍କା ଉଠାଇବା ବେଳେ ତାଙ୍କ ପିଠିକୁ ଗୁଳି କରି ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସମ୍ପୃକ୍ତ ସିକ୍ୟୁରିଟି ଗାର୍ଡଙ୍କୁ ମେଡିକାଲ ନିଆଯାଇଥିଲା । ତାଙ୍କ ଡାହାଣ ପଟ ପିଠିରେ ଗୁଳି ବାଜିଛି ।
ଅନ୍ୟପଟେ ଆଜି ଭୋର ସମୟରେ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳର ଫୁଟପାଥରେ ଶୋଇଥିବା ୨ଜଣ ଯୁବକଙ୍କୁ ଦୁମୃର୍ତ୍ତ ମାନେ ମାରଣାନ୍ତକ ଆକ୍ରମଣ କରିଛନ୍ତି ।ଦୁବୃର୍ତ୍ତମାନେ ଜଣେ ଯୁବକଙ୍କୁ ପଥରରେ ଛେଚି ଦେଇଥିବାବେଳେ ଅନ୍ୟ ଜଣେ ଯୁବକଙ୍କୁ ବଲ୍ଲାରେ ଆକ୍ରମଣ କରିଛନ୍ତି । ଉଭୟ ଯୁବକଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପୁଲିସ ଉଭୟ ଘଟଣାର ତଦନ୍ତ ଚଳାଇଛି । କିନ୍ତୁ କୌଣସି ଘଟଣାରେ ଅଭିଯୁକ୍ତଙ୍କ ଟେର ପାଇପାରି ନାହିଁ ସୂଚନାଯୋଗ୍ୟ, ଗତ ଶୁକ୍ରବାର ଭୋର ସମୟରେ ଶୈଳଶ୍ରୀବିହାର ଅଞ୍ଚଳରେ ଜଣେ ମହିଳା ଏବଂ ତାଙ୍କ ସ୍ୱାମୀଙ୍କୁ ଦୁବୃର୍ତ୍ତମାନେ ଆକ୍ରମଣ କରି ଲୁଟ କରିଥିଲେ । ଏହାବ୍ୟତୀତ ପଟିଆ ଓ ବିଡିଏ କଲୋନୀ ଏବଂ ରଘୁନାଥପୁର ଅଞ୍ଚଳରେ ମଧ୍ୟ ଲୁଟ ଘଟଣା ଘଟିଛି ।

ମାନବିକତାର ଘଟୁଛି ଅନ୍ତ, ମୃତକଙ୍କ ଆକାଉଣ୍ଟରୁ ଲୁଟିଲେ ଏକ କୋଟି ୩୨ ଲକ୍ଷ ଟଙ୍କା