ବରଗଡ ଧନୁଯାତ୍ରା ଆସନ୍ତା କାଲିଠୁ ; ୧୧ ଦିନ ଧରି ମୁକ୍ତାକାଶ ରଙ୍ଗମଞ୍ଚ

ବରଗଡ : ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଆସନ୍ତା କାଲିଠୁ ଚାଲିବ ବରଗଡରେ | ୧୧ ଦିନ ଧରି ଦୁଲୁକିବ ମୁକ୍ତାକାଶ ରଙ୍ଗମଞ୍ଚ। ବରଗଡ ପାଲଟିବ ଦ୍ବାପର ଯୁଗର ପୁରାଣ ବର୍ଣିତ ମଥୁରାନଗରୀ । ମଥୁରାଧୀପତି ଚାଲିବ ମହାରାଜ କଂସଙ୍କ ରାଜୁତି। ଅମ୍ବାପାଲି ପାଲଟି ଯିବ ଗୋପପୁର ଏବଂ ଉଭୟ ସହର ମଧ୍ୟରେ ବହିଯାଉଥିବା ଜୀରା ନଦୀ ପାଲଟିବ ଯମୁନା । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ।
ଏଥିପାଇଁ ସମସ୍ତ ପ୍ରସ୍ତୁତି ସାରିଛି | କଳାକାରମାନେ ଜୋରସୋର ଅଭ୍ୟାସ ଚଳାଇଛନ୍ତି । ପ୍ରାୟ ୧୭ ଟି ମୁକ୍ତାକାଶ ମଂଚ ରେ ଧନୁଯାତ୍ରା ର ଦୃଶ୍ୟ ଅଭିନୀତ ହେଉଥିଲେ ହେଁ କଂସ ମହାରାଜ ଙ୍କ ରାଜ ଦରବାର,ରଙ୍ଗମହଲ ଓ ନନ୍ଦରାଜା ଙ୍କ ଦରବାର ମୁଖ୍ୟ ଆକର୍ଷଣ ପାଲଟିଥାଏ ।
କଲିକତାରୁ କାରୀଗରମାନେ ଆସି ମଂଚ ଗୁଡିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଲାଗିପଡିଛନ୍ତି । ପ୍ରଶାସନ ପକ୍ଷରୁ କଡା ନଜର ରଖାଯାଇଛି |