You are here
Home > ଲାଟେଷ୍ଟ > ବାଙ୍ଗାଲୋର ଏଫସି ସୁପର କପ ଚାମ୍ପିୟନ

ବାଙ୍ଗାଲୋର ଏଫସି ସୁପର କପ ଚାମ୍ପିୟନ

ଭୁବନେଶ୍ୱର: ସୁନୀଲ ଛେତ୍ରୀଙ୍କ ଆକର୍ଷଣୀୟ ଗୋଲ ବଳରେ ସୁପରକପ ହାସଲ କରିପାରିଛି ବାଙ୍ଗାଲୋର ଏଫସି ଦଳ । ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ସୁପରକପ ଫୁଟବଲ ଫାଇନାଲରେ ବାଙ୍ଗାଲୋର ଏଫସି କଲିକତାର ଇଷ୍ଟବେଙ୍ଗଲ ଦଳକୁ ୪-୧ ଗୋଲରେ ପରାସ୍ତ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ଆନ୍ତର୍ଜାତୀକ ଫୁଟବଲର୍ ସୁନୀଲ ଛେତ୍ରୀଙ୍କ ୨ଟି ମୂଲ୍ୟବାନ ଗୋଲରେ ବାଙ୍ଗାଲୋର ଦଳ ବିଜୟୀ ହୋଇଛି ।

ଭାରତୀୟ ଜାତୀୟ ଦଳର କପ୍ତାନ ତଥା ବାଙ୍ଗାଲୋର ଅଧିନାୟକ ସୁନୀଲ ଖେଳ ଆରମ୍ଭରୁ ତାଙ୍କର ପରାକାଷ୍ଠା ଦେଖାଇଥିଲେ । କଳିଙ୍ଗ ଷ୍ଟାଡ଼ିୟମରେ ଫାଇନାଲ ଖେଳ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ଼ ହୋଇଥିଲା । ଦର୍ଶକଙ୍କ ଭରପୁର ସମର୍ଥନରେ ସୁନୀଲ ଅନେକ ଥର ଇଷ୍ଟବେଙ୍ଗଲ ଗୋଲ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ । ସୁନୀଲଙ୍କ ଦୁଇଟି ଗୋଲ ଦର୍ଶକଙ୍କୁ ବେଶ୍ ଆନନ୍ଦିତ କରିପାରିଛି । ଇଷ୍ଟବେଙ୍ଗଲ ପରି ପୁରାତନ ଶକ୍ତିଶାଳୀ ଦଳ ବିରୁଦ୍ଧରେ ସୁନ୍ଦର ଖେଳ ପ୍ରଦର୍ଶନ କରିଥିଲା ବାଙ୍ଗାଲୋର ଦଳ ।

Loading...
ONA

Leave a Reply

Top