ଦାମ ଏବେ ଘାଇଲା ଭାଇ ବାମଙ୍କ ମାଡରେ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର, ବରିଷ୍ଠ ନେତା ଡା. ଦାମୋଦର ରାଉତଙ୍କ ପାରିବାରିକ କଳି ଏବେ ଜୋରଦାର ହୋଇଛି । ଡା. ରାଉତଙ୍କୁ ତାଙ୍କ ଭାଇ ଜଣେ ଷଡଯନ୍ତ୍ରକାରୀ ଭାବେ ଅଭିହିତ କରିଛନ୍ତି । ବିଜେଡିରୁ ଟିକେଟ ପାଇବା ନେଇ ପୂର୍ବରୁ ତାଙ୍କ ନାଁ ନବୀନ ପଟ୍ଟନାୟକ ସ୍ଥିର କରିଥିଲେ ବି ଡା. ରାଉତଙ୍କ ଷଡଯନ୍ତ୍ର ଯୋଗୁଁ ତାଙ୍କୁ ଟିକେଟ ମିଳିନଥିବା କଥା ଭାଇ ଦାମୋଦର କହିଛନ୍ତି । ଫଳରେ ଭାଇ ମୁଣ୍ଡରେ ଭାଇ ଆଣିଲେ କଳଙ୍କ ବୋଲି ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପରେ ଗୋଟିଏ ଦୁର୍ନିତୀ ବୋମା ଫିଙ୍ଗି ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଘାଇଲା କରୁଥିବା ଡା.ରାଉତ ଏବେ ନିଜେ ପରିବାର ଭିତରେ ଘାଇଲା ହେବାରେ ଲାଗିଛନ୍ତି । ଡା. ରାଉତଙ୍କ ବିରୋଧରେ ତାଙ୍କ ଭାଇ ଗୁରୁତ୍ୱର ଅଭିଯୋଗ ଆଣ ବିଷୋଦଗାର କରିଛନ୍ତି ।
ବାମଦେବ ରାଉତ ଗଣମାଧ୍ୟମକୁ କହିଛନ୍ତି, ତାଙ୍କୁ ବିଜେଡି ଟିକେଟ ନ ମିଳିବା ପଳରେ ରାଜନୀତିରେ ସଫଳ ହୋଇପାରିନାହିନ୍ତି । ଡା. ରାଉତଙ୍କୁ ରାଜନୀତିକୁ ପ୍ରଥମେ ସେ ହିଁ ଆଣିଥିଲେ । ଏପରିକି ଏରସମା ଓ ପାରାଦୀପ ଅଞ୍ଚଳରେ ସେ ନିଜେ ସଙ୍ଗଠନ ତିଆରି କରିଥିବା କଥା ବାମଦେବ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ଉତ୍ତମ ସଂପର୍କ ସତ୍ତେ୍ୱ ତାଙ୍କୁ ବିଜେଡି ଛାଡି ବିଜେପିକୁ ଯିବାକୁ ପଡିଛି । ଏବେ ମୁଖ୍ୟମନ୍ତରୀ ଚାହିଁବେ ତେବେ ସେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି । ମୋତେ ନବୀନ ବାବୁ ଟିକେଟ ଦେବାକୁ ଚାହିଁଥିଲେ । ଗୋଟେ ଚକ୍ରାନ୍ତ କରି କାଟିଛନ୍ତି । ନବୀନ ବାବୁଙ୍କ ପାଖରେ ପହଁଞ୍ଚି ଟିକେଟ ନଦେବାକୁ ଦାବି କଲେ ସେତେବେଳେ ନବୀନ ବାବୁ ମନାକଲେ । କିନ୍ତୁ ଯାଇଥିବା ଲୋକମାନେ ଯେତେବେଳେ ନବୀନବାବୁଙ୍କୁ ବାଧ୍ୟ କଲେ ସେତେବେଳେ ସେ ମୋ ଭାଇକୁ ପଚାରିଲେ । ସେ କହିଲେ ଦାମବାବୁ ସେ ତ ଆପଣହ୍କ ଭାଇ ଆପଣ କିଛି କୁହନ୍ତୁ । ମୋ ଭାଇ ସେଠି କହିଲେ ସେ ତ ଚାକିରି କରିଛନ୍ତି । ସେଇଠି ମୋ ନାଁଟାକୁ ତାଲିକାରୁ କାଟିଲେ ବୋସି ବାମଦେବ ରାଉତ କହିଛନ୍ତି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here