ବାଲକ୍ରିଷ୍ଣନଙ୍କୁ ଅବସର ପରେ ମିଳିଲା ନୂଆ ଦାୟିତ୍ୱ

ଭୁନନେଶ୍ୱର: ଅବସର ପ୍ରାପ୍ତ ଆଇଏସ ଅଫିସର ଆର୍.ବାଲକ୍ରିଷ୍ଣନଙ୍କୁ ରାଜ୍ୟ ସରକାର ନୂଆ ନିଯୁକ୍ତି ଦେଇଛନ୍ତି । ଏଥିରେ ତାଙ୍କୁ ସରକାର ମୁଖ୍ୟ ଉପଦେଷ୍ଟା ସ୍ପେଶାଲ ଇନିସିଏଟିଭ ଭାବେ ନିଯୁକ୍ତ କରିଛନ୍ତି । ତାଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟା ମାନ୍ୟତା ମିଳିବ । ସେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ କରିବେ । ମୋଟ ୫ଟି କ୍ଷେତ୍ର ପାଇଁ ସେ କାମ କରିବେ । ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ଆଦିବାସୀ ସଂଗ୍ରହାଳୟ କଥା ବୁଝିବେ । କ୍ରାଫ୍ଟ ମ୍ୟୁଜିୟମ, ଐତିହ୍ୟ କ୍ୟାବିନେଟ, ଓଡିଶା ବିଦ୍ୟାଳୟ ବୁଝିବେ । ସେ ଅବୈତନିକ ଭାବେ କାମ କରିବେ କିନ୍ତୁ ତାଙ୍କୁ ସବୁପ୍ରକାର ସରକାରୀ ସୁବିଧା ମିଳିବ । କ୍ୱାଟର, ଗାଡି ଓ ଅଫିସ ଚଳାଇବା ପାଇଁ ଆବଶ୍ୟକ କର୍ମଚାରୀ ଯୋଗାଇଦିଆଯିବ । ବାଲକ୍ରିଷ୍ଣନ ନିକଟରେ ଉନ୍ନୟନ କମିଶନର ଭାବେ ଅବସରରେ ନେଇଥିଲେ ।

ଆଇଏଏସ ସ୍ତରରେ ରାଜ୍ୟ ସରକାର କଲେ ଅଦଳବଦଳ