କେଶ ରୋପଣ ପରେ ବି ଧରାପଡିଲା ଚନ୍ଦା ଅପରାଧି

https://www.facebook.com/nnsodia/videos/267154983995629/?t=5

ନୂଆଦିଲ୍ଲୀ: କଥାରେ ଅଛି ପ୍ରକୃତି ମଲେ ଯାଇ ତୁଟି ଥାଏ | ଆଜି ଏପରି ଏକ ଲୋକକଥା ସତ ପ୍ରମାଣିତ କରିଛି ଜଣେ ଅପରାଧୀ | ଜେଲରୁ ବାହାରି କଏଦୀ ଜଣେ ନିଜ ବେଶ ଭୋଷାକ ପରିବର୍ତ୍ତନ କରି ପୁଣି ଥରେ ଅପରାଧର ବାଟ ବାଛୁଥିବାବେଳେ ପୁଲିସ ହାତରେ ଧରା ପଡିଥିବାର ସୂଚନା ମିଳିଛି | ଅପରାଧୀ ଜଣଙ୍କ ହେଉଛି ୩୦ ବର୍ଷୀୟ ମୋହିତ ବଧ୍‌ଓ୍ଵା | ସୁଚନାନୁସାରେ, ସେ ୨୦୧୬ ଜାନୁଆରି ମାସରେ ପାରୋଲ୍‌ରେ ଜେଲ୍‌ରୁ ବାହାରିଥିଲା । ହେଲେ ତା’ପରେ ସେ ଜେଲକୁ ଆଉ ଫେରି ନ ଥିଲା ବରଂ ପଳାତକ ଭାବେ ଘୋଷିତ ହୋଇଥିଲା । ମହେଶ ଗତ ନଭେମ୍ବର ୨୦ ତାରିଖରେ ନିଜର କେଶ ପ୍ରତିରୋପଣ କରିଥିଲା । ଚନ୍ଦା ହୋଇଯାଇଥିବା ମହେଶ ଏହା ବାବଦରେ ପ୍ରାୟ ୮୦ ହଜାର ଟଙ୍କା ମଧ୍ୟ ଖର୍ଚ୍ଚ କରିଥିବା ସୂଚନା ମିଳିଛି । ସେ ନିଜର ନିଶ ବି କାଟି ଦେଇଥିଲା ଓ ସଂପୂର୍ଣ୍ଣ ନୂଆ ଲୁକ୍‌ରେ ଆସିଯାଇଥିଲା । ୨୦୦୬ରେ ହରିଆନାର ହିସାରର ଅଧିବାସୀ ମୋହିତ ଜଣେ ଅପରାଧୀକୁ ହତ୍ୟା କରିଥିଲା । ତା’ର ବାପାଙ୍କ ସହିତ ସେହି ଅପରାଧୀ ଝଗଡା ବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା | ମହେଶ ଏହି ମାମଲାରେ ୨୦୦୮ରେ ଦଣ୍ଡାଦେଶ ପାଇଥିଲା । ସେ ନୂଆ ନାଆଁ ‘ଅଙ୍କିତ’ଭାବେ ନିଜକୁ ପରିଚିତ କରିଥିଲା । ଦ୍ୱରକାମୋର୍ର ରେ ଏକ ଫ୍ଲାଟ୍‌ ଭଡା ନେଇ ରହୁଥିଲା ଓ ନିଜ ପାଖରେ ପିସ୍ତଲ ରଖୁଥିଲା । ଡକାୟତ ଯୋଜନା କରୁଥିବା ବେଳେ ମହେଶକୁ ପୁଲିସ ଗିରଫ କରିବା ପରେ ସବୁ କଥା ଏବେ ଜଣା ପଡ଼ିଛି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here