ଓଡ଼ିଶା ସମ୍ପର୍କରେ ବୈଜୟନ୍ତ ବନ୍ଧୁ ଅଭିଜିତଙ୍କ ଆଉ ଏକ ସାଂଘାତିକ ମନ୍ତବ୍ୟ

ଭୁନନେଶ୍ୱର: ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ର ଆଉ ଏକ ସଙ୍ଗୀନ ମନ୍ତବ୍ୟ ଓଡ଼ିଶା ସମ୍ପର୍କରେ ରଖିଛନ୍ତି । ଓଡ଼ିଶାକୁ ଅତି ନିଚ ଓ ହୀନ ଭାବରେ ସେ ଚିତ୍ରଣ କରିଛନ୍ତି । ଆଜି ପର୍ଯ୍ୟନ୍ତ ଓଡ଼ିଶାକୁ ଏଭଳି ଭାବରେ କେହି ସାଧାରଣରେ ନିନ୍ଦିତ କରି ନ ଥିଲା । ସେ ଟ୍ୱିଟ କରି ମନ୍ତବ୍ୟ ଦେଇ ଚାଲିଥିଲେ ମଧ୍ୟ ଓଡ଼ିଶା ପକ୍ଷରୁ ଯେଭଳି ବିରୋଧ ଓ ପ୍ରତିବାଦ ହେବା କଥା ତାହା ହେଉନାହିଁ । କେବଳ ରାଜନୀତିକ ବ୍ୟକ୍ତିମାନେ ଗଣମାଧ୍ୟମରେ ମତ ରଖି ଚୁପ ରହୁଛନ୍ତି । କିନ୍ତୁ ସିଭିଲ ସୋସାଇଟି ଏଯାଏଁ ଏହାକୁ ଗୁରୁତର ଭାବେ ନେଇ ପଦାକୁ ବାହାରିନାହିଁ ।

ଅଭିଜିତ ଓଡ଼ିଶା ସମ୍ପର୍କରେ ତାଙ୍କ ଟ୍ୱିଟରେ କହିଛନ୍ତି ଓଡ଼ିଶାକୁ ବଙ୍ଗାଳିମାନେ ଆବିଷ୍କାର କରିଥିଲେ । ଓଡ଼ିଶା ଭଳି କିଛି ନାହିଁ ଏହା ବେଙ୍ଗଲର ଏକ ଅଂଶ । ତାଙ୍କ ମତରେ ଓଡ଼ିଶା ବୋଲି କିଛି ନ ଥିଲା । ‘ଓରି ଶାଲା’ରୁ ଓରିଶା ହୋଇଛି ବୋଲି ସେ ଦର୍ଶାଇଛନ୍ତି । ଓଡ଼ିଶା ସମ୍ପର୍କରେ ଏଭଳି ଅରିଚୁକର ମନ୍ତବ୍ୟ ଦେବା ସହ ଶ୍ରୀଜଗନ୍ନାଥଙ୍କୁ ନେଇ ମଧ୍ୟ ବିବାଦ ଛିଡ଼ା କରିଛନ୍ତି । ଆଜିପର୍ଯ୍ୟନ୍ତ ଜଗନ୍ନାଥ ସଂସ୍କୃତିକୁ ନେଇ ଜରା ଶବର କଥା ଯାହା ରହିଆସିଛି ତାକୁ ମଧ୍ୟ ସେ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହଁନ୍ତି । ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ସେ ଗ୍ରହଣ କରି ନାହାଁନ୍ତି । ସେ କହିଛନ୍ତି ଜଗନ୍ନାଥ ହେଉଛନ୍ତି କଲିକତାର ଦେବତା । କଳିଙ୍ଗ ରାଜା ଜଗନ୍ନାଥଙ୍କ ପ୍ରତିମାକୁ କଲିକତାରୁ ଚୋରାଇ ଆଣିଥିଲେ । ୨୦୧୭ ମସିହାରେ ଟ୍ୱିଟ କରି ଏଭଳି ରୁଚିହୀନ ମନ୍ତବ୍ୟ ଦେଇଥିବା ଅଭିଜିତ ଏବେ ପଦାକୁ ଆସିଛି । ୨୦୧୭ ପରେ ଏବେ ବୈଜୟନ୍ତଙ୍କ ସହ ହେଲିକପ୍ଟରରେ କୋଣାର୍କ ଉଡ଼ିବା ପରେ ଟ୍ୱିଟ କରି ପୁଣି କିଛି କଟୁ ମନ୍ତବ୍ୟ କୋଣାର୍କ ସମ୍ପର୍କରେ ଦେଇଛନ୍ତି । ମନ୍ଦିର ଚାରିପାଶ୍ୱର୍ରେ ବୁଲି ଏହାର କାରୁକାର୍ଯ୍ୟକୁ ଦର୍ଶାଇ ନିନ୍ଦା କରି ଟ୍ୱିଟରେ ପୋଷ୍ଟ କରିଛନ୍ତି । ଓଡ଼ିଶାର କଳା ସଂସ୍କୃତି ଓ ଭାସ୍କର୍ଯ୍ୟକୁ ସେ ନିନ୍ଦିର କରିବାକୁ ପଛାଇ ନାହାଁନ୍ତି । ହେଲେ ଯେଉଁଭଳି ଭାବରେ ପ୍ରତିବାଦ ତଙ୍କ ବିରୋଧରେ ହେବା କଥା ତାହା ହୋଇପାରି ନାହିଁ ବୋଲି ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here