You are here
Home > ବଡ଼ଖବର > ବୈଜୟନ୍ତଙ୍କ ନୂଆ ଗୋଟି ଚାଳନା

ବୈଜୟନ୍ତଙ୍କ ନୂଆ ଗୋଟି ଚାଳନା

ଭୁବନେଶ୍ୱର: ବିଜେଡିରୁ ଓ ସାଂସଦ ପଦରୁ ଇସ୍ତଫା ଦେବା ପରେ ବୈଜୟନ୍ତ ପଣ୍ଡା ଏବେ ବୋଧହୁଏ ଚର୍ଚ୍ଚାରେ ରହିବାକୁ ଚାହୁଁଛନ୍ତି । ସାଧାରଣ ନେତାଙ୍କ ଭଳି ଜୀବନ ବିତାଇବା ପାଇଁ ଲୋକଙ୍କ ସହ ମିଶିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ହଠାତ୍ ବୈଜୟନ୍ତଙ୍କର ଏହି ପରିବର୍ତ୍ତନ ରାଜନୀତିକ ମହଲରେ ବେଶ୍ ଆଲୋଚନା ହେଉଛି । ବୈଜୟନ୍ତଙ୍କ ଏହି ପଦକ୍ଷେପ ପୂର୍ବରୁ କେବେ ଦେଖାଯାଇ ନ ଥିଲା । ସେ ଏବେ ଏଭଳି ନୀତି ଆପଣାଇବା ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରୋକ୍ଷରେ କଟାକ୍ଷ କଲାଭଳି କାର୍ଯ୍ୟ ବୋଲି କୁହାଯାଉଛି । କାରଣ ନବୀନ କେବେ ବି ସାଧାରଣ ଲୋକଙ୍କ ଗହଳ ଭିତରେ ମିଶି ଆଜିଯାଏ ଗପସପ ହୋଇ ନାହାଁନ୍ତି । ବୈଜୟନ୍ତ ଲୋକଙ୍କ ସହ ମିଶି ଜନପ୍ରିୟ ନେତା ହେବା ପାଇଁ ପ୍ରୟାସ ଆରମ୍ଭ କରିଥିବା କଥା ଆଲୋଚନା ହେଉଛି ।
ସୋମବାର ସନ୍ଧ୍ୟାରେ ହଠାତ୍ ବୈଜୟନ୍ତଙ୍କୁ ମାଉସୀମା ଛକ ନିକଟସ୍ଥ ଏକ ଚାହା ଦୋକାନରେ ଦେଖିବାକୁ ମିଳିଥିଲା । ବୈଜୟନ୍ତଙ୍କୁ ସେଠାରେ ଦେଖିଲା ପରେ ଶତାଧିକ ଲୋକ ତାଙ୍କୁ ଦେଖିବା ପାଇଁ ରୁଣ୍ଡ ହୋଇଯାଇଥିଲେ । ସମସ୍ତଙ୍କ ଭିତରେ କୌତୁହଳ ମଧ୍ୟ ବଢ଼ିଥିଲା । ଲୋକଙ୍କ ସହ ମିଶି ସେଠି ଚା’ ପି ଆଲୋଚନା କରିଥିଲେ । ଲୋକଙ୍କ ସହିତ ମିଶି ସେଲ୍ଫି ମଧ୍ୟ ନେଇଥିଲେ । ମାଉସୀମାଛକରେ ବୈଜୟନ୍ତ ପହଞ୍ôଚବା ପରେ ଏହି ବାର୍ତ୍ତା ଆଖପାଖରେ ଖେଳେଇ ହୋଇଗଲା । ଛକ ନିକଟରେ ହେଉଛି କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ଘର । ବୈଜୟନ୍ତଙ୍କ ଆସିବା ଖବର ତାଙ୍କ ପାଖରେ ପହଞ୍ôଚବା କ୍ଷଣି ସିଏ ମଧ୍ୟ ଆସି ସେଠାରେ ଉପସ୍ଥିତ ହୋଇଯାଇଥିଲେ । ସମୟ ଯେତିକି ଗଡ଼ିଲା ଲୋକଙ୍କ ଗହଳି ସେତିକି ଅଧିକ ହେଲା । ବୈଜୟନ୍ତ ପାଖାପାଖି ଘଣ୍ଟାଏ ଯାଏ ସେଠାରେ ରହିଥିଲେ । ସେଠି ଗଣମାଧ୍ୟମ ପ୍ରତିନିଧି ମଧ୍ୟ ପହଞ୍ôଚ ଯାଇଥିଲେ । ବୈଜୟନ୍ତ ଛିଡ଼ା ହୋଇଥିବା ଦେଖି ସେହି ବାଟଦେଇ ଯାଉଥିବା ଲୋକମାନେ ଆଉ ନ ଅଟକି ରହିପାରି ନ ଥିଲେ । ଯେଉଁ ଗହଳି ହୋଇଥିଲା ସେଥିରେ ମୁଖ୍ୟତଃ ଯୁବକମାନଙ୍କ ସଂଖ୍ୟା ଅଧିକ ଥିଲା । ବୈଜୟନ୍ତ ସେମାନଙ୍କ ସହ ହସଖୁସୀରେ କଥା ହେଉଥିଲେ । ଲୋକମାନଙ୍କ ସହ କଥା ହେଲା ବେଳେ ଭୁବନେଶ୍ୱରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଲୋକେ ମଧ୍ୟ ଦୈନନ୍ଦିନ ଭୋଗୁଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ବଖାଣିଥିଲେ । ବୈଜନ୍ତ ବିଜେଡି ଓ ସାଂସଦ ପଦ ଛାଡ଼ିଥିବାରୁ ଆଗକୁ ସେ କଣ କରିବାକୁ ଯାଉଛନ୍ତି ସେ ବିଷୟରେ ଲୋକେ ଜାଣିବାକୁ ଲୋକେ ଆଗ୍ରହ ଦେଖାଇଥିଲେ । ଶ୍ରୀ ରାଉତରାୟ ମଧ୍ୟ ମଜାମଜା କଥା କହୁଥିଲେ । ଗଣମାଧ୍ୟମ ପ୍ରତିନିଧିମାନେ ବୁଲେଇ ବଙ୍କେଇ ପ୍ରଶ୍ନ କରୁଥିଲେ । ବୈଜୟନ୍ତ କହୁଥିଲେ ତାଙ୍କର ଏହିଭଳି ଗସ୍ତ ପଛରେ କୌଣସି ରାଜନୀତିକ ଉଦ୍ଦେଶ୍ୟ ନାହିଁ । ଏହା ସମ୍ପୂର୍ଣ୍ଣ ଅଣରାଜନୀତି । ଲୋକଙ୍କ ଅନୁରୋଧ ରକ୍ଷା କରି ସେ ଏଠାକୁ ଆସିଛନ୍ତି ବୋଲି ଶ୍ରୀ ପଣ୍ଡା କହିଥିଲେ ।
ବୈଜୟନ୍ତ ଯାହା କୁହନ୍ତୁ କି ନ କୁହନ୍ତୁ ତାଙ୍କ କାର୍ଯ୍ୟଧାରାରୁ ଗୋଟିଏ କଥା ସ୍ପଷ୍ଟ ସେ ନବୀନଙ୍କୁ ଜଣାଇବାକୁ ଚାହିଁଛନ୍ତି ତାଙ୍କର ମଧ୍ୟ ବେଶ୍ ଲୋକପ୍ରିୟତା ଅଛି । ସେ ଯେଉଁଠି ଛିଡ଼ା ହୋଇଛନ୍ତି ତାଙ୍କୁ ଦେଖିବା ପାଇଁ ବି ଲୋକଙ୍କ ଭିଡ଼ ଜମୁଛି । ଲୋକଙ୍କ ସହ ମିଶିଲେ ସେମାନଙ୍କ ସ୍ନେହ ପାଇବା ସହ ସମସ୍ୟା ବୁଝିହେବ । ନବୀନଙ୍କୁ ଏଭଳି ବାର୍ତ୍ତା ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ୍ୁ ମଧ୍ୟ ଏହି ଅବସରରେ ଖୁସି କରିବାକୁ ଉଦ୍ୟମ କରିଥିବା କଥା ମଧ୍ୟ କୁହାଯାଉଛି । ପ୍ରଧନାମନ୍ତ୍ରୀଙ୍କ ‘ଚାୟ ପେ ଚର୍ଚ୍ଚା’କୁ ସେ ଲୋକଙ୍କ ନିକଟତର କରିବାକୁ ଉଦ୍ୟମ ଚଳାଇଥିବା ଜଣାଇବାକୁ ଚାହିଁଛନ୍ତି ବୋଲି ଆଲୋଚନା ହେଉଛି ।

Loading...
ONA

Leave a Reply

Top