ବୈଜୟନ୍ତ କହିଲେ ଖୁବଶୀଘ୍ର ଘୋଷଣା କରିବେ ତାଙ୍କ ନିଷ୍ପତ୍ତି

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ନିର୍ବାଚନ ସମୟ ନିକଟ ହୋଇ ଆସିଲାଣି । ଖୁବଶୀଘ୍ର ସେ ତାଙ୍କର ନିଷ୍ପତ୍ତି ଜଣାଇବେ ବୋଲି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି । ସେ ଆରମ୍ଭ କରିଥିବା ହୋଇଯାଉ କାର୍ଯ୍ୟକ୍ରମରେ ଏବେ ବୁଲିବୁଲି ପରିବର୍ତନ ଆଣିବା ପାଇଁ ଲୋକଙ୍କୁ ପ୍ରବର୍ତାଇବାରେ ଲାଗିଛନ୍ତି । ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜିସେ ନୂଆପଡ଼ା ଯାଇଥିଲା ବେଳେ ସେଠାରେ ଏ ବିଷୟ ପ୍ରକାଶ କରିଛନ୍ତି । ବୈଜୟନ୍ତ ଠିକଣା ସମୟରେ ମତ ରଖିବେ ବୋଲି କହିଆସୁଥିଲା ବେଳେ ଏବେ କହିଛନ୍ତି ଖୁବଶୀଘ୍ର ନିଷ୍ପତି ଜଣାଇବେ । ବୈଜୟନ୍ତ କେଉଁଦଳକୁ ଯିବେ କି ନୂଆ ଦଳ ଗଢ଼ିବେ ତାକୁ ନେଇ ମଧ୍ୟ ସମସ୍ତଙ୍କ ନଜର ରହିଛି । କାରଣ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲୀପ ରାୟ ବିଜେପି ଛାଡ଼ିଲା ପରେ ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ତାହା ସଫଳ ରୂପାୟନ ନେଇ ପାରୁ ନ ଥିବା କଥା ମଧ୍ୟ କେହି କେହି କହୁଛନ୍ତି । ଏମାନେ ମିଶି ନୂଆ ଦଳ ଗଢ଼ିପାରନ୍ତି ବୋଲି ମଧ୍ୟ କଥା ଉଠୁଛି । କିନ୍ତୁ ବୈଜୟନ୍ତ ବିଜେପିକୁ ଯାଉଥିବା ନେଇ ଅନେକ ମତ ରଖୁଛନ୍ତି ।

ମନ ଜିଣିବାକୁ ନୂଆ ଅବତାର

ବୈଜୟନ୍ତ ନୂଆପଡ଼ାରେ କହିଛନ୍ତି ଏଠି ଆସି ହୃଦୟଙ୍ଗମ କଲି ଯେତେ ସଂଖ୍ୟାରେ ଲୋକେ ଏଠି ଆସି ଏକଜୁଟ ହୋଇଛନ୍ତି, ଏଥିରେ ସ୍ଥାନୀୟ ନେତୃମଣ୍ଡଳୀ ଓ ଯୁବନେତାମାନେ ସାମିଲ ହୋଇଛନ୍ତି । ଅନ୍ୟ ଜିଲ୍ଲାରୁ ମଧ୍ୟ ଲୋକମାନେ ଆସିଛନ୍ତି । ଏଠି ଆମେ ଚା’ପିଇବା ସହ ଲୋକଙ୍କ ସହ ଆଲୋଚନା କରୁଛୁ ଏହାକୁ “ହେଇଯାଉ” ବୋଲି ଆମେ କହୁଛୁ । ଏହା ଏକ ସ୍ଲୋଗାନରେ ପରିଣତ ହୋଇସାରିଲାଣି । ଲୋକେ ପରିବର୍ତନ ନାରା ଦେଉଛନ୍ତି । ପରିବର୍ତନ କହିଲେ ଲୋକେ କହୁଛନ୍ତି ହେଇଯାଉ ବୋଲି । ଓଡ଼ିଶାର ଗୋଟେ ନୂଆ ଦିଗ ଆସିଛି, ଏଠି ଦୂର୍ନୀତି ଓ ଗୁଣ୍ଡାଗିରି ବଢ଼ିଛି । ତାକୁ ବଦଳାଇବାକୁ ପଡ଼ିବ । ଏହି ପରିବର୍ତନ ପାଇଁ ଆମେ ଯେଉଁ ନୂଆ ସ୍ୱପ୍ନ ଦେଖୁଛୁ ଯେ, ଓଡ଼ିଶାର ଯୁବକଯୁବତୀମାନେ ବାହାରେ ଯାଇ ଦାଦନ ଶ୍ରମିକ ଭଳି କାମ କରିବାକୁ ପଡ଼ିବ ନାହିଁ ଓଡ଼ିଶାରେ କିଭଳି ତାଙ୍କୁ ନିଯୁକ୍ତି ମିଳିବ ସେହି ପଦକ୍ଷେପ ନେବା ଉଚିତ । ଗୁଣ୍ଡାଗିରି, ଆକ୍ରମଣ, ଅତ୍ୟାଚାର ଯେପରି ବଢ଼ିଚାଲିଛି ତାକୁ ସୁଶାସନ ଆଣି ବନ୍ଦ କରିବାକୁ ପଡ଼ିବ । ଚାଷୀମାନଙ୍କର ଯେଉଁ ସମସ୍ୟା ରହିଛି ତାକୁ ଠିକ ଭାବରେ ପରିଚାଳନା କରାଯାଉନାହିଁ । ସେମାନେ କିଛି କହିଲେ ରାଜରାସ୍ତାରେ ମାରପିଟ କରି ବନ୍ଦ କରିଦିଆଯାଉଛି । ଚାଷୀଙ୍କ ସମସ୍ୟାକୁ ଦୂରେଇବାକୁ ପଡ଼ିବ । ଏସବୁ ବିଷୟରେ ଆଲୋଚନା କଲୁ । ଏହାପ୍ରତି ଲୋକଙ୍କର ବହୁ ସମର୍ଥନ ରହିଛି ବୋଲି ବୈଜୟନ୍ତ କହିଛନ୍ତି ।


ବୈଜୟନ୍ତଙ୍କୁ ଯେତେବେଳେ ପଚରାଗଲା ୨୦୧୯ରେ ସେ କେଉଁଦଳରୁ ଲଢ଼ିବେ ତାର ଉତ୍ତରରେ ସେ କହିଥିଲେ ନିକଟ ହେଲାଣି । ୨୦୧୯ ଆହୁରି ସମୟ ଅଛି । ନିକଟରେ ମୁଁ ମୋର ନିଷ୍ପତ୍ତି ନେଇ ଜଣାଇବି ।
ନିକଟରେ ବୈଜୟନ୍ତ ତାଙ୍କର ଏହି ହୋଇଯାଉ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଯାଇଥିଲେ । ସେଠାରେ ମଧ୍ୟ ଏଭଳି କାର୍ଯ୍ୟକ୍ରମରେ ସେ ଭାଗ ନେଇଥିଲେ । ଚାଏ ପେ ଚର୍ଚ୍ଚାରେ ଲୋକଙ୍କ ସହ ଆଲୋଚନା କରିଥିଲେ । ବୈଜୟନ୍ତ ତାଙ୍କ ଭାଷଣରେ ଲୋକଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ମତାମତ ମଧ୍ୟ ନେଇଥିଲେ । ବୈଜୟନ୍ତ ଯେତେବେଳେ କହିଥିଲେ ଓଡ଼ିଶାରେ ପରିବର୍ତନ ଆଉ ଲୋକେ କହିଲେ ହେଇଯାଉ । ଏହିପରି ଦୁଇତିନିଥର ବୈଜୟନ୍ତ କହି ଜନମତ ନିଜ ସପକ୍ଷରେ ବଢ଼ାଇବାରେ ଲାଗିଛନ୍ତି । କେଉଁଠି ଲୋକଙ୍କ ସାଙ୍ଗରେ ମିଶିଛନ୍ତି ଆଉ ନିକଟତର ହେବା ପାଇଁ ଓ ମନ ଜିଣିବା ପାଇଁ ଛୋଟଛୋଟ ଛୁଆଙ୍କୁ କାଖେଇ ନେଉଛନ୍ତି । ସେ କହିଛନ୍ତି ମୋ ହୃଦୟ ଆପଣମାନଙ୍କ ପାଇଁ ସବୁବେଳେ ଖୋଲା ରହିଛି । ଏଠାରେ ମଧ୍ୟ ସେ ହଜାର ହଜାର ଯୁବକଯୁବତୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବାରୁ ସେମାନଙ୍କ ପାଇଁ ତାଙ୍କ ହୃଦୟ କାନ୍ଦୁଛି ବୋଲି କହିଥିଲେ । କର୍ମସଂସ୍ଥାନ ଯୋଗାଇ ଦେବା ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କର । କିନ୍ତୁ ତାହା ହେଉନାହିଁ । ଏହିଭଳି ବିଭିନ୍ନ ମତ ସେ ରଖିଥିଲେ । ଜୁଆଡ଼େ ଯାଉଛନ୍ତି ଏହି ବେକାରୀ କଥା ଓ ଚାଷୀଙ୍କ ସମସ୍ୟା କଥା ଉଠାଉଛନ୍ତି ।

4 ମତାମତ ଦିଅନ୍ତୁ

ମତାମତ ଦିଅନ୍ତୁ

Please enter your comment!
Please enter your name here