You are here
Home > ବଡ଼ଖବର > ଦାମଙ୍କ ଘରେ ବୈଜୟନ୍ତ

ଦାମଙ୍କ ଘରେ ବୈଜୟନ୍ତ

ନବୀନ ସ୍ଥିତି ରକ୍ଷା ପାଇଁ ନୀତି ବଦଳାଉଛନ୍ତି: ଦାମ

ଭୁନନେଶ୍ୱର: ବିଜେଡିରୁ ବରିଷ୍ଠ ନେତା ଡାକ୍ତର ଦାମଦୋର ରାଉତ ବିଦା ହେବା ପରେ ଏବେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ସିଧାସଳଖ ବିଷୋଦଗାର କରିବା ଆରମ୍ଭ କରିଛନ୍ତି । ବୁଧବାର ରାତିରେ ତାଙ୍କୁ ବହିଷ୍କାର କରାଯାଇଛି । ସେବେଠାରୁ ସେ ବିଭିନ୍ନ ପର୍ଯ୍ୟାୟରେ କଡ଼ା ପ୍ରତିକ୍ରିୟା ରଖି ସିଧା ନବୀନଙ୍କୁ ହିଁ ଟାର୍ଗେଟ କରୁଛନ୍ତି । ଗୁରୁବାର ଡକ୍ଟର ରାଉତଙ୍କ ବାସଭବନକୁ ଯାଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କ ସମର୍ଥନ ଜଣାଇଥିଲେ । ଉଭୟ ବିଜେଡିରୁ ଏବେ ଅନ୍ତର ହୋଇଛନ୍ତି । ପୂର୍ବରୁ ବୈଜୟନ୍ତ ନିଲମ୍ବିତ ପରେ ଦଳ ଛାଡ଼ିଛନ୍ତି । ଏବେ ଡକ୍ଟର ରାଉତଙ୍କୁ ଦଳରୁ ବିଦା କରାଯାଇଛି । ପୂର୍ବରୁ ଡକ୍ଟର ରାଉତ ଯେତେବେଳେ ସରକାରଙ୍କ ବିଭିନ୍ନ ଦୁର୍ନୀତି ବିଷୟ ପଦାକୁ ଆଣୁଥିଲେ ସେ ସମୟରେ ମଧ୍ୟ ବୈଜୟନ୍ତ ତାଙ୍କୁ ସମର୍ଥନ ଦେଇଥିଲେ । ଏବେ ବିଦା ହେବା ପରେ ତାଙ୍କ ଘରକୁ ଆସି ସମବେଦନା ଜଣାଇଛନ୍ତି । ଡାକ୍ତର ରାଉତ ସ୍ପଷ୍ଟ କରିଛନ୍ତି ଯେ, ସେ କଂଗ୍ରେସ କିମ୍ବା ବିଜେପିକୁ ଯିବେ ନାହିଁ ହେଲେ ରାଜନୀତିରେ ଥିଲେ, ଅଛନ୍ତି ଓ ରହିବେ । ଆସନ୍ତା ନିର୍ବାଚନ ଲଢ଼ିବେ ।
ବୈଜୟନ୍ତଙ୍କ ସାକ୍ଷାତ ପରେ ଡକ୍ଟର ରାଉତ ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ସେ ମୋତେ ସମବେଦନା ଜଣାଇବାକୁ ଆସିଥିଲେ । ଆମେ ଉଭୟ ବହୁ ସମୟ ଧରି ନବୀନ ବାବୁଙ୍କ ସମ୍ପର୍କରେ ଆଲୋଚନା କରିଥିଲୁ । ଆଲୋଚନା କଲୁ, ଆମକୁ ବିଜୁ ପଟ୍ଟନାୟକ ରାଜନୀତିକୁ ଆଣିଥିଲେ, ଆମକୁ ବୁଝାଇଥିଲେ । ଓଡ଼ିଆ ଜାତି ଓ ସ୍ୱାଭିମାନ ପାଇଁ କାମ କରିବାକୁ । ଏଥିପାଇଁ ଧନସମ୍ପତ୍ତି ଲୋଡିବାନାହିଁ । କେମିତି ଚାଲିଛି ସମସ୍ତେ ଜାଣି ନାହାଁନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସ୍ଥିତି ରକ୍ଷା କରିବା ପାଇଁ ଯେଭଳି ନୀତି ବଦଳାଉଛନ୍ତି ଏହା ବିଜୁ ବାବୁଙ୍କ ଆଦର୍ଶର ପରିପନ୍ଥୀ । ବିଜୁ ବାବୁଙ୍କ ଆଦର୍ଶକୁ ଆମେ ଯେଉଁମାନେ ରାଜନୀତି କରୁଛୁ ସେ ଜଣ ଜଣ କରି ସମସ୍ତଙ୍କୁ ବିଦା କରି ସାରିଲେଣି । ବର୍ତ୍ତମାନ ଯେଉଁମାନଙ୍କୁ ସାଙ୍ଗରେ ରଖିଛନ୍ତି ତାଙ୍କ ଚାରିପାଖରେ ଘେରିଛନ୍ତି ସେମାନେ କେହି ବିଜୁବାବୁଙ୍କ ଦେଖିନାହାଁନ୍ତି କି ବିଜୁବାବୁଙ୍କ ସାଙ୍ଗରେ କାମ କରିନାହାଁନ୍ତି । ଅଧିକାଂଶଙ୍କର ରାଜନୀତିରେ ପ୍ରବେଶ ହେଉଛି ଦୁର୍ନୀତିରୁ । ସେମାନଙ୍କର ନୀତି ଆଦର୍ଶ କିଛି ନାହିଁ । ରାଜ୍ୟବାସୀଙ୍କ ପ୍ରତି ପ୍ରତିବଦ୍ଧତା ନାହିଁ । ସେମାନଙ୍କୁ କିପରି ନବୀନ ବାବୁ ପାଖକୁ ନେଉଛନ୍ତି ଏପଟେ ବିଜୁ ଜନଦା ଦଳ କରିଛନ୍ତି ସେପଟେ ବିଜୁ ବାବୁଙ୍କ ବିରୋଧୀମାନଙ୍କୁ ଆଣି ତାଙ୍କ ଚାରିପଟେ ମେଳାଇଛନ୍ତି । ଆଉ ବିଜୁବାବୁଙ୍କ ଅନୁଗତମାନଙ୍କୁ ଦଳରୁ ବିଦା କରିଦେଉଛନ୍ତି । ଏହି କଥା ସବୁ ବୈଜୟନ୍ତ ବାବୁ କହୁଥିଲେ । ଜଣେ ଭଦ୍ରଲୋକ ଆସି ୨୦ ବର୍ଷ ହୋଇଗଲା ସେ ନିଜର ସ୍ଥିରି ରକ୍ଷା କରବା ପାଇଁ ବାରମ୍ବାର ନୀତି ବଦଳାଉଛନ୍ତି । ୟାଡେ କହୁଛନ୍ତି କଂଗ୍ରେସ ଓ ବିଜେପିଠାରୁ ସମଦୂରତା ଅବଲମ୍ବନ କରିବୁ କିନ୍ତୁ ରାତି ଅଧିଆ ଯାଇ ସେମାନଙ୍କ ସହ କଥାହୋଇ ଯାହା କରିବା କଥା କରୁଛନ୍ତି । ପାର୍ଲାମେଣ୍ଟ ନର୍ବାଚନ, ରାଜ୍ୟସଭା ନିର୍ବାଚନ ସବୁ ଜଣାପଡ଼ିଲା । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରୁ ଜଣାପଡ଼ିଲା ପ୍ରତି ମୁହୂର୍ତ୍ତରେ ସେ ନୀତି ବଦଳାଉଛନ୍ତି । ଏହି କାର୍ଯ୍ୟ କରିବା ଭିତରେ ରାଜ୍ୟରେ ଆମେ ଯାହା ଲକ୍ଷ୍ୟ କରୁଛୁ ରାଜ୍ୟବାସୀଙ୍କ ପ୍ରତି ନବୀନ ପଟ୍ଟନାୟକ ଓ ତାଙ୍କ ଅନୁଚର ଗୋଷ୍ଠୀଙ୍କର ପ୍ରତିବଦ୍ଧତା ନାହିଁ । ବିଜୁ ପଟ୍ଟନାୟକ ବଂଚିଥିଲା ପର୍ଯ୍ୟନ୍ତ ସବୁବେଳେ ଦ୍ୱିତୀୟ ଇସ୍ପାତ କାରଖାନା କଥା କହୁଥିଲେ । ଏ ବର୍ତ୍ତମାନ ୪୮ଟା ଇସ୍ପାତ କାରଖାନା କରିବା କଥା କହି ସବୁ ଖଣିଖାଦନକୁ ଲୁଟ କରିବାରେ ଲାଗିଛନ୍ତି । ପ୍ରତିଦିନ ୧୮ ହଜାର ଟ୍ରକରେ ଲୁହାପଥର ବୁହାଯାଉଛି ପାରାଦୀପକୁ । ସେଥିରୁ ଅଧିକାଂଶ ହେଉଛି ଚୋରା । ଗୋଟିଏ କଥା ଦେଖିବେ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଭୂତଳ ତୈଳଭଣ୍ଡାର କରିବା କଥା । ୪ଟା ଜାଗାରେ ଭାରତବର୍ଷରେ ହେବ । ଗୋଟିଏ ଆମର ହେଉଛି ଡଙ୍କାରୀ ପାହାଡ଼ ପାଖରେ । ସେଠି ସେ ୪୦୦ ଏକର ଜମି ମାଗିଛନ୍ତି । ଏହି ଜମି ଦେବା ପରିର୍ତେ ବ୍ଲାଷ୍ଟିଂ କରି ସବୁଦିନ ଚୋରାରେ ବ୍ଲାକଷ୍ଟୋନ ବୁହାଚାଲିଛି । ଆଉ୧୫-୨୦ ବର୍ଷରେ ଓଡ଼ିଶା ମରୁଭୂମି ପାଲଟିବ । ପୁଣି ୨୦ଟା ଖଣି ନିଲାମ ପାଇଁ ପଦକ୍ଷେପ ନେଉଛନ୍ତି । ପ୍ରାକୃତିକ ସମ୍ପତ୍ତିକୁ କିଏ ବିକିଦିଏ ବୋଲି ଡକ୍ଟର ରାଉତ ପ୍ରଶ୍ନ କରିଛନ୍ତି ।
ସେ ଆହୁରି କହିଛନ୍ତି ମୁଁ କଂଗ୍ରେସ କିମ୍ବା ବିଜେପିକୁ ଯାଉନାହିଁ କି ଶେଷ ଜୀବନ ପର୍ଯ୍ୟନ୍ତ ଯିବିନାହିଁ । ବିଜୁ ପଟ୍ଟନାୟକଙ୍କ ନାରା ଧରି ରାଜନୀତିରେ ରହିବି । ରାଜନୀତିରେ ରହିବା ପାଇଁ ଗୋଟିଏ ଦଳ ବା ଦଳର ଟିକେଟ ଅପରିହାର୍ଯ୍ୟ ନୁହେଁ । ଲୋକଙ୍କ ସାଙ୍ଗରେ ଥିଲେ ବିନା ଟିକେଟରେ ବିନା ଦଳରେ ନିର୍ବାଚନ ଲଢ଼ିବାରେ କିଛି ବାଧାନାହିଁ । ଆଗମୀ ଦିନରେ କଣ ହେବ ଟିକିଏ ଅପେକ୍ଷା କରି ଦେଖନ୍ତୁ । ରାଜନୀତିରେ କଣ କରିବାକୁ ହେବ ମୋର ରାଜନୀତିକ ଭବିଷ୍ୟତ କଣ ହେବ ଯେ, ପାରାଦୀପରେ ଲୋକେ ମୋତେ ଚାହୁଁଥିବା ପର୍ଯ୍ୟନ୍ତ ମୁଁ ସେଠି ନିର୍ବାଚନ ଲଢ଼ିବି, ଦଳର ଟିକେଟ ମୋ ପାଇଁ ଅପରିହାର୍ଯ୍ୟ ନୁହେଁ ବୋଲି ଡାକ୍ତର ରାଉତ କହିଛନ୍ତି ।

Loading...
ONA

Leave a Reply

Top