You are here
Home > Breaking News > ସାଂସଦ ପଦରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା

ସାଂସଦ ପଦରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା

ଭୁବନେଶ୍ୱର, ୧୨.୬.୨୦୧୮: ବିଜେଡିରୁ ଇସ୍ତଫା ଦେବା ପରେ ସାଂସଦ ବୈଜୟନ୍ତ ପଣ୍ଡା ମଙ୍ଗଳବାର ସଂସଦ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ପିତା ବଂଶୀଧର ପଣ୍ଡାଙ୍କ ବିୟୋଗ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ବିଜେଡିର କୌଣସି ନେତା ଶେଷ ଦର୍ଶନ ପାଇଁ ନଆସିବା ଏବଂ ଶୁଦ୍ଧିକ୍ରିୟାରେ ଭାଗ ନନେବା ନେଇ ବୈଜୟନ୍ତ ମର୍ମାହତ ହୋଇଥିଲେ । ଏହି ଘଟଣା ତାଙ୍କୁ ବେଶ ବାଧିଥିଲା । ସେଥିପାଇଁ ସେ ଏସବୁ ବିଷୟ ଉଲ୍ଲେଖ କରି ପ୍ରଥମେ ବିଜେଡିରୁ ଇସ୍ତଫା ଦେଇଥିଲେ । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ଇସ୍ତଫାପତ୍ର ପଠାଇଥିଲେ । ସେତେବେଳେ ସେ ଇସ୍ତଫାପତ୍ରରେ ଉଲ୍ଲେଖ କରିଥିଲେ ସଂସଦ ପଦରୁ ମଧ୍ୟ ସେ ଇସ୍ତଫା ଦେବେ । ତାଙ୍କ ପିତାଙ୍କ ସୁଦ୍ଧିକ୍ରିୟା କାର୍ଯ୍ୟ ସରିବା ପରେ ଲୋକସଭା ବାଚସ୍ପତିଙ୍କୁ ଭେଟି ସାଂସଦ ପଦରୁ ଇସ୍ତଫାପତ୍ର ପ୍ରଦାନ କରିବେ ।
ମଙ୍ଗଳବାର ବୈଜୟନ୍ତ ଟ୍ୱିଟ୍ କରି ତାଙ୍କ ଇସ୍ତଫା ସଂପର୍କରେ ଘୋଷଣା କରିଛନ୍ତି । ବୈଜୟନ୍ତ ଉଲ୍ଲେଖ କରିଛନ୍ତି ବିଜେଡି ଛାଡ଼ିବା ନେଇ ନବୀନ ପଟ୍ଟନାୟକଙ୍କୁ ଯେଉଁ ଚିଠି ଲେଖିଥିଲେ ସେଥିରେ ସେ ବାପାଙ୍କ ସୁଦ୍ଧିକ୍ରିୟା କାର୍ଯ୍ୟ ସରିଲା ପରେ ସଂସଦ ପଦରୁ ଇସ୍ତଫା ଦେବେ । ସୁଦ୍ଧିକ୍ରିୟା କାର୍ଯ୍ୟ ସରିବା ପର ଦିନ ସେ ବାଚସ୍ପତିଙ୍କୁ ଭେଟି ଇସ୍ତଫା ଦେବାକୁ ଚାହିଁଥିଲେ । କିନ୍ତୁ ଲୋକସଭା ବାଚସ୍ପତି ବିଦେଶ ଗସ୍ତରେ ଥିବାରୁ ଭେଟି ପାରିଲେ ନାହିଁ । ଏଣୁ ସେ ତାଙ୍କ ଇସ୍ତଫାପତ୍ର ବାଚସ୍ପତି ନିକଟକୁ ପଠାଇ ଦେଇଛନ୍ତି ।

Loading...
ONA

Leave a Reply

Top