ସୁଯୋଗ ଦେଖି ବୈଜୟନ୍ତ ମାରିଲେ ବାଣ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର, ୯.୬.୨୦୧୮: ସୁଯୋଗ ଦେଖି ସାଂସଦ ବୈଜୟନ୍ତ ପଣ୍ଡା ରାଜ୍ୟ ସରକାରଙ୍କୁ ବାଣ ମାରିବାକୁ ଆଉ ପଛାଉ ନାହାନ୍ତି । କୋରାପୁଟ ଜିଲ୍ଲା ରାଣୀଗଡ଼ ଗୁମ୍ଫାରେ ପାହାଡ଼ ଧସି ହେବା ଘଟଣାରେ ଆଜି ଠିକାଦାର ମହାସଂଘ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଏହି ସୁଯୋଗରେ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଓଡ଼ିଶା ଠିକାଦାର ମହାସଂଘ ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ଯେ ସରକାର ବାହାର ରାଜ୍ୟର ଠିକାଦାରଙ୍କ ଉପରେ ଭରସା କରିବା ଦ୍ୱାରା ଏବଂ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ କରୁଥିବା ଠିକାଦାରଙ୍କୁ ବାରମ୍ବାର ସୁଯୋଗ ଦେବା ଫଳରେ ଏହି ସବୁ ଘଟଣା ଘଟୁଛି । ରାଣୀଗଡ଼ ପାହାଡ଼ କାଟିବା କାର୍ଯ୍ୟ ବାହାର ଠିକାଦାରୀ ସଂସ୍ଥା ଡିଡି ବିଲଡର୍ସକୁ କାମର ଦାୟିତ୍ୱ ଦିଆଯାଇଥିଲା । ଏହି ଦୁର୍ଘଟଣା ଘଟିଥିଲେ ମଧ୍ୟ ଏପର୍ଯନ୍ତ ଠିକାଦାର ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି କିମ୍ବା ମୁଖ୍ୟଙ୍କୁ ଗିରଫ କରାଯାଉନାହିଁ । କିନ୍ତୁ ବମିଖାଲ ଫ୍ଲାଏ ଓଭର ଦୁର୍ଘଟଣାରେ ଓଡ଼ିଆ ଠିକାଦାରଙ୍କୁ ଗିରଫ କରାଗଲା । ସରକାରଙ୍କ ସହ ଅଣ ଓଡ଼ିଆ ଠିକାଦାରଙ୍କ ସଂପୃକ୍ତି ଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି ଠିକାଦାର ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ସରକାରଙ୍କ ସହ ହାତ ଥିବା କଥା ଠିକାଦାର ସଂଘ କହିବା ପରେ ବୈଜୟନ୍ତ ଆଉ ଚୁପ୍ ହୋଇ ନବସି ତୃତୀୟ ମହଲାର ସଂପୃକ୍ତି ଅଭିଯୋଗ ଆସିଥିବାରୁ ସେ ମଧ୍ୟ ଏହି ମୌକା ଦେଖି ସମାଲୋଚନା କରିବାକୁ ଆଗେଇ ଆସିଛନ୍ତି । ବୈଜୟନ୍ତ ଟ୍ୱିଟ୍ କରି କହିଛନ୍ତି ଜୟପୁର ପଥର ଖସିବା ଘଟଣାରେ ଡିଡି ବିଲଡର୍ସର ମାଲିକଙ୍କୁ ଗିରଫ କରାନଯିବାର କାରଣ ହେଉଛି ତାଙ୍କର ତୃତୀୟ ମହଲା ସହ ସଂପୃକ୍ତି ରହିଛି । ସେହି ଠିକାଦାର ସଂସ୍ଥାକୁ ମଧ୍ୟ ବମିଖାଲ ଫ୍ଲାଏଓଭରର ବଳକା କାମ ଶେଷ କରିବାକୁ ଦାୟିତ୍ୱରେ ଦିଆଯାଇଛି । ଏକ ହତ୍ୟାକାରୀ ସଂସ୍ଥାକୁ ପୁନର୍ବାର କାର୍ଯ୍ୟ ଦିଆଯିବା ନେଇ ବୈଜୟନ୍ତ ପ୍ରଶ୍ନ ଉଠାଇଛନ୍ତି । ନିର୍ମାଣ କାର୍ଯ୍ୟ ବାରମ୍ବାର ଭୁସୁଡି ଥିବା ଏବଂ ବାରମ୍ବାର ମୃତ୍ୟୁ ଘଟୁଥିବା ସତ୍ତେ୍ୱ କିଛି ପଦକ୍ଷେପ ନିଆଯାଉନାହିଁ । କାରଣ ଓଡ଼ିଶା ସରକାରଙ୍କ କ୍ଷମତାଶାଳୀ ଲୋକଙ୍କ ସହ ସେମାନଙ୍କର ସଂପୃକ୍ତ ରହିଛି ।
ବ÷ଜୟନ୍ତ ଏହି ବିଷୟ ଦର୍ଶାଇବା ସହ ସିବିଆଇ ତଦନ୍ତ ଆଡ଼କୁ ଅଙ୍ଗୁଳି ଦେଖାଇଛନ୍ତି । ସମୟ ଆସିଛି ଏ ସଂପର୍କରେ ଜନସ୍ୱାର୍ଥ ମାମଲା କରାଯାଇ ବାହାର ସଂସ୍ଥାଦ୍ୱାରା ତଦନ୍ତ କରାଯିବା ଆବଶ୍ୟକ ବୋଲି ବୈଜୟନ୍ତ ଉଲ୍ଲେଖ କରିଛନ୍ତି ।

ମତାମତ ଦିଅନ୍ତୁ

Please enter your comment!
Please enter your name here