ବିୟର ଫ୍ୟାକ୍ଟ୍ରି ବନ୍ଦ ପରେ ବୈଜନ୍ତ ଟ୍ୱିଟ କରି ଉଠାଇଲେ ପ୍ରଶ୍ନ

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର: ଢ଼େଙ୍କାନାଳ ଜିଲ୍ଲା ବଳରାମପୁରରେ ବିୟର ଫ୍ୟାକ୍ଟ୍ରି ପାଇଁ ଅନୁମତି ଦିଆଯିବା ଓ ବିରୋଧ ପରେ ପ୍ରସ୍ତାବକୁ ବାତିଲ କରିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏଭଳି ସ୍ଥିତିରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ କରି ଏ ନେଇ ପ୍ରଶ୍ନ ଉଠାଇଛନ୍ତି । ସରକାର କିଭଳି ଭାବରେ ଅନୁଧ୍ୟାନ ନ କରି ଅନୁମତି ଦେଇଥିଲେ ସେ ନେଇ ଜୟ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ବଳରାମପୁରରେ ପ୍ରସ୍ତାବିତ ମଦ କାରଖାନା ବାତିଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଜୁଲାଇରେ ସରକାର ଏହାକୁ ଅନୁମୋଦନ ଦେଇ ଶିଳାନ୍ୟାସ ପରେ ଏବେ ବାତିଲ କରିବା ତଥା ମଦ କାରଖାନାକୁ ବଟଲିଂ ପ୍ଲାଂଟକୁ ଯିବା ନେଇ ସୋଶାଲମିଡିଆରେ ପ୍ରଶ୍ନ ଉଠିଛି ।
ଏହି ନିଷ୍ପତି ଗୁଡ଼ିକ କିଏ ନେଇଥିଲେ ବୋଲି ସେ ପଚାରିଛନ୍ତି । ସେ ଏଥିରେ ଉଲ୍ଲେକ କରିଛନ୍ତି ଯେତେବେଳେ ଏହାକୁ (ବେଆଇନ ଭାବେ) ଅନୁମୋଦନ କରାଯାଇସାରିଥିଲା, ତେବେ ଏବେ କାହିଁକି , “ଗଛ କଟାକୁ ବନ୍ଦ କରିବା ଲାଗି ତ୍ୱରିତ ହସ୍ତକ୍ଷେପ”ର ନାଟକ କରାଯାଉଛି?
ନିବେଶକକୁ ସ୍ୱାଗତ କରିବା ଭଲ, କିନ୍ତୁ ଯେତେବେଳେ ଗଛ କାଟିବାର ଅଛି, ସିଏମପିଏ (କ୍ଷତିପୂରଣ ବାବଦ ବନୀକରଣ) ନିୟମକୁ ପାଳନ କରାଯିବା ଉଚିତ, ନା କି କେବଳ ଜଙ୍ଗଲ ଜମିକୁ ଅଦରକାରୀ କର୍ମୀ ଘୋଷଣା କରାଯିବା ଠିକ ।

ମତାମତ ଦିଅନ୍ତୁ

Please enter your comment!
Please enter your name here