‘ବାବା’ କହିଛନ୍ତି ଏଥର ନିରଂଜନ

https://www.facebook.com/nnsodia/videos/267154983995629/?t=5

ଭୁନନେଶ୍ୱର: ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏବେ ପୁରାଦମ୍ରେ କାହିଁକି ଲାଗିପଡ଼ିଛନ୍ତି । ସେ ଯେଭଳି ଭାବରେ ଚାରିଆଡ଼େ ବୁଲି ସଙ୍ଗଠନକୁ ସୁଦୃଢ଼ କରିବା ଏବଂ ନେତାମାନଙ୍କୁ ଏକାଠି କରିବାରେ ଲାଗିଛନ୍ତି ଏଥିସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ସେଥିରେ ଅନେକ କିଛି ସୂଚନା ମିଳୁଛି । କଂଗ୍ରେସ କ୍ଷମତାକୁ ଆସିଲେ ନିରଂଜନ ମୁଖ୍ୟମନ୍ତ୍ରୀ ହେବେ ଏକଥା ତାଙ୍କ ଦଳର ନେତାମାନେ ଖୋଲାଖୋଲି ବିଭିନ୍ନ ସଭାସମିତିରେ କହୁଛନ୍ତି । ଏପରି କି ତାଙ୍କର କଟୋର ବିରୋଧୀଙ୍କ ମୁହଁରେ ବି ଏକଥା ପରିପ୍ରକାଶ ହେଉଛି । ନିରଂଜନ ସବୁକଥାକୁ ଭୁଲି କାହିଁକି ଏତେ ଜୋରଦାର ଲାଗିଛନ୍ତି । ଏ ବିଷୟ ଏବେ ତାଙ୍କ ଦଳଠୁ ଆରମ୍ଭ କରି ରାଜନୈତିକସ୍ତର ପର୍ଯ୍ୟନ୍ତ ସବୁଆଡ଼େ ଆଲୋଚନା ହେଉଛି ଯେ, ହଠାତ ନିରଂଜନ ଏତେ ଆଗ୍ରେସିଭ୍ କାହିଁକି ହୋଇଛନ୍ତି । ଏବେ ଏହା ପଛର ରହସ୍ୟ ନେଇ କୁହାଯାଉଛି ଭବିଷ୍ୟତ କହୁଥିବା ଜଣେ ବାବା କୁଆଡ଼େ ନିରଂଜନକୁ କହିଛନ୍ତି ଏଥର ସେ ମୁଖ୍ୟମନ୍ତ୍ରୀ ହେବେ । ଏଥିପାଇଁ ବାବାଙ୍କ କଥାରେ ପଡ଼ି ସେ ତାଙ୍କର କାର୍ଯ୍ୟଧାରାକୁ ଆଗକୁ ବଢ଼ାଇଛନ୍ତି । କଂଗ୍ରେସ ଯଦି ଆସନ୍ତା ନିର୍ବାଚନରେ ୪୦ରୁ ୪୫ ଆସନ ହାସଲ କରିବ ତେବେ ନିରଂଜନ ମୁଖ୍ୟମନ୍ତ୍ରୀ ହେବା ଥୁଆ । ଅବଶ୍ୟ ଓଡ଼ିଶାରେ ୧୪୭ ବିଧାନସଭା ଆସନରୁ ସରକାର ଗଢ଼ିବା ପାଇଁ ୭୪ ଆସନ ହାସଲ କରିବା ଆବଶ୍ୟକ ରହିଛି । କିନ୍ତୁ ବାବାଙ୍କ ଗଣତି ଅନୁସାରେ ଏହି ଅଳ୍ପ ସଂଖ୍ୟାର ଆସନ ହାସଲ କଲେ ବି ରାଜନୈତିକ ଦୃଶ୍ୟପଟ୍ଟ ଏଭଳି ବଦଳିବ ଯେ, ନିରଂଜନ ଶେଷରେ ଶିରିପା ବାନ୍ଧିବେ ।
ରାଜନେତାମାନେ ମୁଖ୍ୟତଃ ଜ୍ୟୋତିଷ ଶାସ୍ତ୍ର ବା ବାବାଙ୍କ ଉପରେ ଅଧିକ ବିଶ୍ୱାସ କରନ୍ତି । ଅବଶ୍ୟ ସବୁରାଜନେତା ନୁହଁନ୍ତି କିନ୍ତୁ ବହୁ ପ୍ରତିଷ୍ଠିତ ରାଜନେତାମାନଙ୍କୁ ଏ କ୍ଷେତ୍ରରେ ବିଶ୍ୱାସ କରୁଥିବା ଦେଖାଯାଇଛି । ନିରଂନଜ ମଧ୍ୟ ବାବାଙ୍କ ଗଣନା ଉପରେ ବଶ୍ୱାସ କରନ୍ତି । ଦକ୍ଷିଣ ଭାରତର ଜଣେ ବାବାଙ୍କ ପାଖକୁ କୁଆଡ଼ ନିରଂଜନ ଯାଆନ୍ତି । ବିଜେଡିର କିଛି ନେତା ଓ ଅନ୍ୟ ଦଳର ନେତାମାନେ ବି ସେଠାକୁ ଯାଉଥିବା କୁହାଯାଏ । ଏଣୁ ବାବାଙ୍କ ଅଭୟବାଣୀ ପାଇଥିବାରୁ ସଂଖ୍ୟା ଗଣିତ ହାସଲ କରିବା ପାଇଁ ସେ ଏବେ ଅଂଟା ଭିଡ଼ିଛନ୍ତି । ବିରୋଧୀମାନଙ୍କୁ ବି ସାଥୀରେ ନବାକୁ ଉଦ୍ୟମ କରିଛନ୍ତି ।
ନିରଂଜନଙ୍କ ପ୍ରଚାର କାର୍ଯ୍ୟଧାରାକୁ ଯଦି ଦେଖାଯାଏ ଏହା ପଛରେ ଜ୍ୟୋତିଷ ଶାସ୍ତ୍ରର ପ୍ରଭାବର ସୂଚନା ମିଳୁଛି ବୋଲି ଅନେକ କହୁଛନ୍ତି । ତାଙ୍କର ପରମ ରାଜନୈତିକ ଶତ୍ରୁ ବା ବିରୋଧୀ ଭାବରେ ପରିଚିତ ଦଳର ନେତା ଶ୍ରୀକାନ୍ତ ଜେନାଙ୍କ ଘରକୁ ବାରମ୍ବାର ଯାଇ ତାଙ୍କୁ ସାଥୀରେ ନେବାରେ ସମର୍ଥ ହୋଇଛନ୍ତି । ନିରଂଜନ ସଭାପତି ହେବା ପରେ ଶ୍ରୀକାନ୍ତ ବିବାଦୀୟ ମତ ରଖି ହଇଚଇ ସୃଷ୍ଟି କରିଥିଲେ । ନିରଂଜନ ଯେପରି ଆଗେଇ ନ ପାରିବେ ସେଥିପାଇଁ ଦଳୀୟତ ଓ ପଛୁଆ ଶ୍ରେଣୀ କଥା ସେ ଉଠାଇଥିଲେ । ସବୁବେଳେ ଖଣି ଦୁର୍ନୀତି କଥା ଉଠାଇ ନିରଂଜନଙ୍କ ଆଡ଼କୁ ବାଣ ମାରିଥାନ୍ତି ଶ୍ରୀକାନ୍ତ । କିନ୍ତୁ ଏହା ସତ୍ତେ୍ୱ ନିରଂଜନ ତାଙ୍କ ପାଖରେ ପହଂଚି ନିଜ ଆଡ଼କୁ ନେଇଛନ୍ତି ଏବଂ ଦଳକୁ ଏକ ବାର୍ତ୍ତା ଦେବାକୁ ଚାହିଁଛନ୍ତି ସେ ସମସ୍ତଙ୍କୁ ଏକାଠି କରିବାକୁ ଚାହୁଁଛନ୍ତି । ଆଗକୁ କଂଗ୍ରେସ ଏକ ହେବାକୁ ଯାଉଛି । ଫଳରେ ଆଉ କାହାରି ମନରେ ହତାସଭାବ ସୃଷ୍ଟି ହେବନାହିଁ । ଆଉ ଗୋଟିଏ ଦିଗ କଥା କୁହାଯାଉଛି ନିରଂଜନ କେବଳ ଶ୍ରୀକାନ୍ତଙ୍କୁ ସାଥୀରେ ନେଇଛନ୍ତି ତାହା ନୁହେଁ, ବାଲେଶ୍ୱରରୁ ତାଙ୍କ ଜନସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଶ୍ରୀକାନ୍ତଙ୍କୁ ସାଥୀରେ ଧରି ବାଲେଶ୍ୱର ଜିଲ୍ଲାରୁ ଜନସମ୍ପର୍କ ବସ୍ଯାତ୍ରା ଅଭିଯାନ ଆରମ୍ଭ ହୋଇଛି । ଉତ୍ତର ଦିଗରୁ ଶତ୍ରୁକୁ ସାଥୀରେ ଧରି କାର୍ଯ୍ୟକ୍ରମର ଶୁଭ ଦେଇଛନ୍ତି । ଏପରି କି ଶ୍ରୀକାନ୍ତଙ୍କ ମୁହଁରେ ଆଗାମୀ ମୁଖ୍ୟମନ୍ତ୍ରୀ ନିରଂଜନ ହେବେବୋଲି କୁହାଇବାରେ ମଧ୍ୟ ସମର୍ଥ ହୋଇଛନ୍ତି । ଦଳୀୟତ ଓ ପଛୁଆ ବର୍ଗର ପ୍ରବକ୍ତା ଶ୍ରୀକାନ୍ତ ଶେଷରେ ଏକାଧିକ ସଭାରେ କଂଗ୍ରେସ କ୍ଷମତାକୁ ଆସିଲେ ନିରଂଜନ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି ।
ସାଧାରଣତଃ ଦେଖାଯାଇଥାଏ ଯିଏ ଯେତେବେଳେ ତାର ପ୍ରଥମ ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ କରେ ସେତେବେଳେ ସାଧରଣତଃ ପୁରୀରୁ ଜଗନ୍ନାଥଙ୍କୁ ସାକ୍ଷୀ ରଖି ଆରମ୍ଭ କରିଥାନ୍ତି । ବିଜେପି, ବିଜେଡି ଓ କଂଗ୍ରେସର ନିର୍ବାଚନ ପ୍ରଚାର ବହୁତ ସମୟରେ ପୁରୀରୁ ଆରମ୍ଭ ହୋଇଥିବା ଦେଖାଯାଇଛି । ଏଥର କିନ୍ତୁ ନିରଂଜନ ଉତରରୁ ଆରମ୍ଭ କରିଛନ୍ତି ।
ନିରଂଜନ ମଧ୍ୟ ଏବେ ସୋଶାଲ ମିଡ଼ିଆକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ସୋଶାଲ ମିଡ଼ିଆରେ ରହିବା ପାଇଁ ସେ ଏବେ ଟ୍ୱିଟ୍ ମାଷ୍ଟର ପାଲଟିଯାଇଛନ୍ତି । ପ୍ରତି ମୂହୁର୍ତ୍ତରେ ତାଙ୍କର ଟ୍ୱିଟ ଆସୁଛି । ସେ ଏବେ ବିଜେପି ଅପେକ୍ଷା ବିଜେଡିକୁ ଅଧିକ ଟାର୍ଗେଟ କରୁଛନ୍ତି । କେନ୍ଦ୍ର ସରକାରଙ୍କ ବଦଳରେ ରାଜ୍ୟ ନବୀନ ପଟ୍ଟନାୟକଙ୍କ ସରକାରକୁ ସବୁବେଳେ ସମାଲୋଚନା କରି ଚାଲିଛନ୍ତି । ନବୀନଙ୍କ ପ୍ରତ୍ୟକ କାର୍ଯ୍ୟଧାରା ଓ ସରକାରୀ କାର୍ଯ୍ୟକ୍ରମକୁ ନିରଂଜନ ସମାଲୋଚନା କରୁଥିବା ଦେଖାଯାଉଛି । ନବୀନଙ୍କ ଲୋକପ୍ରିୟତାକୁ ହ୍ରାସ କରିପାରିଲେ ଯାଇ ନିରଂଜନ ତାଙ୍କ ସ୍ୱପ୍ନ ସାକାର କରିପାରିବେ । ଏଣୁ ଏହାକୁ ଦୃଷ୍ଟିରେ ରଖି ପ୍ରତିକଥାରେ ନବୀନଙ୍କୁ ଟ୍ୱିଟକରି ହେଉ କି ପ୍ରେସ୍ ଇସ୍ତାହାର ମାଧ୍ୟମରେ ହେଉ କିମ୍ବା ଗଣମାଧ୍ୟମରେ ମତ ରଖି ହେଉ ସବୁଥିରେ ତାଙ୍କର ସମାଲୋଚନାର କେନ୍ଦ୍ରବିନ୍ଦୁ ହେଉଛନ୍ତି ନବୀନ । ଏଥିରୁ ଜଣାପଡୁଛି ନିରଂଜନ ପୁରା ପ୍ରସ୍ତୁତିରେ ରହିଛନ୍ତି ବୋଲି ଆଲୋଚନା ହେଉଛି ।

4 ମତାମତ ଦିଅନ୍ତୁ

  1. ୨୦୦୯ ନିର୍ବାଚନ ପୂର୍ବରୁ ଯତିଶ୍ ମହାନ୍ତିଙ୍କୁ ସେଇ ଦକ୍ଷିଣ ଭାରତର ବାବା”ଆମ୍ମା‐ଭଗବାନଙ୍କ ଠାରୁ ସେପରି ଆଶୀର୍ବାଦ ପାଇଥିଲେ! ଶେଷରେ ନିଜ ଗାଁ ଲୋକେ ଭୋଟ ଦେଲେନି!!

  2. PURNACHANDRA RATH ଙ୍କ ମନ୍ତବ୍ୟ ଯତିଶ ମହାନ୍ତି ଙ୍କ ପ୍ରତି ସତ୍ୟ ଅଟେ , ଅମ୍ମା ଭଗବାନ ହେଉଛନ୍ତି ଅାଧ୍ୟାତ୍ମିକ , କିନ୍ତୁ ଦକ୍ଷିଣ ଭାରତ ରେ ପ୍ରକ୍ରୁତ ଜ୍ୟୋତିଶ ଅଛନ୍ତି ସତ୍ୟ ଭବିଷ୍ୟତ ବାଣି ଦେଉଛନ୍ତି । ଏହା ସତ୍ୟ ହୋଇପାରେ ନିରଞ୍ଜନ ପଟନାୟକ ମୁଖ୍ୟମନ୍ତ୍ରି ହୋଇପାରନ୍ତି ।

  3. କାହାର କଣ ପତିଆରା ଥାଉ ବା ନ ଥାଉ ନିରଞ୍ଜନ ବାବୁଙ୍କର ବୁଧ ମହାଦଶାରେ ଶୁକ୍ର ଅନ୍ତର୍ଦଶା ଗତି କରୁଛି। ବୁଧ ଲଗ୍ନରେ ଓ ଶୁକ୍ର ଚତୁର୍ଥରେ ଯୋଗକାରକ ହୋଇ ରହିଛି। ଏହା ରାଜ୍ୟଲାଭ ଓ କ୍ଷମତା ଲାଭର ନିର୍ଦେଶ ଦେଉଅଛି। ସେହି ଭଳି ନବୀନବାବୁଙ୍କର କେତୁ ମହାଦଶା, କେତୁ ପଞ୍ଚମ ସ୍ଥାନରେ। ଯାହା ଏକ ଅଚାନକ ବିପର୍ଯ୍ୟୟର ସୂଚକ ଅଟେ। ସେହିପରି ଧର୍ମେନ୍ଦ୍ରଙ୍କର ଜାନୁଆରୀ ପରେ ଭାଗ୍ୟ ବିପର୍ଯ୍ୟୟର ସୂଚନା ରହିଛି। ଯାହା ତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଦ ପ୍ରାପ୍ତି ପାଇଁ ବାଧକ ହୋଇ ପାରେ। ତେଣୁ ନିରଞ୍ଜନବାବୁ ଏସବୁ ଅନୁଧ୍ୟାନ କରି କ୍ଷମତା ଲାଭ ପାଇଁ ଅଧିକ ଆଶାୟୀ ଅଛନ୍ତି, ନା କି କୋଉ ବାବା କଥାରେ ମାତିଛନ୍ତି।

ମତାମତ ଦିଅନ୍ତୁ

Please enter your comment!
Please enter your name here