ମନ୍ଦିର ମହନ୍ତଙ୍କ ଲଜ୍ଜ୍ୟଜନକ କାଣ୍ଡ, ଶିଷ୍ୟାକୁ କଲେ ବାରମ୍ବାର ଦୁଷ୍କର୍ମ, ପଢନ୍ତୁ ପୂରା ଖବର…

ଅଯୋଧ୍ୟା: ମାନବିକତାର ସୀମା ଟପିଲା ଦୃର୍ବୁତ୍ତ | ଜଣେ ମନ୍ଦିରରେ ପୂୂଜକ ବା ମହନ୍ତ ହୋଇଥିବାବେଳେ ତାର ଶିଷ୍ୟକୁ ବାରମ୍ବାର ଦୁଷ୍କର୍ମ କରୁଥିବାର ଅଭିଯୋଗ ହୋଇଛି | ଏପରି ଲଜ୍ଜ୍ୟଜନକ ଘଟଣା ଘଟିଛି ଅଯୋଧ୍ୟାରେ | ଜଣେ ମହିଳାଙ୍କୁ ବେଆଇନ ଭାବେ ଅଟକ ରଖି ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ଉତ୍ତରପ୍ରଦେଶ ପୁଲିସ ଅଯୋଧ୍ୟାର ଏକ ମନ୍ଦିରର ପୁରୋହିତଙ୍କୁ ଗିରଫ କରିଥିବାର ସୂଚନା ମିଳିଛି । ମହିଳାଙ୍କ ଅଭିଯୋଗ ଭିତ୍ତିରେ ପୁଲିସ ଏ ନେଇ ଏକ ଦୁଷ୍କର୍ମ ମାମଲା ରୁଜୁ କରିବା ସହି ମହିଳାଙ୍କର ଡାକ୍ତରମାଇନା ମଧ୍ୟ କରିଛି | ପୁଲିସଲ ସୂଚନା ମୁତାବକ, ବାରଣାରସୀରୁ ଜଣେ ୩୦ ବର୍ଷୀୟା ମହିଳା ଡିସେମ୍ବର ୨୪ ଅଯୋଧ୍ୟାରୁ ଏକ ମନ୍ଦିରରେ ପୂଜକ ତଥା ମହନ୍ତ ଥିବା କୃଷ୍ଣକାନ୍ତାଚାର୍ଯ୍ୟଙ୍କ ଠାରୁ ଆଧ୍ୟାତ୍ମିକ ଜ୍ଞାନ ଓ ପ୍ରବଚନ ଶୁଣିବା ପାଇଁ ବାଣଣାସୀରୁ ଅଯୋଧ୍ୟା ଆସିଥିଲେ । ଶ୍ରୀ କାନ୍ତାଚାର୍ଯ୍ୟ ମହିଳାଙ୍କୁ ଦେଖିବା ପରେ ତାଙ୍କୁ ମନ୍ଦିର ପରିସରରେ ରହିବାକୁ କହିଥିଲେ । ମହିଳାଜଣକ ମନ୍ଦିରେ ରହିବା ପରେ ମହନ୍ତ କାନ୍ତାଚାର୍ଯ୍ୟ ତାଙ୍କୁ ସେଠାରେ ବେଆଇନ୍‌ଭାବେ ଅଟକ ରଖି ବାରମ୍ବାର ଦୁଷ୍କର୍ମ କରିଥିଲେ । ତେବେ ମହିଳାଜଣକ କୌଣସିମତେ ସୁଯୋଗ ପାଇ ଗତ ମଙ୍ଗଳବାର ଦିନ ପୁଲିସକୁ ଫୋନ କରି ଏ ସମ୍ପର୍କରେ ସୂଚନା ଦେଇଥିଲେ । ସୂଚନାପାଇ ପୁଲିସ ସମ୍ପୃକ୍ତ ମନ୍ଦିରରେ ପହଞ୍ଚି ସେଠାରୁ ମହିଳାଙ୍କୁ ଉଦ୍ଧାର କରିଥିବାର ଜଣା ପଡିଛି । ତେବେ ଜଣେ ଭଗବାନଙ୍କୁ ପୂଜା କରୁଥିବା ଜଣେ ମହନ୍ତ ଏପରି ନିନ୍ଦନୀୟ କାଣ୍ଡ କିପରି କରିପାରେ ତାହାକୁ ନେି ସାଧାରଣରେ ଚର୍ଚ୍ଚା ହେଉଛି |

ସାମାନ୍ୟ ବଚସାରୁ ଯୁବକଙ୍କୁ ପଥରରେ ଛେଚି ହତ୍ୟା କଲେ ଦୃର୍ବୁତ୍ତ…