ତୀର ମାରି ହତ୍ୟା ଉଦ୍ୟମ କଲା ଦୃର୍ବୁତ୍ତ, ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ମହିଳା, ପଢନ୍ତୁ ପୂରା ଖବର…

https://www.facebook.com/nnsodia/videos/267154983995629/?t=5

ସୁନ୍ଦରଗଡ଼: ଦୁର୍ବୁତ୍ତ ମରଣାତ୍ମକ ଆକ୍ରମଣ ଲାଗି ବୋମା, ବନ୍ଧୁକ, ଛୁରୀ କିମ୍ବା ଟାଙ୍ଗିଆ ବ୍ୟବହୃତ କରୁଥିବାର ଦେଖିବାକୁ ମିଳେ | ମାତ୍ର ଆଜି ଏପରି ଏକ ଲୋମହଂସକାରୀ କାଣ୍ଡ ସାମନାକୁ ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ | ପୂର୍ବରୁ ପଶୁ ପକ୍ଷୀଙ୍କୁ ଶିକାର କରିବା ଲାଗି ଧନୁତୀର ବ୍ୟବହାର କରାଯାଉଥିବାବେଳେ ଆଜି ଉକ୍ତ ଧନୁତୀରରେ ଜଣେ ମହିଳାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି | ଏପରି ଲୋମହଂସକାରୀ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଣିପିଆ ଥାନା ରାଙ୍ଗମପୁରରେ । ଗୁରୁତର ମହିଳା ଜଣଙ୍କ ହେଉଛନ୍ତି ପାବଲ ଖାକାଙ୍କ ପତ୍ନୀ ସୁନିତା ଖାକା । ଶୁଣିବାକୁ ମିଳୁଛି ମହିଳାଜଣଙ୍କ ବର୍ତମାନ ଡାକ୍ତରଖାନାରେ ମୃତ୍ୟୁସହ ସଂଘର୍ଷ କରୁଛନ୍ତି । ସୁଚନାରୁ ପ୍ରକାଶ, ଗତକାଲି ସନ୍ଧ୍ୟା ୭ଟା ସମୟରେ ହଠାତ କେହି ଜଣେ ଦୁର୍ବୃତ୍ତ ସୁନିତାଙ୍କୁ ତୀର ମାରିଥିଲା । ତୀରଟି ସିଧା ଆସି ସୁନିତାଙ୍କ ପେଟରେ ଗଳି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସୁନିତା ପଡ଼ିଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ରାଙ୍ଗମପୁର ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଥିଲା । ସେଠୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ଏବେ ସେ ବୁର୍ଲାରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ତାଙ୍କ ଅବସ୍ଥା ଆହୁରି ଗୁରୁତର ହୋଇପଡିଥିବାର ସୂଚନା ମିଳୁଛି | ତେବେ କିଏ ଏବଂ କାହିଁକି ଏପରି ଆକ୍ରମଣ କଲେ ତାହାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ଜଣାପଡିଛି |

ମତାମତ ଦିଅନ୍ତୁ

Please enter your comment!
Please enter your name here