ଫେବୃଆରୀ ୪ରୁ ବିଧାନସଭା

ଭୁବନେଶ୍ୱର: ଫେବୃଆରୀ ୪ରୁ ବିଧାନସଭାର ସ୍ୱଳ୍ପକାଳୀନ ବଜେଟ ଆରମ୍ଭ ହେବ । ଏହା ୧୨ ତାରିଖ ଯାଏଁ ଚାଲିବ । ସାଧାରଣ ନିର୍ବାଚନ ପୂର୍ବରୁ ବିଧାନସଭାର ଏହା ଶେଷ ଅଧିବେଶନ ହେବ । ନିର୍ବାଚନ ପାଇଁ ଆଚରଣ ବିଧି ଲାଭ ହେବାକୁ ଥିବାରୁ ପୂର୍ବରୁ କାମଚଳା ବଜେଟ ଅଣିଯିବ । ନୂଆ ସରକାର ଆସିଲେ ପୂର୍ଣ୍ଣାଙ୍ଗ ବଜେଟ ଆଣିବେ । ସାଧାରଣତଃ ମାର୍ଚ୍ଚ ମାସରେ ବଜେଟ ଆସିଥାଏ । କିନ୍ତୁ ସେ ସମୟକୁ ନିର୍ବାଚନ ପାଖେଇ ଆସିଥିବାରୁ ଏବଂ କେନ୍ଦ୍ରରୁ ରାଜ୍ୟକୁ କେତେ ଅର୍ଥ ମିଳିବ ତାହା ଜଣା ପଡିନଥିବାରୁ ପୂର୍ଣ୍ଣାଙ୍ଗ ବଜେଟ ଆଣିବା ସମ୍ଭବ ହେବ ନାହିଁ । ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ୪ ମାସ ପାଇଁ ବଜେଟ ଆଣାଯିବ ।