ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଏଏସଆଇଙ୍କୁ ନିଲମ୍ବିତ କଲେ ଏସପି

ବରଗଡ଼: ଜନୈକା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବରଗଡ଼ ଏସପି ଜଣେ ଏଏସଆଇକୁ ସସପେଣ୍ଡ କରିଥିବା ଖବର ଆସିଛି । ଘଟଣାଟି ଘଟିଛି ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନ।। ଅଂଚଳରେ । ନାବାଳିକାଙ୍କ କହିବା ଅନୁଯାଇ ରିକୁ ନାଗ ନାବକ ଜନୈକ ବ୍ୟକ୍ତି ତାଙ୍କୁ ଅପହରଣ କରି ସୋହେଲା ନେଇଯାଇଥିଲେ । ସେଠାରେ ତାଙ୍କୁ ଏଏସଆଇ ବନମାଳି କୁଅଁରଙ୍କ ଭଡ଼ା ଘରେ ଦୁଷ୍କର୍ମ କରିଥିବା ନାବାଳିକା ଜଣକ କହିଥିଲେ ଏବଂ ଉକ୍ତ ଦିନ ରାତିରେ ଏଏସଆଇ ମଧ୍ୟ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା କଥା ନାବାଳିକା ଜଣକ ଘରଲୋକଙ୍କ ଆଗରେ ପ୍ରକାଶ କରିଥିଲେ ।
ଗତ ୩ ଦିନ ପୂର୍ବେ ନାବାଳିକା ଜଣକ ଘରୁ ଟିଉସନ ଯାଇ ଆଉ ଫେରି ନ ଥିଲେ । ଘରକୁ ନ ଫେରିବାରୁ ପରିବାର ପକ୍ଷରୁ ବହୁ ଖୋଜାଖୋଜି ପରେ ଥାନାରେ ଅଭିଯୋଗ କରିଥିଲେ । ପରେ ମେଲଛାମୁଣ୍ଡା ଥାନା ପୁଲିସ ତାଙ୍କୁ ସୋହେଲାରୁ ଉଦ୍ଧାର କରିଥିଲେ ।
ଏହି ଘଟଣାକୁ ଆଧାର କରି ଏସପି ସମ୍ପୃକ୍ତ ଏଏଆଇଙ୍କୁ ଚାକିରିରୁ ସସପେଣ୍ଡ କରିଛନ୍ତି । ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇପାରେ ବୋଲି ଏସପି କହିଛନ୍ତି ।

ସମ୍ପର୍କରେ ଲାଗିଲା ନିଆଁ, ବୁଲାଇବା ବାହାନାରେ ଭଉଣୀକୁ ଦୁଷ୍କର୍ମ କଲା ଭାଇ