ଲୁଣ ଥେରାପି ଓ ତବଲା ଥେରାପି ହେଲା କାଳ,ସର୍ଜରୀ ବିଭାଗ ଛାଡିଲେ ଅଶ୍ୱିନୀ ପୂଜାହାରୀ

https://www.facebook.com/nnsodia/videos/267154983995629/?t=5

ସମ୍ବଲପୁର: ବୁର୍ଲା ଭିମସାରର ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ କୁମାର ପୂଜାହାରୀଙ୍କ ବିରୋଧରେ ଦୁଇ ଦୁଇଟି ଭିଡିଓ ଭାଇରାଲ ହେବା ପରେ ଆଜି ତାଙ୍କୁ ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ପଡ଼ିଛି । ଏନେଇ ସେ ସର୍ଜରୀ ବିଭାଗ ମୁଖ୍ୟଙ୍କୁ ଚିଠି ଲେଖି ଜଣାଇଛନ୍ତି । ତେବେ ପୂର୍ବ ଭଳି ସେ ଭିମସାରର ନିର୍ଦ୍ଦେଶକ ଦାୟିତ୍ୱରେ ରହିବେ । ସୁଚନାଯୋଗ୍ୟ, ପୂଜାହାରୀଙ୍କ ଲୁଣ ଥେରାପି, ତବଲା ଥେରାପି ଭିଡ଼ିଓ ଭାଇରାଲ ହେବା ପରେ ନିର୍ଦ୍ଦେଶକ ଶ୍ରୀ ପୂଜହାରୀ ଭିମସାର ସର୍ଜରୀ ୟୁନିଟ -୧ ଅଧିକାରୀ ଦାୟିତ୍ୱ ଛାଡ଼ିଛନ୍ତି । ପଦବୀ ଛାଡ଼ିବା ନେଇ ପ୍ରତିକ୍ରିୟାରେ ପ୍ରଫେସର ଅଶ୍ୱିନୀ କହିଛନ୍ତି, ଅଭିଯୋଗର ତଦନ୍ତ ପାଇଁ ଆସିଥିବା ତଦନ୍ତକାରୀ କମିଟି ମୋତେ ଦୋଷୀ ସାବ୍ୟସ୍ତ କରିଛି । ଏଥିପାଇଁ ମୁଁ ପଦ ଛାଡ଼ିଲି । ସର୍ଜରୀ ୟୁନିଟ ଛାଡ଼ିଲି କିନ୍ତୁ ପୂର୍ବଭଳି ନିର୍ଦ୍ଦେଶକ ପଦବୀରେ ରହିବି । ଛାତ୍ର ମାନଙ୍କର ଜିଦ୍ ହେଲା, ଏବେ ସେମାନେ କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ସେ କହିଛନ୍ତି । ଅପରପକ୍ଷରେ ଅଶ୍ୱିନୀ ପୂଜାହାରୀଙ୍କୁ ନିର୍ଦ୍ଦେଶକ ପଦବୀରୁ ହଟାଇବା ନିମନ୍ତେ ଭିମାସର କନିଷ୍ଠ ଡ଼ାକ୍ତରୀ ସଂଘର ଆନ୍ଦୋଳନ ଜାରି ରହିଛି । ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ଗତକାଲି ୪୮ଘଣ୍ଟା ପର୍ଯ୍ୟନ୍ତ ସଂଘ ସରକାରଙ୍କୁ ମହଲତ ଦେଇଥିଲା । ତେବେ ଏଯାଏଁ ଜଣା ପଡିନାହିଁ ତାଙ୍କ ପଦବୀରେ ସେ ରହିବେ କି ନାହିଁ |

 

ମତାମତ ଦିଅନ୍ତୁ

Please enter your comment!
Please enter your name here