ସ୍ପେନକୁ ୪-୩ରେ ହରାଇଲା ଆର୍ଜେଣ୍ଟିନା

https://www.facebook.com/nnsodia/videos/267154983995629/?t=5

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ପୁରୁଷ ହକି ବିଶ୍ୱକପର ୩ୟ ମ୍ୟାଚରେ ଆର୍ଜେଣ୍ଟିନା ଓ ସ୍ପେନ ମଧ୍ୟରେ ଆର୍ଜେଣ୍ଟିନା ବାଜି ମାରି ନେଇଥିବାର ସୂଚନା ମିଳିଛି । ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଆର୍ଜେଣ୍ଟିନା ୪-୩ ଗୋଲରେ ସ୍ପେନ ବିପକ୍ଷରେ ବିଜୟୀ ହୋଇଛି । ଆର୍ଜେଣ୍ଟିନା ବିପକ୍ଷରେ ସ୍ପେନ ପ୍ରଥମ ଗୋଲ ଦେଇଥିବା ବେଳେ କିଛି ସମୟ ପରେ ଆର୍ଜେଣ୍ଟିନା ଏହାକୁ ସମାନ ସ୍ତରକୁ ଆଣିଥିଲା । ପ୍ରାୟ ୧୫ ହଜାର ଦର୍ଶକ ଉପସ୍ଥିତ ଥିବା କଳିଙ୍ଗ ହକି ଗ୍ରାଉଣ୍ଡରେ ସ୍ପେନ ତରଫରୁ ଜୋସେଫ ରୋମେୟୁ ଏକ ଗୋଲ ଦେଇ ଦଳକୁ ୨-୧ରେ ଅଗ୍ରଣୀ କରିଥିଲେ । ଆର୍ଜେଣ୍ଟିନା ଏହାକୁ ପୁଣି ସମାନ ସ୍ତରକୁ ଆଣି ମ୍ୟାଚକୁ ୨-୨ରେ ପହଞ୍ଚାଇଥିଲା ।କ୍ୱାର୍ଟର ୩ରେ ଆର୍ଜେଣ୍ଟିନା ନିଜର ୩ୟ ଗୋଲ ସ୍ପେନ ବିରୋଧରେ ଦେଇଥିଲା । କିଛି ସମୟ ପରେ ସ୍ପେନ ଏକ ଗୋଲ ଦେଇ ସମାନ ସ୍ତରକୁ ଆଣିଥିଲା । ଶେଷ କ୍ୱାର୍ଟରରେ ଆର୍ଜେଣ୍ଟିନା ଏକ ଗୋଲ ଦେଇ ମ୍ୟାଚକୁ ୪-୩ରେ ଜିତିଛି । ତେବେ ଆର୍ଜେଣ୍ଟିନା ଜିତିବା ପରେ ଖେଳାଳିଙ୍କ ଭିତରେ ଏକ ଖୁସିର ଲହରି ଖେଳିଯାଇଥିବାର ଦେଖିବାକୁ ମିଳୁଛି |

 

ମତାମତ ଦିଅନ୍ତୁ

Please enter your comment!
Please enter your name here