ଶେଷରେ ମିଳିଲା ଆଶ୍ୱସ୍ଥି, ୧୨ ବର୍ଷରୁ କମ ବୟସର ଝିଅଙ୍କ ସହିତ ଦୁର୍ଷ୍କମ ଓ ହତ୍ୟା କଲେ ମିଳିବ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ: ଶେଷରେ ମିଳିଲା ଆଶ୍ୱସ୍ଥି | କେନ୍ଦ୍ରୀୟ କ୍ୟାବିନେଟରେ ଆଜି ପୋକ୍ସୋ ଆକ୍ଟ ଆଧାରରେ ମୃତ୍ୟୁଦଣ୍ଡକୁ ଅନୁମତିି ମିଳିଯାଇଛି । ୧୨ ବର୍ଷରୁ କମ ବୟସର ଝିଅଙ୍କ ସହିତ ଦୁର୍ଷ୍କମ ଓ ହତ୍ୟା ଭଳି ଗମ୍ଭୀର ଘଟଣାରେ ଦୋଷୀକୁ ମୃତ୍ୟୁଦଣ୍ଡ ଉପରେ ମୋହର ଲଗାଇଛନ୍ତି କ୍ୟାବିନେଟ । କେନ୍ଦ୍ରୀମନ୍ତ୍ରୀ ରବିଶଙ୍କର କ୍ୟାବିନେଟ ବୈଠକ ପରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ମଣ୍ଡଳରେ କେତେଗୁଡିଏ ବୈଠକ ମଧ୍ୟରେ ଶିଶୁମାନଙ୍କ ଉପରେ ହେଉଥିବା ଯୌନ ଅପରାଧରୁ ବଂଚିବା ପାଇଁ କରାଯାଇଥିବା ଆଇନ କଡାକଡି କରାଯିବ ବୋଲି ସୂଚନା ମିଳିଛି । ଏହି ଧାରାରେ ପୋକ୍ସୋ ଆକ୍ଟ ଆଧାରରେ କିଛି ପରିବର୍ତନ ମଧ୍ୟ କରାଯାଇଛି । ଏବେ ନାବାଳିକା ଶିଶୁଙ୍କ ସହିତ ଦୁର୍ଷ୍ମମ କରିବା କିମ୍ବା ହତ୍ୟା କରିବା ପ୍ରମାଣ ମିଳିଲେ ଦୋଷୀକୁ ସଙ୍ଗେସଙ୍ଗେ ମୃତ୍ୟୁଦଣ୍ଡ ମିଳିବ ସୂଚନା ଦିଆଯାଇଛି ।

ସମ୍ପର୍କରେ ଲାଗିଲା ନିଆଁ, ଝିଆରିକୁ କକା ଦୁଷ୍କର୍ମ କରି ହାଜତରେ, ପଢନ୍ତୁ ପୂରା ଖବର…