ଅନୁଗୁଳ ନାକ୍‌ଚିରୁ ନିଖୋଜ ଓ ଜଗତସିଂହପୁରରେ ଠାବ ମହିଳାଙ୍କୁ ୬ଜଣ ଦୁଷ୍କର୍ମ କରିଛନ୍ତି- ଏସପି

ଅନୁଗୁଳ : ଗୁରୁବାର ରାତିରୁ କିଶୋରନଗର ନାକ୍‌ଚିରୁ ନିଖୋଜ ଥିବା ମହିଳାଙ୍କୁ ଜଗତସିଂପୁର ଟାଉନ୍‌ରେ ନିଜ ଭଉଣୀ ଘରେ ଠାବ କରାଯାଇଥିଲା । ମହିଳାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କରାଯାଇଥିଲା । ପ୍ରେସମିଟ୍ ମାଧ୍ୟମରେ ଏ ନେଇ ସ୍ପଷ୍ଟ କରିଛନ୍ତି ଅନୁଗୁଳ ଜିଲ୍ଲା ଏସପି ମିତ୍ରଭାନୁ ମହାପାତ୍ର। ଅନୁଗୁଳ ଏସ୍‌ପି କହିଛନ୍ତି,  ମହିଳା ୬ଜଣଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବା ଜଣାପଡ଼ିଛି। ଗିରଫ ଦୁଷ୍କର୍ମକାରୀଙ୍କ ନାମ ପିଲୁ ବେହେରା (୨୦), ସୁଜିତ ବେହେରା (୨୫) ଓ ନିଲମ ସାହୁ (୨୭) । ଅନ୍ୟ ଦୁଇଜଣ ଫେରାର ଅଛନ୍ତି।

ସେ କହିଛନ୍ତି ଯେ ଅନୁଗୁଳ ନାକଚିରୁ ନିଖୋଜ ହୋଇଯାଇ ଜଗତସିଂହପୁରରୁ ଠାବ ହୋଇଥିବା ମହିଳା ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଘଟଣା ଦିନ ମହିଳାଙ୍କୁ ଅପହରଣ କରି ପୁରୁଣାପାଣି ଜଙ୍ଗଲରେ ୬ ଜଣ ଗଣଦୁଷ୍କର୍ମ କରିଥିଲେ। ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବା ଜିଲ୍ଲା ଏସପି କହିଛନ୍ତି।

ଗତ ୩ ତାରିଖ ଦିନ ରାତି ପ୍ରାୟ ୧୦ଟା ସମୟରେ  ସ୍ୱାମୀ ଓ ଝିଅ ସହ ସମ୍ବଲପୁରରୁ କାରରେ କଟକ ଅଭିମୁଖେ ଆସୁଥିଲେ। ଏହି ସମୟରେ ସ୍ତ୍ରୀ ଅନୁଗୁଳ ନାକଚି ନିକଟରେ ପରିସ୍ରା କରିବାକୁ ଗାଡିରୁ ଓହ୍ଲାଇଥିଲେ । ମାତ୍ର ଶୌଚ ହେବାପାଇଁ କାରରୁ ପାଣି ବୋତଲ ନେବାକୁ ଭୁଲି ଯାଇଥିବାରୁ ମହିଳା ଜଣକ ପୁଣି କାର ନିକଟକୁ ଆସି ପାଣି ବୋତଲ ନେବା ସହ କାରଡୋର ପକାଇଲେ। ତେବେ କାରଡୋର ପଡିବା ଶୁଣି ସ୍ତ୍ରୀ କାର ଭିତରେ ବସିଗଲେ ବୋଲି ସ୍ୱାମୀ ଜଣର ଭାବିଥିଲେ। ଏହା ଚିନ୍ତା କରି ସ୍ୱାମୀ କାର ଚଲାଇ ଆଗକୁ ପଳାଇଥିଲେ। କିନ୍ତୁ ସେହିଠାରେ ସ୍ତ୍ରୀ ଜଣକ ରହିଯାଇଥିଲେ। ମାତ୍ର ଆଗ  ବଇଣ୍ଡା ଛକରେ ସ୍ୱାମୀ ଜଣକ ସ୍ତ୍ରୀ କାରରେ ନଥିବା ଜାଣିବାକୁ ପାଇଥିଲେ ଏବଂ ପୁନର୍ବାର ସ୍ତ୍ରୀଙ୍କୁ ଛାଡିଥିବା ଜାଗାକୁ ଯାଇ ବହୁତ ଖୋଜାଖୋଜି ପରେ ମଧ୍ୟ ସ୍ତ୍ରୀଙ୍କ ପାଇନଥିଲେ। ଶେଷରେ ନିରାଶ ହୋଇ ଘଟମା ପର ଦିନ ଅର୍ଥାତ ଶୁକ୍ରବାର ହଣ୍ଡପା ଥାନାରେ ସ୍ୱାମୀ ଜଣକ ଅଭିଯୋଗ କରିଥିଲେ।

କ୍ରମେ ହଣ୍ଡପା ପୋଲିସ ଏହି ନିଖୋଜ ଘଟଣାରେ ତଦନ୍ତ କରିବା ସହ ପ୍ରାଥମିକ ପର୍ଯ୍ୟାୟରେ କରି ୪ଜଣଙ୍କୁ ଥାନା ଏବଂ ସଂପୃକ୍ତ ମହିଳାଙ୍କ ସହ ସେମାନେ ଦୁଷ୍କର୍ମ କରିଥିବା ସ୍ୱୀକାର କରିଥିଲେ। ଅନ୍ୟପକ୍ଷେ ଘଟଣାର ତିନି ଦିନ ପରେ ଅର୍ଥାତ ଗତ ୭ ତାରିଖ ଦିନ ଏହି ମହିଳାଙ୍କୁ ଜଗତସିଂହପୁର ଅଞ୍ଚଳରୁ ଠାବ କରିବାରେ ସକ୍ଷମ ହୋଇଥିଲା ହୋଇଥିଲା ପୋଲିସ। ମହିଳା ଜଣକ ତାଙ୍କ ସଂପର୍କୀୟ ଘରେ ଥିବା ତାଳଚେର ଜିଆଇଜି ସୂଚନା ଦେଇଥିଲେ। ଘଟଣାରେ ପୋଲିସ ୪ଜଣଙ୍କୁ ଅଟକ ରଖି ପଚରାଉଚୁରା କରିବା ପରେ ଅଭିଯୁକ୍ତମାନେ ଦୁଷ୍କର୍ମ କରିଥିବା ସ୍ୱୀକାର କରିଥିଲେ। ତାଙ୍କୁ ଗିରଫ କରାଯାଇଥିବା ବେଳେ ଘଟଣାରେ ସଂପୃକ୍ତ ଅନ୍ୟ ଦୁଇ ଜଣଙ୍କୁ ଧରିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି।