ଆତଙ୍କବାଦୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଅନୁଭବ ମହାନ୍ତି, ଭିଡିଓ ହେଲା ଭାଇରାଲ

0
1

ଭୁବନେଶ୍ୱର, ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ରାଜ୍ୟସଭା ସାଂସଦ ତଥା ଓଡିଆ ଫିଲ୍ମ ଅଭିନେତା ଅନୁଭବ ମହାନ୍ତି । ଜାମ୍ମୁ କାଶ୍ମୀରକୁ ଏକ ଓଡିଆ ଫିଲ୍ମର ସୁଟିଂକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଥିବା ଜଣା ପଡିଛି । ଓଡିଆ ଫିଲ୍ମ ପ୍ରେମ କୁମାରର ସୁଟିଂ ପାଇଁ କାଶ୍ମୀରର ଖାର୍ଲିକୁ ଯାଇଥିଲେ ଅନୁଭବ ମହାନ୍ତି ।
ସୁଚନାରୁ ପ୍ରକାଶ, କାଶ୍ମୀରରୁ ସୁଟିଂ ସାରି ଗାଡିରେ ଫେରୁଥିବା ବେଳେ ବାରମୂଳା ଅଞ୍ଚଳରେ ଦୁଇ ଜଣ ଆତଙ୍କବାଦୀ ଜାତୀୟ ରାଜପଥ ଉପରେ ଗୁଳି ଚଳାଇଥିଲେ । ମାତ୍ର କିଛି ମିନିଟ ପୂର୍ବରୁ ଘଟଣା ସ୍ଥଳରୁ ପଳାଇଆସିଥିଲା ଅନୁଭବଙ୍କ ଗାଡି । ତେବେ ଆତଙ୍କବାଦୀଙ୍କୁ ପୋଲିସ ପାଲଟା ଜବାବ ଦେବା ବେଳେ ସେହି ରାସ୍ତାରେ କିଛି ସମୟ ପାଇଁ ଋଣକ୍ଷେତ୍ର ପାଲଟି ଯାଇଥିଲା । ଅନ୍ୟପଟରେ ଅନୁଭବଙ୍କ ଗାଡିର ବ୍ରେକ ଫେଲ ମଧ୍ୟ ହୋଇଯାଇଥିଲା । କିନ୍ତୁ ପରେ ଡ୍ରାଇଭର ଗାଡିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲା । ପରେ ସୁରକ୍ଷିତ ଭାବରେ ସେ ଦିଲ୍ଲୀକୁ ଫେରି ଆସିଥିଲେ ।

ତେବେ ଅନୁଭବ ମହାନ୍ତି ନିଜେ ଏହି ସମସ୍ତ ଘଟଣା ବିଷୟରେ କହିଛନ୍ତି ଯେ, ଜଗନ୍ନାଥଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ, ଆପଣଙ୍କ ଭଲ ପାଇବା ଏତେ ଅଛି, ପ୍ରକୃତରେ କୌଣସି ପ୍ରକାରର ମୋର ଦୁର୍ଘଟଣା ଘଟିବ ନାହିଁ । ସବୁଠୁ ବଡ କଥା ହେଲା ଆମେ ସାନ ବେଳଠୁ ସବୁଠୁ ବେଶୀ ମାନୁଥିବା ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରିଆସିଥିଲୁ । ଦିଲ୍ଲୀରେ ମହାପ୍ରଭୁଙ୍କ ଜଗନ୍ନାଥଙ୍କ ଦର୍ଶନ କରିଆସିଥିଲୁ । ଆମେ ତାଙ୍କୁ ଜଣାଇକି ଯାଇଥିଲୁ । କି ପ୍ରଭୁ ଆମେ ଯାଉଛୁ ଆପଣଙ୍କୁ ଲାଗିଲା , ଆମେ କିପରି ଭଲରେ ଭଲରେ କାମ ସାରି ଫେରିବୁ । ଆଉ ପ୍ରକୃତରେ ତାଙ୍କର ମହିମା ତାଙ୍କର ଆର୍ଶୀବାଦ ଯେ ଗୋଟିଏ ପରସେଣ୍ଟର କାହାରି କିଛି ହୋଇନାହିଁ । ଆମ ଟେକ୍ନିସିଆନ, କ୍ରୁ ଟିମ ସମସ୍ତେ ଭଲରେ ଯାଇ ପହଁଞ୍ଚିଛୁ । ଆମ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇନୁ । ଯଦି ମୋର କିଛି ହୋଇପାରିଥନ୍ତା ତେବେ ବହୁତ କିଛି ହୋଇପାରିଥାନ୍ତା । ତେଣୁ ଓଡିଆ ଚ୍ୟାନେଲ ମାଧ୍ୟମରେ ମୋର ସମସ୍ତ ଦର୍ଶକଙ୍କୁ ଜଣାଉଛି ଯେ ମୁଁ ସୁରକ୍ଷିତ ଅଛି । ବିଭିନ୍ନ ଗଣମାଧ୍ୟମରୁ ମଧ୍ୟ ଫୋନ ଆସିଥିଲା । ତାପରେ ମୁଁ ଗଣ ମାଧ୍ୟମକୁ ଜଣାଇଥିଲି କି ଜମା ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣମାନଙ୍କ ଭଲପାଇବା , ସ୍ନେହ, ଆର୍ଶୀବାଦ ଏବଂ ଜଗନ୍ନାଥଙ୍କ ଆର୍ଶୀବାଦ ଅଛି । କିଛି ହୋଇନି କି ହବ ବି ନାହିଁ ।
ପ୍ରେମ କୁମାର ସୁଟିଂରେ ମୋର ବହୁତ ଅନୁଭୂତି ହୋଇଛି । ଫିଲ୍ମଟି ଜବରଦସ୍ତ ହେଉ ବୋଲି ମୁଁ ଆଶା କରୁଛି । କାଶ୍ମୀର ବହୁତ ସୁନ୍ଦର , ସେଠାକାର ଲୋକେ ମଧ୍ୟ ବହୁତ ଭଲ । ଭଗବାନଙ୍କୁ ଡାକୁଛି ସେଠି କାହାକୁ କେବେ କୌଣସି ଆତଙ୍କବାଦୀ ଆକ୍ରମଣ ନ କରନ୍ତୁ । କାଶ୍ମୀରଙ୍କ ଯବାନଙ୍କୁ ମଧ୍ୟ ସଲାମ କରୁଛି ବୋଲି ଅନୁଭବ ମହାନ୍ତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here