You are here
Home > ଲାଟେଷ୍ଟ > ସ୍ୱାସ୍ଥ୍ୟସେବା ପାଇଁ ମାଲକାନଗିରି ସ୍ୱାସ୍ଥ୍ୟକର୍ମୀ ଅନୀତା ପାଇଲେ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର

ସ୍ୱାସ୍ଥ୍ୟସେବା ପାଇଁ ମାଲକାନଗିରି ସ୍ୱାସ୍ଥ୍ୟକର୍ମୀ ଅନୀତା ପାଇଲେ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର

ଭୁବନେଶ୍ୱର  : ମାଲକାନଗିରି କାଲିମେଳା ବ୍ଲକ ଦୁର୍ଗମ ମୁଜାଖାଲ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ଅନୀତା ପରିଡ଼ା ୨୦୧୮ ମସିହାର ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ ପୁରସ୍କାର ପାଇଛନ୍ତି । ଆଜି ନୂଆଦିଲ୍ଲୀର ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୀତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି  ।

। ଅନୀତା ନିଜ ଜୀବନକୁ ବାଜି ଲଗାଇ ବିଗତ ୧୬ ବର୍ଷ ଧରି ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟସେବା ପ୍ରଦାନ କରିଆସୁଛନ୍ତି । କାଲିମେଳା ବ୍ଲକ ଚିତ୍ରାଙ୍ଗପାଲୀ ପଂଚାୟତର ମୁଜାଖାଲ ଉପକେନ୍ଦ୍ର ଅନୀତାଙ୍କ କର୍ମସ୍ଥଳ । ଏଠାକୁ ରାସ୍ତା ନାହିଁ । ଅନୀତା ଏଭଳି ଏକ ଉପକେନ୍ଦ୍ରରେ ସଦାସର୍ବଦା ଉପସ୍ଥିତ ରହି ଆନୁଷ୍ଠାନିକ ପ୍ରସବକୁ ଶତପ୍ରତିଶତରେ ପହଂଚାଇଛନ୍ତି । ଟୀକାକରଣରେ ତାଙ୍କ କେନ୍ଦ୍ର ୭୪ ପ୍ରତିଶତ ସଫଳତା ପାଇଥିବାବେଳେ ଗର୍ଭବତୀ ମହିଳାଙ୍କ ପଞ୍ଜିକରଣରେ ୮୫ ପ୍ରତିଶତ ସଫଳତା ମିଳିଛି । ଜନଗଣଙ୍କୁ ସେବା ତାଙ୍କୁ ଆଗକୁ ବଢିବାରେ ପ୍ରେରଣା ଦେଇଥାଏ ବୋଲି କହନ୍ତି ଅନୀତା ।  ଅନୀତାଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଶୁଭେଛା ଜଣାଇଛନ୍ତି  । ନିଜ ଶୁଭେଛାରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ନିଜ ନିସ୍ୱାର୍ଥ ପର ସେବା ଲାଗି ଅନୀତା ଅନ୍ୟମାନଙ୍‍କ ଉଦାହରଣ ପାଲଟିଛନ୍ତି  ।

Loading...
ONA

Leave a Reply

Top