ମଲ୍ଲାଇକା ଓ ଅର୍ଜୁନଙ୍କ ସମ୍ପର୍କକୁ ନେଇ ଅନିଲ କପୁର ରଖିଲେ ପ୍ରତିକ୍ରିୟା, ପଢନ୍ତୁ ଏହି ଖବରରେ ….

https://www.facebook.com/nnsodia/videos/267154983995629/?t=5

ମୁମ୍ବାଇ : ବଲିଉଡରେ ବର୍ତ୍ତମାନ ଅର୍ଜୁନ କପୁର ଓ ମଲ୍ଲାଇକା ଅରୋରାଙ୍କ ପ୍ରେମକୁ ନେଇ ଚର୍ଚ୍ଚା ଜୋର ଧରିଥିବାର ସୂଚନା ମିଳୁଛି । ତେବେ ତାଙ୍କ ଏହି ସମ୍ପର୍କକୁ ନେଇ ଚାରି ଆଡେ ଚର୍ଚ୍ଚା ଧରିଥିବାବେଳେ ନିଜେ ଅର୍ଜୁନ ଓ ମଲ୍ଲାଇକା କିଛି ମୁହଁ ଖୋଲି ନଥିବା ଦେଖିବାକୁ ମିଳୁଛି । କିନ୍ତୁ ଅର୍ଜୁନ ଏହି ବର୍ଷ ବିବାହ କରିବେ ବୋଲି ଗଣମାଧ୍ୟମକୁ ପୂର୍ବରୁ ସୂଚନା ଦେଇ ସାରିଛନ୍ତି । ସପେଟେ କିଛି ଦିନ ପୂର୍ବରୁ ଉଭୟ ମଲ୍ଲାଇକା ଏବଂ ଅର୍ଜୁନ ମୁମ୍ବାଇର ଲୁନାବଲା ଠାରେ ମିଶି କରି ଏକ ଫ୍ଲାଟ କିଣିଥିବା ସୂଚନା ମିଳିଥିଲା । ତେବେ ପବ୍ଲିକଲି ଆନାଉସ କରିନଥିବା ଏହି ଦୁଇ ଯୋଡି ଲୁଚିଲୁଚି ପ୍ରେମ କରୁଥିବା ଅନେକ ସ୍ଥାନରେ ଦେଖିବାକୁ ମିଳୁଛି । ତେବେ ଉଭୟଙ୍କ ଭିତରେ ଥିବା ବୟସ ପାର୍ଥକ୍ୟ ଓ ମଲ୍ଲାଇକାଙ୍କ ପୂର୍ବରୁ ବିବାହିତ ହୋଇଥିବା ବେଳେ ତାଙ୍କର ଏହି ସମ୍ପର୍କକୁ ପରିବାର ଲୋକେ କିପରି ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ସେପଟେ ଏହି ଲୁଚକାଳି ସମ୍ପର୍କ ବିଷୟରେ ଅର୍ଜୁନଙ୍କ କକା ଅର୍ଥାତ୍ ଅନିଲ କପୁରଙ୍କୁ ମଧ୍ୟ ପଚରାଯାଇଛି । ସେ ଏହାର ଉତ୍ତରରେ କହିଥିଲେ ମୁଁ ଅର୍ଜୁନଙ୍କୁ ବହୁତ ଭଲ ପାଏ । ତା ଭଲପାଇବାକୁ ମୁଁ ସବୁବେଳେ ସମ୍ମାନ ଦିଏ । ସିଏ ଯାହାକୁ ବାହା ହେବ ସେଥିରେ ମୁଁ ରାଜି । କାହିଁକି ନାଁ ତା ଖୁସିରେ ମୁଁ ଖୁସି ବୋଲି କକା ଅନିଲ କପୁର କହିଛନ୍ତି । ତେବେ କକା ଅନିଲଙ୍କ ଠାରୁ ଗ୍ରିନ ସିଙ୍ଗନାଲ ମିଳିବା ପେର ବାକି ରହିଲା ପରିବାରର ଅନ୍ୟ ସଦସ୍ୟଙ୍କ ଠାରୁ ଗ୍ରିନସିଗନାଲ କେତେ ମାତ୍ରାରେ ମିଳୁଛି ।

 

ମତାମତ ଦିଅନ୍ତୁ

Please enter your comment!
Please enter your name here