ଅମିତଙ୍କ ଶାହଙ୍କ ଟ୍ୟୁସନ : ରଥ ଯାତ୍ରା ପୂର୍ବରୁ ପ୍ରତି ପରିବାରକୁ ଯାଅ ସଂପର୍କ ସେ ସମର୍ଥନ କାମ ସାର

ଭୁବନେଶ୍ବର : ବୁଥ ଛାଡ ଏଥର ପ୍ରତି ପରିବାରରେ ପହଁଚି  ସଂପର୍କ ଯୋଡ ଓ ଲୋକ ସମର୍ଥନ ନିଅ । ବିଜେପି ମିଶନ ୧୨୦ ପ୍ଲସକୁ ସଫଳ ରୂପ ଦେବାକୁ ଓଡିଶାରେ ଏମିତି ଗୁରୁ ମନ୍ତ୍ର ଦେଇଛନ୍ତି  ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ । ରାଜ୍ୟ କାର୍ଯ୍ୟାଳୟରେ  ତୁହାକୁ ତୁହା ବୈଠକ କରି ଦଳର ସାଙ୍ଗଠନିକ ସ୍ଥିତି ପରଖିଛନ୍ତି । ୫ଟି ଦଫାରେ କବାଟକିଳା ବୈଠକରେ ଜିଲ୍ଲା ପ୍ରଭାରୀ,ବିସ୍ତାରକ,ସୋସିଆଲ ମିଡିଆଟିମ ସହଆଲୋଚନା କରିଛନ୍ତି । ଏହା ସହ ପଞ୍ଚାୟତ ପ୍ରତିନିଧି ବା  ଶକ୍ତିକେନ୍ଦ୍ରର ପ୍ରମ୍ମୁଖଙ୍କ ଠାରୁ ଶକ୍ତି ପରଖିବାପରେ ୨୦୧୯ ଲାଗି ରଣନିତୀ କରିଛନ୍ତି ଶାହ ।

ପ୍ରତି ପରିବାରକୁ ଯାଅ । ଲୋକଙ୍କ ସହ ସଂପର୍କ ଯୋଡ ।   ସବୁ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଯୋଜନା ସଂପର୍କରେ ବୁଝାଅ । ତାହାହିଁ ହେଉଛି ବିଜେପିର ଭୋଟ । ତେଣୁ ରଥ ଯାତ୍ରା ପୂର୍ବରୁ ସଂପର୍କ ସେ ସମର୍ଥନ କାର୍ଯ୍ୟକ୍ରମ ସାରିବାକୁ ଶକ୍ତିକେନ୍ଦ୍ର ବା ପଞ୍ଚାୟତ ପ୍ରମୁଖ ଓ ସହ ପ୍ରମ୍ମୁଖ ମାନଙ୍କୁ ଟାର୍ଗେଟ ଦେଇଛନ୍ତି ବିଜେପିର ରାଷ୍ଟ୍ରିୟ ଅଧ୍ୟ ଅମିତ ଶାହ । ଏହା ସହ ୨୦୧୯ରେ ବିଜେପିର ମିଶନ ୧୨୦ ପ୍ଲସ ସଫଳ କରିବାକୁ ଶାହ ଦେଇଛନ୍ତି ଗୁରୁମନ୍ତ୍ର । ବୁଥ ସ୍ତରରେ ପ୍ରତି ଲୋକଙ୍କ ପାଖରେ ପହଁଚିବାକୁ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ଅମିତ । ଏହା ସହ କଂଗ୍ରେସକୁ ୬୦ ବର୍ଷର ଦେଶ ଶାସନରେ ବିଫଳତା କଥା କହି ରାହୁଲଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ରତ୍ମଭଣ୍ଡାର ଚାବି ହଜିବା ସହ ବିଜେଡି ସରକାରକୁ ଫେରିବା ଚାବି ହଜାଇ ସାରିଛି ବୋଲି କର୍ମୀଙ୍କୁ କହି ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଁଚାଇବାକୁ ସନ୍ଦେଶ ଦେଇଛନ୍ତି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ।

ମୋଦି ସରକାରଙ୍କର ଗରୀବ କଲ୍ୟାଣ ଯୋଜନା ଓଡିଶାର ଘରେ ଘରେ ପହଂଚିବା ପାଇଁ ପର୍ଯ୍ୟପ୍ତ ଅର୍ଥ ଯୋଗାଇ ଦିଆ ଯାଉଛି । ଓଡିଶାରେ ପାନୀୟ ଜଳ ହେଉ, ଘରେ ଘରେ ବିଜୁଳି, ଚାଷୀଙ୍କୁ ଫସଲ ବୀମା, ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ କେନ୍ଦ୍ର ସରକାରଙ୍କ ସବୁ ଯୋଜନାର ସୁଫଳ ପାଇବାରୁ ସାଧାରଣ ଲୋକ ମାନେ ବଂଚିତ ହେଉଛନ୍ତି । ଗୋଟିଏ ପଟେ ମୋଦି ସରକାରର ଗରୀବ କଲ୍ୟାଣ ଯୋଜନା ପାଇଁ ଐତିହାସିକ ସହାୟତା ଅପର ପକ୍ଷରେ ରାଜ୍ୟରେ ଏକ ସ୍ଥାଣୁ ଓ ଅପାରଗ ସରକାର ଚାଲିଛି । ବିଭିନ୍ନ ବୈଠକରେ କେନ୍ଦ୍ର ସରକାରଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ଲୋକ ମାନଙ୍କ ପାଖକୁ ନେବା ପାଇଁ ଶ୍ରୀ ଶାହା ଆହ୍ୱାନ ଜଣାଇଛନ୍ତି । ଜନ ଆକାଂକ୍ଷା ପୂରଣ କରିବା ପାଇଁ ବିଜେପିର କାର୍ଯ୍ୟକର୍ତା ମାନେ ଲୋକ ମାନଙ୍କ ସହ ମିଶି ଜନ ସମ୍ପର୍କ ଓ ଜନ ସଂଘର୍ଷ ଆଧାରରେ ଯୋଜନାବଦ୍ଧ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଶ୍ରୀ ଶାହ ଆହ୍ୱାନ କରିଛନ୍ତି । ଶ୍ରୀ ଶାହ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ଚାବିକୁ ସୁରକ୍ଷା ଦେବାରେ ବିଫଳ ରାଜ୍ୟ ସରକାର ସାଢେ ଚାରି କୋଟି ଓଡିଆଙ୍କୁ କି ସୁରକ୍ଷା ଦେବେ ବୋଲି ପ୍ରଶ୍ନ କରିଛନ୍ତି । ୧୮ ବର୍ଷର ଶାସନ ପରେ ୩୬ ପ୍ରତିଶତ ଘରେ ବିଜୁଳି ନ ପହଂଚିବା କି ପ୍ରକାର ପ୍ରଶାସନ ବୋଲି ସେ କହିଛନ୍ତି । ଯଦି ଗ୍ରାମୀଣ ଓଡିଶାରେ ଦୁଇ ପ୍ରତିଶତ ଘରେ ଶୁଦ୍ଧ ପାଇପ ପାଣି ପହଂଚିଛି ଏହା କି ପ୍ରକାର ଜନ ମଙ୍ଗଳ ବୋଲି ଶ୍ରୀ ଶାହା କହିଛନ୍ତି ।
ଅପର ପକ୍ଷରେ ଦେଶରେ ଏକ ଶାସନ ଅଛି ଯିଏ ବିକାଶକୁ ଘରେ ଘରେ ପହଂଚାଇବା ପାଇଁ ଯୋଜନା ସହ ଅର୍ଥ ଓ ରାଜନୈତିକ ଇଚ୍ଛାଶକ୍ତି ସହ କାମ କରିଛି । ଗରୀବ ଘରେ ପାଇଖାନା ହେଉ ଅଥବା ଗରୀବ ମା ଘରେ ସ୍ୱଚ୍ଛ ଇନ୍ଧନ । ମୋଦି ସରକାରରେ ଗରୀବ ଘରେ ସିଧା ସିଧା ବିକାଶର ଫଳ ସବକା ସାଥ ସବକା ବିକାଶର ମନ୍ତ୍ରର ଆଧାରରେ ପହଂଚାଇବା ପାଇଁ ଚେଷ୍ଟା କରା ଯାଇଛି ବୋଲି ଶ୍ରୀ ଶାହା କହିଛନ୍ତି ।
ଓଡିଶାର ସାଧାରଣ ଗରୀବ ଲୋକ ମାନଙ୍କୁ ଦେଶର ବିକାଶରେ ସଠିକ ଭାବେ ସାମିଲ କରିବାକୁ ହେଲେ ଓଡିଶାରେ ବି ବିଜେପି ଶାସନ ପ୍ରତିଷ୍ଠା କରିବାକୁ ହେବ । ଏହା ଓଡିଶାର ଲୋକଙ୍କର ଇଚ୍ଛା ଓ ବିଜେପି କାର୍ଯ୍ୟକର୍ତାଙ୍କର କଠିନ ପରିଶ୍ରମ ଆଧାରରେ ହିଁ ସମ୍ଭବ ହୋଇ ପାରିବ ବୋଲି ଶ୍ରୀ ଶାହା କହିଛନ୍ତି ।

 ମୋଦି ଶାସନରେ ବିକାଶର କଥାକୁ ଲୋକମାନଙ୍କ ପାଖରେ ପହଂଚାନ୍ତୁ କାର୍ଯ୍ୟକର୍ତା
 ରାଜ୍ୟର ସ୍ଥାଣୁ, ଅପାରଗ ଓ ଦୁର୍ନୀତିଗ୍ରସ୍ତ ସରକାର ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବାକୁ କଲେ ଆହ୍ୱାନ
 ଜନ ସମ୍ପର୍କ ଓ ଜନ ସଂଘର୍ଷ ଆଧାରରେ ଶକ୍ତି ବୃଦ୍ଧି ପାଇଁ ଦେଲେ ବାର୍ତା
 ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ ସହ ରାଜ୍ୟ କାର୍ଯ୍ୟାଳୟକୁ ବିରାଟ ପଟୁଆରରେ ଅଣାଗଲା

ଭୁବନେଶ୍ବରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପହଁଚିବାପରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ  ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ତାଙ୍କୁ ସ୍ବାଗତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ସମେତ  ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଏହା ପରେ ବାଇକ ଶୋଭାଯାତ୍ରାରେ ରାଜ୍ୟ କାର୍ଯ୍ୟାଳୟକୁ  ଅମିତ ଶାହାଙ୍କୁ ନିଆଯାଇଥିଲା । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିଲା ତୁହାକୁ ତୁହା କବାଟକିଳା ବୈଠକ  । ପ୍ରଥମେ ୨୧ଟି ଲୋକସଭା ନିର୍ବାଚ ମଣ୍ଡଳୀର ପାଳକ ବା ପ୍ରଭାରୀ ମାନଙ୍କୁ ଟ୍ୟୁସନ କରିଥିଲେ ଶାହ । ପ୍ରଭାରିଙ୍କୁ ଦେଇଥିବା ଟାକ୍ସ ଆଦାୟ କରିଥିଲେ ।ଏହାପରେ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୟୁପି ଫର୍ମୁଲାରେ କାମ କରୁଥିବା ଦଳର ବିସ୍ତାରଙ୍କ ସହ ଓ୍ବାନଟୁ ଓ୍ବାନ କଥା ହୋଇଥିଲେ । ପୁରୀ, ଭୁବନେଶ୍ବର ଏବଂ କଟକ ଲୋକସଭା ନିର୍ବାଚନ ମଣ୍ଡଳୀର ୨୧ ବିଧାନସଭା ନିର୍ବାଚନୀମଣ୍ଡଳୀ ଅନ୍ତର୍ଗତ ସମସ୍ତ ପଞ୍ଚାୟତରୁ ଆସିଥିବା ଦଳର ଶକ୍ତିକେନ୍ଦ୍ର କୁହାଯାଉଥିବା ପଞ୍ଚାୟତ ପ୍ରମ୍ମୁଖ ଓ ସହ ପ୍ରମ୍ମୁଖ ମାନଙ୍କୁ ମନ୍ତ୍ର ଦେଇଥିଲେ ବିଜେପି ଚାଣକ୍ୟ ଅମିତ । ଏହା ପରେ ସୋସିଆଲ ମିଡିଆ ମ୍ୟାନେଜ ମେଣ୍ଟର ବ୍ଲୁ ପ୍ରିଣ୍ଟ କରିବା ସହ୨୦୧୯ ନିର୍ବାଚନ ଲାଗି ପରିଚାଳନା କମିଟି ସହ ନିର୍ବାଚନ ପ୍ରସୁତିର ଡୁଡାନ୍ତ ରୂପ ରେଖ ପ୍ରସ୍ତୁତି କରି ପୁଣି ଟାକ୍ସ ଦେଇଛନ୍ତି ।ଆଉ ଏହା ହିଁ ବିଜେପି ସରକାର ଗଢିବାର ଫର୍ମୁଲା ହେବ ବୋଲି ଆଶା କରିଛନ୍ତି ଦଳର ନେତା ଓ କର୍ମୀ । ପୂର୍ବ ଭାରତ ଦଖଲ ଯୋଜନା କରିଥିବା ବିଜେପିର ରାଷ୍ଟ୍ରିୟ ଅଧ୍ୟକ୍ଷ ପଶ୍ଚିମବଙ୍ଗ ଓ ମଣିପୁରରେ ଦଳର ରଣନୀତି ପ୍ରସ୍ତୁତ କରିବା ପରେ ଓଡିଶାରେ ଶାସନ ଗାଦି ହାତେଇ ବାକୁ ବ୍ଲୁ ପ୍ରିଣ୍ଟି ପ୍ରସ୍ତୁ କରିଛନ୍ତି ।ହେଲେ ଏହାର କେତେ ସଫଳ ହେବ ତାହା ୨୦୧୯ ନିର୍ବାଚନ ଫଳା ପଳ କହିବ ।

 

LEAVE A REPLY

Please enter your comment!
Please enter your name here