ମୋଦି ପୁରୀରୁ ପ୍ରାର୍ଥୀ ହେବେ ଗଣମାଧ୍ୟମରେ ଚର୍ଚ୍ଚା , ଅମିତ୍‌ ଶାହାଙ୍କ ଅସ୍ବୀକାର

2

ଭୁବନେଶ୍ୱର:୨୦୧୯ରେ ମୋଦି ପୁରୀରୁ ଲୋକସଭା ପ୍ରାର୍ଥୀ ହେବେ ବୋଲି ଗଲା କିଛି ଦିନ ଧରି କିଛି ଜାତୀୟ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ଚାଲିଥିଲା ତାହାକୁ ଆଜି ଖଣ୍ଡନ କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା । କହିଥିଲେ ପ୍ରଧାନମନ୍ତ୍ର ସାରା ଦେଶରେ ବୁଲୁଛନ୍ତି । ତେବେ ୨୦୧୯ରେ ସେ କେଉଁ ସ୍ଥାନରୁ ପ୍ରାର୍ଥୀ ହେବେ  ପାର୍ଟି ଲେବୁଲରେ ତାହା ଏବେ ସ୍ଥିର ହୋଇନାହିଁ । ତେଣୁ ଏଭଳି ଚର୍ଚ୍ଚାର କୌଣସି ମତଲବ ନାହିଁ ବୋଲି କହିଥିଲେ ଅମିତ୍‌ ଶାହା । ୨୦୧୪ରେ  ଉତ୍ତରପ୍ରଦେଶ ବାରଣାସୀରୁ ନିର୍ବାଚନ ଲଢ଼ିଥିବା ମୋଦି ବାବା ବିଶ୍ବନାଥଙ୍କ ଆଶୀର୍ବାଦ ପାଇ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ୨୦୧୯ରେ ସେ ଜଗନ୍ନାଥଙ୍କ ଆଶୀର୍ବାଦ ପାଇଁ ପୁରୀରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି କିଛି ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଥିଲା । ହେଲେ ଅମିତ୍‌ ଶାହାଙ୍କ ଅସ୍ବୀକାର ପରେ ପୁରୀ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି ।

LEAVE A REPLY

Please enter your comment!
Please enter your name here