୨୯ରେ ଆସିବେ ଶାହ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆସନ୍ତା ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ । ସେ ଗତ ୧୮ ତାରିଖରେ ଆସିବାର ଥିଲା । କିନ୍ତୁ ଅସୁସ୍ଥତା କାରଣରୁ ସେ ଆସିପାରି ନ ଥିଲେ । ତାଙ୍କ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଥିଲା । ସେ ୨୯ରେ ଆସି କଟକ ଜିଲ୍ଲା ସାଲେପୁର କୁଳିଅଣାଠାରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରେ ଦଳୀୟ ନେତା ଓ ପଦାଧିକାରୀମାନଙ୍କୁୂ ଆସନ୍ତା ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେବେ । ଶାହଙ୍କ ଗସ୍ତ ପରିବର୍ତ୍ତନ ସମ୍ପର୍କରେ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।

ମୋଦିଙ୍କୁ ପୁରୀରୁ ଲଢ଼ିବାକୁ ରାଜ୍ୟ ବିଜେପିର ପ୍ରସ୍ତାବ