ବିଜେଡିର ଅମର ପଟ୍ଟନାୟକ

https://www.facebook.com/nnsodia/videos/267154983995629/?t=5

ସର୍ବଭାରତୀୟ ସେବା ଅଫିସର୍ ଅମର ପଟ୍ଟନାୟକ କୁଆଡ଼େ ଏବେ ବିଜେଡିର ଥିଙ୍କ୍ଟ୍ୟାଙ୍କ୍ ପାଲଟିଛନ୍ତି । ଚର୍ଚ୍ଚା ହେଉଛି, ଓଡ଼ିଶାର ଆକାଉଂଟାଟ୍ ଜେନେରାଲ ଥିବା ନିଇତି ନବୀନ ପଟ୍ଟନାୟକ ସରକାରଙ୍କୁ ଭର୍ତ୍ସନା କରୁଥିବା ତଥା ଅନେକ ଜାଲିଆତିକୁ ପଦାରେ ପକାଇଥିବା ଶ୍ରୀ ପଟ୍ଟନାୟକ ଏବେ କୁଆଡ଼େ ବିଜେଡିର ପରାମର୍ଶଦାତା ପାଲଟିଛନ୍ତି । ବାବୁ ଏବେ କୁଆଡ଼େ ସ୍ୱେଚ୍ଛାକୃତ ଅବସର ନେଇ ବିଜେଡିକୁ ସୋସିଆଲ ମିଡିଆରେ ଅଧିକ ଲୋକପ୍ରିୟ କରାଇବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଆଉ ବାବୁଙ୍କୁ ଏଥିରେ ଦଳର ମୁଖପାତ୍ର ଡଃ ସସ୍ମିତ ପାତ୍ର କୁଆଡ଼େ ସହଯୋଗ କରୁଛନ୍ତି । ଚର୍ଚ୍ଚା ହେଉଛି, ଅମର କୁଆଡ଼େ ବିଜେଡି ଟିକେଟ୍ରେ ରାଜ୍ୟସଭା ଯିବା ପାଇଁ ସ୍ଥିର ହୋଇଥିଲା କିନ୍ତୁ ଶେଷ ମୁହୂର୍ତରେ ଅଚ୍ୟୁତ ସାମନ୍ତଙ୍କ ଏଂଟ୍ରି ହିଁ ତାଙ୍କ ନିମନ୍ତେ କାଳ ହେଲା । ଆଉ ସେ ରାଜ୍ୟସଭା ପ୍ରାର୍ଥୀ ହେବାରୁ ବଂଚିତ ହେଲେ । ମାତ୍ର ଏବେ ତାଙ୍କୁ କୁଆଡ଼େ ଦଳର ସାଂସଦ ଭାବେ ଦିଲ୍ଲୀ ପଠାଇବାକୁ କ୍ଷମତାକେନ୍ଦ୍ରରୁ ପ୍ରତିଶ୍ରୁତି ମିଳିଛି । ଆଉ ସେହି ଆଶାରେ ବାବୁ କୁଆଡ଼େ ସରକାରୀ ଚାକିରି ଛାଡ଼ି ଦଳର ସୋସିଆଲ ମିଡିଆ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ଆଠ ନମ୍ବର ଅଂଚଳରେ ଏକ ବୃହତ୍ କୋଠାରେ ଏବେ ସେମାନେ ନିଜର କାର୍ଯ୍ୟ କରୁଥିବା ଚର୍ଚ୍ଚା ।

ମତାମତ ଦିଅନ୍ତୁ

Please enter your comment!
Please enter your name here