ରାଜନୀତରେ ଲମ୍ଫ ମାରିଲେ ଟଲିଉଡର କମେଡିଆନ ଅଲ୍ଲୀ

ହାଇଦ୍ରାବାଦ: ରାଜନୀତିକୁ ଗୋଟେ ପରେ ଗୋଟେ ଅଭିନେତା ଲମ୍ଫ ମାରୁଥିବାର ଦେଖିବାକୁ ମିଳୁଛି | ତେବେ କେବଳ ବଲିଉଡରେ ନୁହେଁ ଟଲିଉଡରେ ମଧ୍ୟ ଅନେକ ଅଭିନେତା ରାଜନୀତିକୁ ଲମ୍ଫ ମାରୁଥିବାର ଦେଖିବାକୁ ମିଳୁଛନ୍ତି | ତେବେ ଏହି ଲାଇନରେ ଦକ୍ଷିଣ ଭାରତୀୟ ସିନେମାର ପ୍ରସିଦ୍ଧ କମେଡିଆନ୍‌ ଅଲ୍ଲୀ ମଧ୍ୟ ପଛରେ ନାହାନ୍ତି | ସେ ମଧ୍ୟ ରାଜନୀତିରେ ପ୍ରବେଶ କରୁଥିବାର ଖବର ମିଳିଛି । ସେ ଆନ୍ଧ୍ରପ୍ରଦେଶରେ ଓ୍ଵାଇ ଏସ୍‌ ଆର୍‌ କଂଗ୍ରେସ ପାର୍ଟିରେ ଯୋଗ ଦେଇଛନ୍ତି। ଅଲ୍ଲୀ ଗତକାଲି ହାଇଦ୍ରାବାଦରେ ଦଳର ଅଧ୍ୟକ୍ଷ ଜଗନମୋହନ ରେଡିଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ଦଳରେ ଯୋଗଦେବା ମାତ୍ରେ ଆଗାମୀ ଲୋକସଭା ନିର୍ବାଚନରେ ଅଲ୍ଲୀ ଓ୍ଵାଇଏସ ଆର କଂଗ୍ରେସର ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି । ଅଲ୍ଲୀ ରାଜମନ୍ଦ୍ରୀର ଅଧିବାସୀ ହୋଇଥିବା ହେତୁ ଦଳ ତାଙ୍କୁ ସେଠାରୁ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି । ଠିକ୍‌ ସେହିପରି ଜଣାଶୁଣା ତେଲୁଗୁ ଅଭିନେତ୍ରୀ ଜୟସୁଧା ମଧ୍ୟ ଓ୍ଵାଇ ଏସ ଆର ସିପିରେ ମଧ୍ୟ ଯୋଗ ଦେଇଛନ୍ତି । ସେ କଂଗ୍ରେସ ଛାଡି ଓ୍ଵାଇ ଏସ ଆର ସିପିରେ ଯୋଗ ଦେଇଥିବା ଜଣାଯାଇଛି । ତେବେ ଦଳ ତାଙ୍କୁ କେଉଁଠାରୁ ପ୍ରାର୍ଥୀ କରିବ,ତାହା ଜଣା ପଡିନାହିଁ । କିନ୍ତୁ ଜୟସୁଧା ଆଗାମୀ ଲୋକସଭା ନିର୍ବାଚନରେ ଓ୍ଵାଇଏସ ଆର କଂଗ୍ରେସର ପ୍ରାର୍ଥୀ ହେବେ ନାହିଁ ବୋଲି ଚର୍ଚ୍ଚା ହେଉଛି ।

ପୁଣି ଫେରିବେ ସିଦ୍ଧୁ ‘ଦି କପିଲ ଶର୍ମା ଶୋ’କୁ !