You are here
Home > ଇଣ୍ଡିଆ > ମାଲାୟଲମ ଭାଷାଭାଷୀ ମାନଙ୍କର କଠିନ ପରିଶ୍ରମ ପାଇଁ  ଦେଶ ବିଦେଶରେ ସ୍ୱତବ ସ୍ଥାନ ସୃଷ୍ଟି କରି ପାରିଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

ମାଲାୟଲମ ଭାଷାଭାଷୀ ମାନଙ୍କର କଠିନ ପରିଶ୍ରମ ପାଇଁ  ଦେଶ ବିଦେଶରେ ସ୍ୱତବ ସ୍ଥାନ ସୃଷ୍ଟି କରି ପାରିଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ମାଲାୟଲମ ଓ ଓଡିଆ ସଂସ୍କୁତି ମଧ୍ୟରେ ବହୁତ ସମାନତା ରହିଛି । ସେ ସାଂସ୍କୁତିକ କ୍ଷେତ୍ର ହେଉ ଅବା ଧାର୍ମିକ ଅଥବା ସାମାଜିକ ଚାଲିଚଳଣୀ ସବୁକ୍ଷେତ୍ରରେ ଆମର ସାମଞ୍ଜସ୍ୟ ରହିଛି । କେରଳର ମାଲାୟଲମ ଭାଷାଭାଷୀ ମାନଙ୍କର ପରିଶ୍ରମ ପାଇଁ ସେମାନଙ୍କର ଦେଶ ବିଦେଶରେ ସ୍ୱତବ ସ୍ଥାନ ରହିଛି ବୋଲି କହିଛନ୍ତି କେନ୍ଦ୍ରମବୀ ଧର୍ମେନ୍ଦ୍ର ପ୍ରଧାନ । ଅଲଇଣ୍ଡିଆ ମାଲାୟଲମ ଆସୋସିଏସନର ୧୧ ତମ ବାର୍ଷିକ ଉତ୍ସବରେ ଯୋଗଦେଇ କେନ୍ଦ୍ରମବୀ ଶ୍ରୀ ପ୍ରଧାନ କହିଛନ୍ତି ସେ ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରେ ବୁଲିଛନ୍ତି । ସବୁଠି ମାଲାୟଲମ ଭାଷାଭାଷୀ ଲୋକଙ୍କର କାର୍ଯ୍ୟ ମଧ୍ୟ ଦେଖିଛନ୍ତି । ଦେଶ ହେଉ ଅବା ଦେଶ ବାହାରେ ଅଧିକାଂଶ ସ୍ଥାନରେ ମାଲାୟଲମ ଭାଷାଭାଷୀ ଜନସାଧାରଣ ଇଂରାଜୀ ଶିକ୍ଷକ ରହିଛନ୍ତି । ସେହିପରି ସ୍ୱାସ୍ଥ୍୍ୟ ଓ ଶିକ୍ଷା ଠାରୁ ଆରମ୍ଭ କରି ଉଦ୍ୟୋଗୀ କ୍ଷେତ୍ରରେ ସେମାନଙ୍କର ସ୍ୱତବ ସ୍ଥାନ ରହିଛି ବୋଲି ସେ କହିଥିଲେ । କୁଶଳୀ କାର୍ଯ୍ୟ ଓ ପରିଶ୍ରମ ପାଇଁ କେନ୍ଦ୍ରମବୀ ତାଙ୍କୁ ଏହି ଅବସରରେ ପ୍ରଂଶସା କରିଥିଲେ । କେରଳ ରାଜ୍ୟ ବିକାଶ ତଥା ଉଦ୍ୟୋଗୀ ମାନଙ୍କର ରାଜ୍ୟ । ସେ ଖାଦ୍ୟ ପ୍ରକ୍ରିୟା କରଣ ହେଉ ଅବା ଇଂଜିନିୟରିଂ କ୍ଷେତ୍ରରେ ସବୁ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ରହିଛି ।

 ଅଲ ଇଣ୍ଡିଆ ମାଲାୟଲମ ଆସୋସିଏସନର ସ୧ିଳନୀରେ ଯୋଗ ଦେଲେ କେନ୍ଦ୍ର ମବୀ ଧର୍ମେନ୍ଦ୍ର ପ୍ରଧାନ

 ମାଲାୟଲମ ଓ ଓଡିଆ ସଂସ୍କୁତି ମଧ୍ୟରେ ବହୁତ ସମାନତା ରହିଛି
 କୁଶଳୀ କାଯର୍୍ୟ ଓ ପରିଶ୍ରମ ପାଇଁ କେନ୍ଦ୍ରମବୀ କଲେ ପ୍ରଶଂସା

ଓଡିଶାରେ ବ୍ୟାପକ ଭୌଗଳିକ ସୀମା, ପ୍ରାକୃତିକ ସମ୍ପଦ ଭରିରହିଥିବା ବେଳେ ଓଡିଶା ସହ ଯୋଡି ହୋଇ କାମ କରିବା ଉପରେ ଗୁରୁତ୍ୱ ଦେଇଥିଲେ କେନ୍ଦ୍ରମବୀ । ଓଡିଶାରେ ଏଭଳି ଏକ କାଯ୍ୟକ୍ରମ କରିଥିବା ହେତୁ କେନ୍ଦ୍ରମବୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିସହ କେନ୍ଦ୍ରମବୀ ଶ୍ରୀ ପ୍ରଧାନ ମାଲାୟଲମ ଭାଷାଭାଷୀଙ୍କର ଓଡିଶାରେ ମହାବାତ୍ୟା ସମୟରେ ଯୋଗାଇଥିବା ସେବାର ଭୂୟଶୀ ପ୍ରଂଶସା କରିଥିଲେ । ଏପରିକି ଓଡିଶାର ଉପାନ୍ତ ଅଂଚଳରେ ମଧ୍ୟ ସେମାନଙ୍କର ସେବାମନୋବୃତି କାମକୁ ତାରିଫ କରିଥିଲେ । ଓଡିଶାରୁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ କେରଳକୁ ଆୟାପାଙ୍କ ଦର୍ଶନ କରିବା କୁ ଯାଇଥାନ୍ତି । ଅଲଇଣ୍ଡିଆ ମାଲାୟଲମ ଆସୋସିଏସନ ଓଡିଶା ଶାଖାର କାର୍ଯ୍ୟକୁ ପ୍ରଂଶସା କରି କେନ୍ଦ୍ରମବୀ ଶ୍ରୀ ପ୍ରଧାନ କହିଥିଲେ ଯେ, ମାନବୀୟ ଆଧାରରେ ଅଧିକାଂଶ କାମ କରୁଛନ୍ତି । ଚେନାଇର ବନ୍ୟା ହେଉ ଅବା ବିହାର ବନ୍ୟା ବିତ୍ପାତ ସେ ସମୟରେ ସେମାନେ ସହଯୋଗର ହାତ ବଢାଇଛନ୍ତି ।

Loading...
ONA

Leave a Reply

Top