ଆଲିଆଙ୍କୁ ମିଳିଲା ଗ୍ରୀନ ସିଙ୍ଗନାଲ, ନ୍ୟୁୟୋର୍କରେ କପୁର ଫ୍ୟାମିଲି ସହ କଲେ ନୂଆବର୍ଷ ପାଳନ

ମୁମ୍ବାଇ: ଚଳିତ ବର୍ଷ ନୂଆବର୍ଷ ସମସ୍ତ ବଲିଉଡ କଳାକାର ପାଇଁ ଏକ ନୂଆ ସମ୍ପର୍କ ତୋଲିଥିବାର ଦେଖିବାକୁ ମିଳୁଛି | କିଛିଦିନ ପୂର୍ବରୁ ଅର୍ଜୁନ କପୁରଙ୍କ କକା ସଞ୍ଜଯ କପୁରଙ୍କ ଘରେ ନିୟ୍ୟୁର ପାର୍ଟିରେ ମଲ୍ଲାଇକା ଅରୋରାଙ୍କୁ ଦେଖିବାକୁ ମିଳିଥିବା ବେଳେ ପୁଣି ଆଜି ଆଉ ଏକ ସେଲିବ୍ରେଟିଙ୍କୁ ଅନ୍ୟ ଏକ ସେଲିବ୍ରେଟିଙ୍କ ଘରେ ନିୟ୍ୟୁର ପାର୍ଟିରେ ଯୋଗ ଦେଇଥିବାର ଦେଖିବାକୁ ମିଳିଛି | ତେବେ ଏହୁ ଦୁଇ ଚର୍ଚ୍ଚିତ ଯୋଡି ହେଲେ ଆଲିଆ ଭଟ୍ଟ ଓ ରଣବୀର କପୁର | ଚଳିତ ବର୍ଷ ଆରମ୍ଭରୁ ଦୁହେଁଙ୍କୁ ଏକାଠି ନୂଆବର୍ଷ ପାଳନ କରୁଥିବାର ଦେଖିବାକୁ ମିଳିଛି । ନ୍ୟୁୟର୍କରେ ରଣବୀରଙ୍କ ପରିବାରଙ୍କ ସହ ଆଲିଆ ନୂଆବର୍ଷ ସେଲିବ୍ରେସନ୍‌ କରିଥିବାର ଦେଖିବାକୁ ମିଳିଛି । ମଙ୍ଗଳବାର ରଣବୀରଙ୍କ ମା’ ନିତୁ ସିଂ ସୋଶାଲ୍‌ ମିଡିଆରେ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ଆଲିଆ,ରଣବୀର ଏବଂ ତାଙ୍କ ପୂରା ପରିବାର ଏକାଠି ନଜର ଆସିଛନ୍ତି । ଡିନର ଟେବୁଲ୍‌ରେ ପୂରା ପରିବାର ଏକାଠି ଡିନର କରୁଥିବା ଦୃଶ୍ୟ ରହିଛି । ନିତୁଙ୍କ ଝିଅ ରିଦ୍ଧିମା ଏବଂ ଜ୍ୱାଇଁ ଭରତ ସାହନି ଏହି ସେଲିବ୍ରେସନ୍‌ରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି ।
ନିକଟରେ ଋଷି କପୁରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ସେ ଚିକିତ୍ସା ପାଇଁ ନ୍ୟୁୟୋର୍କ ଯାଇଥିଲେ । ନୀତୁ ଏହି ଫଟୋର କ୍ୟାପସନ୍‌ରେ ଋଷି କପୁରଙ୍କ ସୁସ୍ଥ ଜୀବନର କାମନା କରିବା ସହ ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଚଳିତବର୍ଷ ପାଇଁ କିଛି ସଂକଳ୍ପ ନୁହେଁ କେବଳ ଶୁଭକାମନା ଏବଂ ପ୍ରଦୂଷଣ କମ୍‌ ହେବା ସହ ଆଗାମୀ ଦିନରେ କ୍ୟାନ୍‌ସର କେବଳ ଏକ ରାଶିର ଚିହ୍ନ ହୋଇ ରହିଯାଉ ବୋଲି ପ୍ରାର୍ଥନା କରିଛନ୍ତି । ସେପଟେ ଋଷି କପୁର କାଦର ଖାନ୍‌ଙ୍କ ନିଧନରେ ଶୋକପ୍ରକାଶ କରିଛନ୍ତି । ଏକ ଭିଡ଼ିଓ ଶେୟାର କରି ସେ କାଦର ଖାନ୍‌ଙ୍କ ଆତ୍ମାକୁ ଶାନ୍ତି ମିଳୁ ବୋଲି କହିଛନ୍ତି । ତାଙ୍କ ସହ ସମ୍ପର୍କ ବହୁତ ଭଲ ଥିଲା, ତାଙ୍କଠୁ ଅନେକ କିଛି ଶିଖିବାକୁ ପାଇଲି ଏବଂ ତାଙ୍କୁ ସ୍ୱର୍ଗ ପ୍ରାପ୍ତି ହେଉ ବୋଲି କହିଛନ୍ତି ଋଷି କପୁର । ସୂଚନାଯୋଗ୍ୟ ଯେ,ଆୟାନ୍‌ ମୁଖାର୍ଜୀଙ୍କ ନିର୍ଦ୍ଦେଶନା ତଥା କରଣ ଜୋହରଙ୍କ ପ୍ରଯୋଜିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରୁ ରଣବୀର ଏବଂ ଆଲିଆଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । କିଛିଦିନ ହେବ ଦୁହିଁଙ୍କୁ ସବୁ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛି । ତେବେ କେବେ ଏହି ଲଭ ବାର୍ଡ ଜୀବନସାଥି ହେବେ ତାହା ବାକି ରହିଲା |