ଅଜୟ ଦେବଗନ ହେବେ ଫୁଟବଲ କୋଚ

ମୁମ୍ବାଇ: ବଲିଉଡର ପ୍ରତିଭାବାନ ଅଭିନେତା ଅଜୟ ଦେବଗନଙ୍କ ସଂର୍ପକରେ କୁହାଯାଏ ଯେ ସେ ପ୍ରତ୍ୟେକଟି ଚରିତ୍ର ପାଇଁ ନିଜକୁ ପ୍ରସ୍ତୁତ କରିଥାନ୍ତି । ସେ ଏବେ ଏକ ବାୟୋପିକରେ କାମ କରିବାକୁ ଯାଉଛନ୍ତି । ମିଳିଥିବା ସୂଚନାନୂଯାୟୀ, ଅଜୟ ଦେବଗନ ମହାନ ଫୁଟବଲ କୋଚ ସୟିଦ ଅବଦୁଲ ରହିମଙ୍କ ବାୟୋପିକରେ ଲିଡ ରୋଲ କରିବେ ।
ଅବଦୁଲ ରହିମଙ୍କୁ ଫୁଟବଲ ଖେଳର ବାସ୍ତୁକାର ବୋଲି କୁହାଯାଏ । କୋଚ ରୂପେ ତାଙ୍କର କ୍ୟାରିୟର ଭାରତୀୟ ଫୁଟବଲର ସୁବର୍ଣ୍ଣ ସମୟ ବୋଲି ପରିଗଣିତ ହୁଏ । ଅବଦୁଲ ରହିମଙ୍କ ମାର୍ଗଦର୍ଶନରେ ଭାରତୀୟ ଫୁଟବଲ ଟିମ ଏସିଆନ ଗେମସରେ ୧୯୬୨ରେ ଦକ୍ଷିଣ ଆଫ୍ରିକା ଟିମକୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସେହି ସମୟରେ ଭାରତୀୟ ଫୁଟବଲଟିମକୁ ବିଭିନ୍ନ ପ୍ରକାରର ସଫଳତା ମିଳିଥିଲା । ସେହି ସମୟରେ ଭାରତକୁ ‘ଏସିଆନ ବ୍ରାଜିଲ’ ଟାଇଟଲ ମଧ୍ୟ ମିଳିଥିଲା । ଏହି ବାୟୋପିକରେ ନିର୍ଦ୍ଦେଶକ ହେଲେ ଅମିତ ଶର୍ମା । ସେ କହିଛନ୍ତି ଯେ, ଅଜୟ ଦେବଗନ ଏହି ଭୂମିକାକୁ ନ୍ୟାୟ ଦେବେ । ଆଗାମୀ ଜୁନ ମାସରେ ଏହି ସିନେମାର ସୁଟିଂ ଆରମ୍ଭ ହେବ । ମୁମ୍ବାଇ, ନୂଆଦିଲ୍ଲୀ, ହାଇନ୍ଦ୍ରାବାଦ ଓ କୋଲକାତା ଆଦି ସ୍ଥାନରେ ଏହି ବାୟୋପିକର ସୁଟିଂ କରାଯିବ ।

ବାଲାକୋଟ ଏୟାର ଷ୍ଟ୍ରାଇକ କୁ ନେଇ ନିର୍ମାଣ ହେଉଛି ହିନ୍ଦୀ ଚଳଚ୍ଚିତ୍ର